OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saturday 9th January 2021

Odia Rashiphala

Odia Rashiphala

ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । କେତେକ ପ୍ରିୟ ଲୋକ କରଛଡ଼ା ଦେଇପାରନ୍ତି । ସ୍ୱାଭିମାନୀ ହେବେ । ଭାଗୁଆଳି ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ ।
ବନ୍ଧୁ ସହଯୋଗ ପାଇ ଆନନ୍ଦ ଅନୁଭବ କରିପାରନ୍ତି । ଅବିବାହିତମାନଙ୍କର ବିବାହ ସମ୍ବନ୍ଧ ମନୋରମା କନ୍ୟା ସହ ସ୍ଥିର ହୋଇପାରେ । ସୁବର୍ଣ୍ଣାଦି ମୂଲ୍ୟବାନ୍ ଧାତୁ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି । ପତ୍ନୀ ଆପଣଙ୍କୁ ପତନ ମୁଖରୁ ରକ୍ଷା କରିପାରନ୍ତି ।
ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଚାକିରି କ୍ଷେତ୍ରରେ ଉଚ୍ଚ ପଦସ୍ଥ କର୍ମକର୍ତ୍ତାଙ୍କର ପ୍ରିୟଭାଜନ ରି ହେବେ । ଶତ୍ରୁ ବୃଦ୍ଧି ହେଲେ ବି ତା’ର ମୁକାବିଲା କରିପାରନ୍ତି । ଉପଯୁକ୍ତ କର୍ମାନୁରକ୍ତ ହେବେ । ସତର୍କତାର ସହ ଚଳିବାକୁ ପଡ଼ିବ ।
ଶତ୍ରୁଯେତେ ବଳବାନ୍ ହେଲେ ବି ତାକୁ ପରାସ୍ତ କରି ମାନସିକ ଶାନ୍ତି ଫେରି ପାଇବେ । ଚିତ୍ତ ସନ୍ତୁଷ୍ଟ ରହିବ । ନିଧି ପ୍ରାପ୍ତିର ସୂଚନା ମିଳୁଛି । ବହୁ ସୁଖର ଅଧିକାରୀ ହେବେ । ସନ୍ତାନ, ସନ୍ତତି ଲାଭ ହୋଇପାରେ । ପରୋପକାରୀ ହୋଇପାରନ୍ତି ।
କୃଷି ଖେତରୁ ଭଲ ଆୟ କରିପାରନ୍ତି । ଯାନବାହନ ସୁଖ ମିଳିପାରେ । ଗୃହ ପରିବେଶ ଉତ୍ତମାନର ହେବ । ବହୁମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ବହୁ ସୁଖର ଅଧିକାରୀ ହୋଇପାରନ୍ତି । କୁଳ ପ୍ରଧାନ ହେବେ । ବିନୀତ ସ୍ୱଭାବର ହେବେ ।
ସକଳ ଗୁଣର ଆଧାର ହେବେ । ସୁଖୀ ହେବେ । କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ଅଧିକ ବିଦ୍ୟା ଅର୍ଜନ ପାଇଁ ତତ୍ପରତା ପ୍ରକାଶ ପାଇବ । ଦୃଢ଼ପୌରଷର ଅଧିକାରୀ ହେବେ । କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ ।
ତ୍ୟାଗପୂତ ମନୋଭାବ ଗ୍ରହଣ କରିପାରନ୍ତି । ନୀତିନିଷ୍ଠ ବ୍ୟକ୍ତିଭାବେ ସମାଜରେ ଆଦର ଲାଭ କରିବେ । ବିବିଧ ଧନଯୁକ୍ତ ହୋଇପାରନ୍ତି । କର୍ମଚଞ୍ଚଳ ରହିବେ, ହୃଷ୍ଟ ଚିତ୍ତ, କୀର୍ତ୍ତିଶାଳୀ ଓ ସହିଷ୍ଣୁ ହେବେ । ମନ ସର୍ବଦା ପ୍ରଫୁଲ୍ଲ ରହିବ ।
ଧନବାନ୍ ହେବେ । ଗୁଣଜ୍ଞ ହୋଇପାରନ୍ତି । ଉପାର୍ଜନକାରୀ ହେବେ । ବଳିଷ୍ଠ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଚିନ୍ତାଧାରା ଉନ୍ନତମାନର ହେବ ।
ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି । ବିନୟୀ ସ୍ୱଭାବର ହେବେ । ବର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହେବେ । ଧନଶାଳୀ ହୋଇପାରନ୍ତି । ଯଦି ବୃଦ୍ଧ ବ୍ୟକ୍ତି ହୋଇ ଥା’ନ୍ତି ତେବେ ଧନହୀନ ହୋଇପାରନ୍ତି । ସତ୍ୟବାଦୀ, ପଣ୍ଡିତ ଓ ଭାଗ୍ୟବାନ୍ ହେବେ ।
ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ଜନିତ ସୁଖ ମିଳିପାରେ । କୀର୍ତ୍ତିମାନ୍ ହେବେ । ଭୋଗ ବିଳାସ କରିପାରନ୍ତି । ଅପାର ଗୁଣର ଅଧିକାରୀ ହେବେ । ମନ ପ୍ରସନ୍ନ ରହିବ । କରିତ୍‌କର୍ମା ହେବେ । ସରକାରୀ ଅର୍ଥ ମଳିବ ।
ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଗୃହ ପରିବେଶ ଉତ୍ତମମାନର ହେବ । ବହୁବିଧ ଧନର ଅଧିକାରୀ ହେବେ । ଉତ୍ତମ ଗୁଣର ଆଧାର ହୋଇପାରନ୍ତି । କୃଷି ଉପରେ ପ୍ରାଧାନ୍ୟ ଦେବେ । ରାଜପୂଜା ମିଳିବ ।
ଧନବାନ୍ ହୋଇପାରନ୍ତି । ମହିଳାମାନଙ୍କ ସାହାଯ୍ୟକାରୀ ହେବେ । ସର୍ବଦା ନିଜ ବନ୍ଧୁ ବାନ୍ଧବଙ୍କ ପ୍ରତି ଅନୁରକ୍ତ ରହିବେ । ନିଜର ମହାନତା ପ୍ରତି ପାଦନ କରିପାରନ୍ତି । ପତ୍ନୀ ସାହାଯ୍ୟକାରିଣୀ ହେବେ । ସନ୍‌ମାର୍ଗୀ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments