![]() |
କାର୍ଯ୍ୟରେ ସଫଳତା ଲାଭ କରିବେ । ଚିନ୍ତାଧାରା ଉନ୍ନତମାନର ତଥା ସତ୍ୟ ଉପରେ ପର୍ଯ୍ୟବସିତ ହେବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଉନ୍ନତି ମାର୍ଗରେ ଆଗକୁ ବଢ଼ି ପାରନ୍ତି । ବିଦ୍ୟାର୍ଥୀମାନଙ୍କୁ ଶୁଭଫଳ ମିଳିବା ଆଶା କରାଯାଏ । |
![]() |
ବିଭିନ୍ନ ସ୍ତରରେ ସମ୍ମାନିତ ହୋଇପାରନ୍ତି । ଭାଗ୍ୟବାନ୍ ହେବେ । ଉନ୍ନୟନ କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ବିଦ୍ୟାର୍ଥୀ କ୍ଷେତ୍ର ଓ ପ୍ରତିଯୋଗିତାରେ ବିଜୟୀ ହେବେ । |
![]() |
କାର୍ଯ୍ୟରେ ଦ୍ୱିଧାଗ୍ରସ୍ତ ହୋଇପାରନ୍ତି । ଶୁଭ ସମ୍ୱାଦ ଶୁଣି ସବୁ ଦୁଃଖ ପାସୋରି ଯାଇପାରନ୍ତି । ସର୍ବାଙ୍ଗୀଣ ଉନ୍ନତିର ସୂଚନା ମିଳୁଛି । ସ୍ନେହ, ସହାନୁଭୂତି ଓ ସାହାଯ୍ୟ ମିଳିବ । ବିଦ୍ୟାର୍ଥୀଙ୍କ ଉଦ୍ୟମ ଫଳପ୍ରଦ ହେବ । |
![]() |
ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । କାର୍ଯ୍ୟରେ ସଫଳତା ମିଳିବ । ପାରିବାରିକ ସୁଖ ମିଳିବ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ସ୍ୱାସ୍ଥ୍ୟ ଅତୁଟ ରହିବ । ଦାମ୍ପତ୍ୟ ସୁଖ ମିଳିବ । ବିଦ୍ୟାର୍ଥୀ ଉଦ୍ୟମୀ ହେବେ । |
![]() |
ଯାତ୍ରା ସ୍ଥଗିତ ରଖିପାରନ୍ତି । ଚଞ୍ଚଳମନା ହେବେ । ମଧୁର ବଚନରେ ଜନମନ ହରଣ କରିବେ । ବ୍ୟବସାୟ ଲାଭଜନକ ହେବ । ବିବାଦରେ ବିଜୟୀ ହେବେ । ଖର୍ଚ୍ଚାନ୍ତ ହୋଇପାରନ୍ତି । ବିଦ୍ୟାର୍ଥୀମାନଙ୍କ ପ୍ରସ୍ତୁତି ଫଳପ୍ରଦ ହେବ । |
![]() |
ରୋଜଗାର ବୃଦ୍ଧି ପାଇବ । ଉପୁଜିଥିବା ସମସ୍ୟା ମୂଳପୋଛ ହୋଇପାରେ । ଉନ୍ନତିକର କାର୍ଯ୍ୟରେ ଆଗକୁ ବଢ଼ି ପାରନ୍ତି । ସରକାରୀ ସ୍ତରରୁ ଲାଭବାନ୍ ହେବେ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ବିଦ୍ୟାର୍ଥୀ ବିଶେଷ ଉପକୃତ ହେବେ । |
![]() |
ବ୍ୟବସାୟରେ ବ୍ୟସ୍ତ ରହିପାରନ୍ତି । ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ । ଧର୍ମ-କର୍ମ ସଂପାଦନ କରିପାରନ୍ତି । ଜନସାଧାରଣଙ୍କ ପ୍ରଶଂସାର ପାତ୍ର ହେବେ । କାର୍ଯ୍ୟ ଆନନ୍ଦଦାୟକ ହେବ । କୀର୍ତ୍ତିମାନ୍ ହେବେ । |
![]() |
ଦେବ ଦର୍ଶନ ଶୁଭଦାୟକ ହେବ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ବିଭିନ୍ନ ସ୍ତରରେ ସମ୍ମାନିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବିଦ୍ୟାର୍ଥୀଙ୍କ ପଢ଼ାରେ ଉତ୍ସାହ ବୃଦ୍ଧି ପାଇବ । |
![]() |
ବ୍ୟବହାର କୁଶଳତା ଶତ୍ରୁମାନଙ୍କୁ ବଶ କରିପାରେ । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି । ଅଷ୍ଟମ ଚନ୍ଦ୍ର ଭୋଗ ଯୋଗୁଁ କ୍ଳେଶ ଅନୁଭବ କରିପାରନ୍ତି । ବିଦ୍ୟାର୍ଥୀମାନେ ଖେଳ କୁଦରେ ସତର୍କ ରହିବେ । |
![]() |
ପ୍ରୀତି ଲାଭ କରିପାରନ୍ତି । ବାଣିଜ୍ୟ କାରବାର ପୂର୍ବାପେକ୍ଷା ଅଧିକ ଲାଭଦାୟକ ହେବ । ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିବେ । ଦୀନଦରିଦ୍ରଙ୍କ ପାଇଁ ଦୟାର ଅବତାର ହେବେ । ଯଶସ୍ୱୀ ହେବେ । ପାରିବାରିକ ଶ୍ରଦ୍ଧା ରହିବ । ବିଦ୍ୟାର୍ଥୀ ଉଦ୍ୟମୀ ହେବେ । |
![]() |
ଶତ୍ରୁ ଦମନ ପାଇଁ ସହାୟତା ମିଳିପାରେ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ସ୍ୱକର୍ମ ଆନନ୍ଦଦାୟକ ହେବ । ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିପାରନ୍ତି । ସାମାନ୍ୟ ଚକ୍ଷୁ ଯନ୍ତ୍ରଣା ଉପୁଜି ପାରେ । ବିଦ୍ୟାର୍ଥୀମାନେ ପରିଶ୍ରମୀ ହେବେ । |
![]() |
ଚଞ୍ଚଳମନା ହେବେ । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହୋଇପାରନ୍ତି । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ମନ ପ୍ରଫୁଲ୍ଲ ରହିବ । କୁଶଳ ସମାଚାର ପାଇ ଖୁସି ହୋଇପାରନ୍ତି । ଅଧିକ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ପତ୍ନୀଙ୍କ ଉପଦେଶରେ ଚଳିବେ । |