OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saturday 8th Aug 2020

Odia Rashiphala

Odia Rashiphala

ପର ପାଇଁ ଜିମାଦାର ହୋଇପାରନି । ଯତ୍ନବାନ ନହେଲେ କାର୍ଯ୍ୟରେ ବିଘ୍ନ ଘଟିପାରେ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ବ୍ୟବସାୟ ଲାଭଜନକ ହେବ । କଠୋର ସ୍ୱଭାବର ହୋଇପାରନ୍ତି । ସର୍ବସୁଖ ମିଳିବ । ଖର୍ଚ୍ଚାନ୍ତ ହେବେ ।
ପ୍ରସନ୍ନ ଚିତ୍ତ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଧର୍ମ-କର୍ମ ସମ୍ପାଦନ କରିପାରନ୍ତି । ସୁବୁଦ୍ଧି ସମ୍ପନ୍ନ ହେବେ । ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ପାରଦର୍ଶିତା ଲାଭ କରିବେ । ବନ୍ଧୁ ଓ ପ୍ରିୟଜନଙ୍କ ସାନ୍ନିଧ୍ୟ ମିଳିବ । ସଫଳକର୍ମା ହେବେ ।
ଆୟ ଆଶାନୁରୂପ ହେବ । ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ । ସତ୍‌କର୍ମରେ ବ୍ୟୟ କରିପାରନ୍ତି । ଆନନ୍ଦ-ଉଲ୍ଲାସରେ ସମୟ ବିତିବ । ‌ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହେବେ । ଶତ୍ରୁ ବିଜୟୀ ହେବେ । ବହୁ ଉନ୍ନତିମୂଳକ କାର୍ଯ୍ୟ କରି ପ୍ରଶଂସିତ ହେବେ ।
ପ୍ରତ୍ୟେକ କ୍ଷେତ୍ରରେ ମହାନତା ପ୍ରତିପାଦନ କରିବେ । ପରଚର୍ଚ୍ଚାରେ ଆଲୋଚନାରତ ହେଲେ ହଇରାଣ ହରକତ ହୋଇପାରନ୍ତି । ବିଦ୍ୟାରୂପକ ମହାଧନ ପ୍ରାପ୍ତ ହେବେ । ସୁବକ୍ତା ହୋଇପାରନ୍ତି । ମିଷ୍ଠାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି ।
କୌଣସି ସମସ୍ୟାକୁ ନେଇ ବଳ କଷାକଷି ଓ କଥା କଟାକଟି ହୋଇପାରେ । କାର୍ଯ୍ୟରେ ବିଘ୍ନ ଘଟିପାରେ । ବ୍ୟୟ ବୃଦ୍ଧିର ସମ୍ଭାବନା ଅଛି । ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ଅଜାତ ଶତ୍ରୁ ହୋଇପାରନ୍ତି । ସ୍ୱାଭିମାନୀ ହେବେ ।
ପ୍ରିୟା-ପ୍ରୀତି ତୋଷଣ ନୀତି ଅବଲମ୍ବନ କରିପାରନ୍ତି । ସଦ୍‌ବ୍ୟୟୀ ହେବେ । କାର୍ଯ୍ୟରେ ସଫଳତା ଲାଭ କରିବେ । ଦୀର୍ଘଦିନର ଆଶା ପୂରଣ ହୋଇପାରେ । କର୍ମକ୍ଷେତ୍ରରେ ଉନ୍ନତି ଘଟିବା ବନ୍ଧୁ ସହାୟତା ମିଳିବ ।
ଗଣ୍ଡଗୋଳିଆ ପରିସ୍ଥିତିରେ ସ୍ୱାର୍ଥହାସଲ କରିପାରନ୍ତି । ଶତ୍ରୁ ଉତ୍‌ପୀଡ଼ନର ଆଶଙ୍କା ଥିବାରୁ ବନ୍ଧୁ ସହାୟତା ଲୋଡ଼ିବେ । ବିଳାସ ବ୍ୟସନ ଉଣା ହେବନାହିଁ । କର୍ମତତ୍‌ପରତା ପ୍ରକାଶ ପାଇବ । ଶତ୍ରୁ ଦମନ କରି ମାନସିକ ଆଶଙ୍କା ଦୂର କରିବେ ।
କାର୍ଯ୍ୟରେ ଅଧିକ ପରିଶ୍ରମର ସମ୍ମୁଖୀନ ହେବେ । ନାନାସମସ୍ୟାର ସମାଧାନ କରି କାର୍ଯ୍ୟରେ ସଫଳତା ଲାଭ କରିବେ । ବହୁସୁଖର ଅଧିକାରୀ ହୋଇପାରନ୍ତି । ନୂତନ ବିଦ୍ୟା ପ୍ରାପ୍ତ ହେବେ ।
ଧନ ପ୍ରାପ୍ତିର ସୁଯୋଗ ଅଛି । ଉତ୍ତମ ବଂଶରୁ କନ୍ୟା ଆଣିପାରନ୍ତି । ସୁଖୀ ହେବେ । ଶାସ୍ତ୍ର ପଟୁ ହୋଇପାରନ୍ତି । ସୁବର୍ଣ୍ଣଯୁକ୍ତ ହେବାର ଆଶା ଅଛି । ଯାନଚଳାଚଳ, ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରା ନ କରିବା ଭଲ ହେବ ।
ଆଶା କରୁଥିବା କାର୍ଯ୍ୟ ହସ୍ତଗତ ହୋଇପାରେ । ବିଭିନ୍ନ ସ୍ତରରେ ସମ୍ମଳିତ ହେବେ । ବ୍ୟବସାୟ, ଅଧିକ ଲାଭଜନକ ହେବ । କୁଶଳ ସମାଚାର ପାଇ ଖୁସି ହୋଇପାରନ୍ତି । କୃଷିକର୍ମରେ ଦକ୍ଷ ହେବେ ।
କାର୍ଯ୍ୟରେ ସଫଳତା ପାଇବେ । ସାମୟିକ ଭାବେ ଆଳସ୍ୟର ଶିକାର ହୋଇପାରନ୍ତି । ଅର୍ଥ ପାଇଁ ଚିନ୍ତିତ ହୋଇପାରନ୍ତି । ବିଦ୍ୱାନ ଓ ଯଶସ୍ୱୀ ହେବେ । ନିର୍ଭୟରେ କାର୍ଯ୍ୟ କରିବେ ।
ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ । ସୁଖ-ସମ୍ମାନ ଲାଭ କରିପାରନ୍ତି । ଚିନ୍ତାଧାରା ବିକ୍ଷିପ୍ତ ହୋଇପାରେ । ଶତ୍ରୁବୃଦ୍ଧିର ସମ୍ଭାବନା ଅଛି । ଲୋକପ୍ରିୟତା ଅର୍ଜନ କରିବେ । ଆୟବୃଦ୍ଧି ହେବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments