OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saturdy 9th April 2022

Odia Rashiphala

Odia Rashiphala

ସ୍ୱାସ୍ଥ୍ୟବାନ୍ ହେବେ। ଶାନ୍ତ ଓ ନିପୁଣ ହେବେ। ମେଧାବୀ ହୋଇପାରନ୍ତି । ଜିତେନ୍ଦ୍ରିୟ ହେବେ। ବିଦ୍ୱାନ୍ ଓ ଦୟାଳୁ ସ୍ୱଭାବର ହେବେ। ସକଳ ଗୁଣଯୁକ୍ତ ସୁଖୀ ଓ କାବ୍ୟଶାସ୍ତ୍ରାନୁରକ୍ତ ହୋଇପାରନ୍ତି ।
ସଙ୍ଗୀତ ପ୍ରିୟ ହେବେ। ଉପଯକ୍ତୁ କର୍ମାନୁରକ୍ତ ହୋଇପାରନ୍ତି। ଯଶସ୍ୱୀ ହେବେ। ଧନଶାଳୀ ହୋଇପାରନ୍ତି। ସରକାରୀ ସ୍ତରରୁ ଧନ ପ୍ରାପ୍ତି ସହିତ ସମ୍ମାନିତ ହେବେ। କାର୍ଯ୍ୟରେ ସଫଳତା ଲାଭ କରିବେ।
ଉତ୍ତମ ବୁଦ୍ଧି ବିବେକ ସମ୍ପନ୍ନ ହେବେ। ଯାନବାହନ ସୁଖ ମିଳିବ। ଧନ ସହିତ ସରକାରୀ ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ପୁତ୍ର ସୁଖ ମିଳିବ। ପରୋପକାରୀ ହେବେ। ମିଷ୍ଟାନ୍ନ ଭୋଜନ ମିଳିବ।
ଧର୍ମାସକ୍ତ ହେବେ। ମତିମାନ୍ ହୋଇପାରନ୍ତି। ପବିତ୍ର,ମିତ୍ର ହେତୁକ ସୁଖ ଭୋଗୀ ହେବେ। ମାତୃ ବର୍ଗ ସହ ବିଷମ ଭାବାପନ୍ନ ହୋଇପାରନ୍ତି। ପରକୁ ଆପଣାର କରିବା ପାଇଁ ଅର୍ଥ ବ୍ୟୟ କରିବେ।
ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ଯୁକ୍ତ ହେବେ। ଅକ୍ଷୟ କୀର୍ତ୍ତି ସ୍ଥାପନ କରିପାରନ୍ତି। ଭୋଗ ବିଳାସର ସୁଯୋଗ ଅଛି। ଅପାର ଗୁଣର ଅଧିକାରୀ ହେବେ। ପ୍ରସନ୍ନତା ଲାଭ କରିବେ।
ସରକାରୀ ଅର୍ଥ ପ୍ରାପ୍ତି ସୂଚନ ମିଳୁଛି। ପ୍ରଦୂଷଣ ମୁକ୍ତ ଗୃହରେ ବିରତି ସ୍ଥାପନ କରିବେ। କୀର୍ତ୍ତି, ମର୍ତ୍ତି, ସ୍ୱତ୍ୱ , ସନ୍ତୋଷ ଓ ବହୁବିଧ ଧନ ପ୍ରାପ୍ତ ହେବେ। ଗୁଣଜ୍ଞ ହୋଇପାରନ୍ତି । ପରିଶ୍ରମର ଲକ୍ଷ୍ୟ ନିଶ୍ଚୟ ମିଳିବ।
ଧନବାନ୍ ହେବେ। ମହିଳା ଗୋଷ୍ଠୀର ନେତୃତ୍ୱ ନେଇ ଉନ୍ନୟନ କାର୍ଯ୍ୟରେ ସାମିଲ ହେବେ। ପରୋପକାରୀ ହେବେ। ବିଦ୍ୱାନ୍ ଓ ଆଦରଣୀୟ ହେବେ। ଧନ ଓ ପୁତ୍ରାଦିଯକ୍ତୁ ହୋଇପାରନ୍ତି।
ଶତ୍ରୁ ବିଜୟୀ ହେବେ। ସତକ୍ରିୟା ଯୁକ୍ତ ହେବେ। ସଦାସର୍ବଦା ସୁଶୀଳ ହେବେ। ତୀର୍ଥାଶ୍ରୟ ହୋଇପାରନ୍ତି। ଭୂତିଭୂରି ଯଶର ଅଧିକାରୀ ହେବେ। ପ୍ରତାପୀ ହେବେ। ସାରାଦିନ ସତର୍କରେ ଚଳିବାକୁ ପଡିବ।
ସତ୍ ପୁତ୍ର ବା ମିତ୍ର ଲାଭ କରିପାରନ୍ତି। ଗୁଣବାନ୍ ହେବେ। ସତ୍ୟ, ଶୌଚ ଓ ଦୟାବାନ୍ ହୋଇପାରନ୍ତି। ବାକ୍ୟ ବିନିମୟ ଭଦ୍ରୋଚିତ ହେବ। ନିର୍ଭୟରେ କାର୍ଯ୍ୟ ସମ୍ପାଦନ କରିବେ। ଜନବଲ୍ଲଭ ହେବେ।
ରାଜତୁଲ୍ୟ ହୋଇପାରନ୍ତି। ଦେଶାଦିର ଆଧିପତ୍ୟ ଲାଭ କରିପାରନ୍ତି। ପ୍ରିୟଭାଷୀ ହୋଇପାରନ୍ତି। ଧନ ଓ ବାହନଯୁକ୍ତ ହେବାର ସୂଚନା ମିଳୁଛି। ସୁବର୍ଣ୍ଣ ସମ୍ପଦ ମିଳିପାରେ। ବଳବାନ୍ ହେବେ।
ଜନାଦ୍ରୁତ ହେବେ। ଉତ୍ତମ କଥାକାର ହୋଇପାରନ୍ତି। ବାଞ୍ଚିତ କାର୍ଯ୍ୟକରି ପ୍ରଶଂସିତ ହେବେ। ସାହସୀ ହେବେ। ଲେଖନୀ ନିଃସୃତ ଭାବ, ଭକ୍ତି ଓ ଅମୃତମୟ ଲେଖା ଜନମାନସକୁ ଆକର୍ଷିତ କରିବ।
ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି। ଦେବାଶ୍ରୟ ହେବେ। ଉତ୍ତମ ଗୁଣର ଅଧିକାରୀ ହେବେ। ବିତ୍ତବାନ୍ ହୋଇପାରନ୍ତି। ନାନା ସୁନ୍ଦର ଓ ମଲ୍ୟବାନ୍ ବସ୍ତୁ ଲାଭର ସୂଚନା ମିଳୁଛି। ବିଜ୍ଞ ଓ ଗୁଣଜ୍ଞ ହେବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments