OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saturday 9th February 2019

Odia Rashiphala

Odia Rashiphala

ବିପଦରୁ ଉଧୁରି ଯାଇପାରନ୍ତି । ପ୍ରତାରିତ ହେବା ଆଶା କରାଯାଏ । ବାଦ-ବିବାଦରେ ଅନୁତପ୍ତ ହୋଇପାରନ୍ତି । ମଧୁର ଭାଷାରେ ବିରୋଧୀଙ୍କୁ ଆୟତ୍ତ କରିପାରନ୍ତି । ଖର୍ଚ୍ଚାନ୍ତ ହେବେ । ଗରୁକୃପା ଲାଭ କରିବେ ।
କାର୍ଯ୍ୟଧାରାରେ ପରିବର୍ତ୍ତନ ଘଟାଇ ସଫଳତା ଲାଭ କରିବେ । ବିଭିନ୍ନ ସୂତ୍ରରୁ; ଏପରିକି ସରକାରୀ ସ୍ତରରୁ ଧନପ୍ରାପ୍ତିର ସୂଚନା ମିଳୁଛି । ଚଞ୍ଚଳ ପ୍ରକୃତିର ହେବେ । ବ୍ୟବସାୟ ଲାଭଜନକ ହେବ । ଲୋକପ୍ରିୟତା ବୃଦ୍ଧି ହେବ ।
ଆଳସ୍ୟ ପରିତ୍ୟାଗ କରି କାର୍ଯ୍ୟ ହାସଲ ପାଇଁ ଲାଗି ପଡ଼ିବେ । ସୁଖୀ ହେବେ । ବହୁ ସମ୍ପଦ ପ୍ରାପ୍ତିର ସୂଚନା ମିଳୁଛି । କାର୍ଯ୍ୟକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି । କୀର୍ତ୍ତିମାନ ହେବେ ।
ଧର୍ଯ୍ୟ ସହକାରେ କାର୍ଯ୍ୟ କରିବେ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଭ୍ରମଣ ଯୋଗ ଅଛି । ସୌଜନ୍ୟ ଲାଭ କରିପାରନ୍ତି । କର୍ମକ୍ଷେତ୍ରରେ ଉନ୍ନତି ଘଟିବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଆତ୍ମ ସନ୍ତୋଷ ଲାଭ କରିବେ ।
ଜଞ୍ଜାଳ ଦୂରୀଭୂତ ହେବ । ଶୋକାତୁର ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଖୁବ୍ ସତର୍କରେ ଚଳିବାକୁ ପଡ଼ିବ ।
ଅପେକ୍ଷା ନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଲକ୍ଷ୍ୟ ହାସଲ କରିବେ । ପ୍ରୀତି ଲାଭ ହେବ । ପାରିବାରିକ ସୁଖ ଅବ୍ୟାହତ ରହିବ । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବନ୍ଧୁ ସହାୟତା ମିଳିବ । ପତ୍ନୀଙ୍କ ସୁପରାମର୍ଶ ମିଳିବ ।
ଆତ୍ମୀୟଙ୍କ ପାଇଁ ସମସ୍ୟା ଉପୁଜିବ । ଦୁଃସାହସିକ ପଦକ୍ଷେପ ନେଇ କଷ୍ଟଦାୟକ କାର୍ଯ୍ୟକୁ ସହଜରେ ହାସଲ କରିପାରନ୍ତି । ମନରେ ସରସତା ଆସିବ । ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ । ସୁସ୍ଥ ଓ ନିରାମୟ ରହିବେ । ଶତ୍ରୁହନ୍ତା ହୋଇପାରନ୍ତି ।
ସତର୍କ ରହିଲେ କ୍ଷତିରୁ ଉଧୁରି ଯିବେ । ଚଞ୍ଚଳ ଚେଷ୍ଟିତ ହେବେ । ହଠାତ୍ କିଛି ଧନ ମିଳି ଯାଇପାରେ । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । ଦେବ ଦର୍ଶନ କରି ଶାନ୍ତି ଓ ସନ୍ତୋଷ ଲାଭ କରିବେ ।
କ୍ରୋଧ ସମ୍ବରଣ କଲେ ପାରିବାରିକ ଶାନ୍ତି ମିଳିବ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । କୃଷିରୁ ଲାଭବାନ୍ ହେବେ । ଯାନବାହନ ସୁଖ ମିଳିବ । ପ୍ରଦୂଷଣ ମୁକ୍ତ ଗୃହରେ ବସତି ସ୍ଥାପନ କରିବେ। ସୁସ୍ଥ ପରମ୍ପରା ବାହାକ ହେ‌ବେ ।
ଆୟ ଉତ୍ତମ ଧରଣର ହେବ । ସାମାଜିକ ସ୍ତରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ପ୍ରତିଯୋଗିତାରେ ବିଜୟୀ ହେବେ । କଷ୍ଟଦାୟକ କାର୍ଯ୍ୟରେ କୌଶଳ ପ୍ରୟୋଗ କରି ସଫଳତା ଲାଭ କରିବେ । ବିବାଦରେ ବିଜୟୀ ହେବେ ।
ମନୋବଳ ଦୃଢ଼ ହେବ । ଆଳସ୍ୟ ପରିତ୍ୟାଗ କରି କର୍ମ ଚଞ୍ଚଳ ରହିବେ । ସମ୍ମାନିତ ହେବେ । ସହଜରେ କାର୍ଯ୍ୟର ସଫଳ ରୂପାୟନ କରି ବହୁ ସମ୍ମାନର ଅଧିକାରୀ ହେବେ । ବିଭିନ୍ନ ଦିଗରୁ ଧନାଗମ ହେବ । ତ୍ୟାଗଶୀଳ ଓ ନୀତିଜ୍ଞ ହେବେ ।
ବୃଥାରେ କ୍ଷତି ସହି ପାରନ୍ତି । କ୍ଷତି ଭରଣା କରି ଅକ୍ଳେଶରେ ଧନବାନ୍ ହେବେ । ବନ୍ଧୁ କିମ୍ବା ସରକାରୀ ସହାୟତାରୁ ଲାଭବାନ ହେବେ । ସୁଖ ସମ୍ଭୋଗ ଲାଭ କରିପାରନ୍ତି ।କର୍ତ୍ତବ୍ୟନିଷ୍ଠ ହେବେ । ସ୍ଥିତି ଅନୁକୂଳ ରହିବ । ସମ୍ମାନିତ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments