OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Sunday 10th November 2019

Odia Rashiphala

Odia Rashiphala

ଭୁଲ ସିଦ୍ଧାନ୍ତ ନେଇ ଖର୍ଚ୍ଚାନ୍ତ ହୋଇପାରନ୍ତି । ଅଯଥା ବିତର୍କରେ ଭାଗ ନ ନେଇ ନିରବତା ସବୁଠୁଁ ଭଲ । ଧର୍ମ କ୍ରିୟାରତ ହେବେ । ମନୋଜ୍ଞ ହୋଇପାରନ୍ତି । ଦେବଦ୍ୱିଜ ପରାୟଣ ହେବାର ସୂଚନା ମିଳୁଛି ।
ବୁଝି ବିଚାରି କାର୍ଯ୍ୟ କରିବେ । ଦିନଯାକ ଖର୍ଚ୍ଚାନ୍ତ ହେଉ ଥିବା ବେଳେ ସନ୍ଧ୍ୟାରୁ ଲାଭଜନକ କାର୍ଯ୍ୟରେ ନିୟୋଜିତ ହେବେ । ଶୁଭଖବର ପାଇ ଉତ୍‌ଫୁଲ୍ଲିତ ହୋଇପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।
ମହିଳାମାନେ ସ୍ୱାମୀଙ୍କ ସହଯୋଗ ପାଇବେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । କର୍ମକ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ବିବାଦରେ ବିଜୟୀ ହେବେ । ଶୁଭକର୍ମ କରଣୀୟ ।
କାର୍ଯ୍ୟ ଉତ୍ସାହଜନକ ହେବ । ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । କ୍ଷମତାର ଅଭିବୃଦ୍ଧି ଘଟିବ । ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ । ଭକ୍ତିଗାଥାରେ ନିଜକୁ ହଜାଇ ଦେଇପାରନ୍ତି । ମଉଜ-ମଜଲିସ୍‌ରେ ସମୟ ବିତିବ ।
ଯୋଜନାରେ ପରିବର୍ତ୍ତନ ଘଟାଇ ପାରନ୍ତି । ଚିନ୍ତାଗ୍ରସ୍ତ ହେବେ । ଅର୍ଥ ଟାଣ-ଟୁଣ ରହିବ । ଜିତେନ୍ଦ୍ରିୟ ହେବେ । ଅଷ୍ଟମ ଚନ୍ଦ୍ର ଭୋଗ ଯୋଗୁଁ ସନ୍ଧ୍ୟା ପର୍ଯ୍ୟନ୍ତ ସତର୍କରେ ଚଳିବାକୁ ପଡ଼ିବ । ପରାକ୍ରମୀ ହୋଇପାରନ୍ତି । କୀର୍ତ୍ତିମାନ୍ ଓ ଜନବଲ୍ଲଭ ହେବେ ।
ଭବିଷ୍ୟତ ପାଇଁ ଆଶା, ଭରସା କରି ଅର୍ଥ ବିନଯୋଗ କରିପାରନ୍ତି । ଆମୋଦ-ପ୍ରମୋଦରେ ଦିନ ବିତାଇ ପାରନ୍ତି । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ସୁସ୍ୱାଦୁ ଭୋଜନ ମିଳିବ ।
ଶତ୍ରୁ ଉପରେ ନଜର ପକାଇ ଉତ୍ତେଜିତ ହୋଇପାରନ୍ତି । ଆଶାବାଦୀ ହେବେ । ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭଖବର ପାଇ ଖୁସି ହେବେ । ଶୁଭକାର୍ଯ୍ୟ ପାଇଁ ବାତାବରଣ ନିର୍ମଳ ଅଛି । ଋଣ ପରିଶୋଧ କରିବେ ।
ହଠାତ୍ ଏକ ଜରୁରୀ ଖବର ପାଇ ଶାନ୍ତି ଅନୁଭବ କରିବେ । ପରାମର୍ଶ ନେଇ କାର୍ଯ୍ୟ କଲେ ତାହା ଶୁଭଦାୟକ ହେବ । ଅଧ୍ୟୟନରତ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ କାର୍ଯ୍ୟରେ ଯୋଗ ଦେବେ । ପାରିବାରିକ ସୁଖ ପାଇବେ ।
ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ବହୁ ପରିଶ୍ରମ କରିପାରନ୍ତି; ମାତ୍ର ତା’ର ମୂଲ୍ୟ ମିଳିବ । ପିଚକ୍ଷଣ ହେବେ । ସର୍ବଜନାନୁରକ୍ତ ହେବେ । ବାଣିଜ୍ୟ କାରବାର ଲାଭଜନକ ହେବ ।
ନଷ୍ଟଦ୍ରବ୍ୟର ସନ୍ଧାନ ପାଇ ଖୁସି ହେବେ । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି । ଦେବ ଦର୍ଶନର ସୌଭାଗ୍ୟ ଅଛି । ଅଶାନ୍ତିର ଉପଶମ ହେବ । ସରକାରୀ ସ୍ତରରୁ ଲାଭବାନ୍ ହେବାର ସୁଯୋଗ ସୃଷ୍ଟି ହୋଇଛି ।
ଆୟ ତୁଳନାରେ ବ୍ୟୟ ଅଧିକ ହୋଇପାରେ । ଆପଣଙ୍କ ଶ୍ରମର ମୂଲ୍ୟାଙ୍କନ ହେବ । ଧନାଗମ ହେବ । ପ୍ରଣତ ଜନଙ୍କ ନିକଟରେ ବିନୟୀ ହେବେ । କାର୍ଯ୍ୟ ଉତ୍ସାହପ୍ରଦ ହେବ । ସୌଭାଗ୍ୟଯୁକ୍ତ ଓ ସମ୍ମାନଯୁକ୍ତ ହେବେ । ଧ୍ୟାନ ପୂଜା ନିରତ ହେବେ ।
ଆର୍ଥିକ ଅନିୟମିତତା ଦୂରୀଭୂତ ହେବ । ରୋଜଗାର ଆଶାନୁରୂପ ହେବ । ପ୍ରଭାବଶାଳୀ ହେବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ସ୍ୱାସ୍ଥ୍ୟ ଅତୁଟ ରହିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଚିନ୍ତାଧାରା ଉନ୍ନତମାନର ହେବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments