OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saturday 6th Nov 2021

Odia Rashiphala

Odia Rashiphala

ଶାରୀରିକ ସ୍ତରରେ ପୀଡ଼ା ଉପୁଜିପାରେ । ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ । ତୀର୍ଥସ୍ଥାନ ଭ୍ରମଣ କରିବାର ଯୋଗ ଅଛି । ଦେବ, ଗୁରୁ ଓ ବ୍ରାହ୍ମଣଙ୍କ ଭକ୍ତ ହେବେ । ନିଜ ଅର୍ଜିତ ଧନ ଦେବ କାର୍ଯ୍ୟରେ ଖର୍ଚ୍ଚ କରିପାରନ୍ତି ।
ପ୍ରୀତିଲାଭର ସୂଚନା ମିଳୁଛି । ଆଜିର ଘଟଣା ସୁଖବୋଧ ହୋଇପାରେ । କର୍ମକ୍ଷେତ୍ରକୁ ଉଜ୍ୱଳମୟ କରି ଗଢ଼ିତୋଳିବେ । ଶୁଭକାର୍ଯ୍ୟ ସମ୍ପାଦିତ ହେବ । ସୁଷମ ଖାଦ୍ୟରେ ଆନନ୍ଦ ଅନୁଭବ କରିବେ ।
ଶତ୍ରୁର ଆତ୍ମବଡ଼ିମାକୁ ପରାହତ କରିପାରନ୍ତି । ଶୁଭଖବର ପାଇ ଖୁସି ହେବେ । ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ ।
ପତ୍ନୀଙ୍କ ସଞ୍ଚିତ ଧନ ଭୋଗ କରିପାରନ୍ତି । ଶତ୍ରୁଦମନ କରିବାରେ ସିଦ୍ଧହସ୍ତ ହେବେ । ବ୍ୟବସାୟରୁ ପ୍ରଚୁର ଧନ ପ୍ରାପ୍ତିର ସୂଚନା ମିଳୁଛି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ପାଠପଢ଼ାରେ ମନ ଲାଗି ରହିବ ।
ପରିଶ୍ରମର ମୂଲ୍ୟ ମିଳିବ । କୃଷି ଓ କ୍ଷେତ ଉପରେ ଧ୍ୟାନ ଦେବେ । ଯାନବାହନ ଓ ଗୃହ ସୁଖ ମିଳିବ । ଉଚ୍ଚ ପଦପଦବୀରେ ଆସୀନ ହୋଇପାରନ୍ତି । ସନ୍‌ମାର୍ଗୀ ହେବେ । ବିଦ୍ୟା ରୂପକ ମହାଜ୍ଞାନ ପ୍ରାପ୍ତ ହେବେ ।
ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ଭାଗ୍ୟଶାଳୀ ହେବେ । ଅସାଧ ଓ ଦୁଷ୍ଟ ପ୍ରକୃତି ଲୋକଙ୍କଠାରୁ ଦୂରେଇ ରହିବେ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ଶାନ୍ତ, ଭଦ୍ର ଓ ପରୋପକାରୀ ହୋଇପାରନ୍ତି ।
ମନ ଚଞ୍ଚଳ ରହିବ । ବ୍ୟବସାୟରୁ ପୁତ୍ରଠାରୁ ସ୍ୱଳ୍ପ ଧନ ମିଳିପାରେ । ସ୍ୱାର୍ଥ ତ୍ୟାଗ କରିପାରନ୍ତି । ମତିମାନ୍ ହେବେ । ଅତିସୁଖୀ ଓ କୀର୍ତ୍ତିମାନ୍ ହେବେ । ସହିଷ୍ଣୁ ହେବେ । ସୁସ୍ଥ ଓ ନିରାମୟ ରହିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ଭଲ ଆୟ ହେବ । ସରକାରୀ ବା ବନ୍ଧୁଙ୍କ ଯୋଗୁଁ ଲାଭବାନ୍ ହେବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ସୁସ୍ଥ ଓ ନିରାମୟ ରହିବେ । ନୂଆ ବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ । ଚିନ୍ତାଧାରା ଉନ୍ନତମାନର ହେବ ।
କାର୍ଯ୍ୟରେ ବିରୋଧର ସମ୍ମୁଖୀନ ହୋଇପାରନ୍ତି । ଅଯଥା ବିତର୍କରେ ଭାଗ ନ ନେଇ ନିରବ ରହିପାରନ୍ତି । ସେବା, ବ୍ୟବହାର, କୃଷି କର୍ମ ଓ ପ୍ରବଞ୍ଚନାରେ ଧନ ବ୍ୟୟ କରିପାରନ୍ତି । ମଧୁର କଥାରେ ବିରୋଧୀଙ୍କୁ ବଶ କରିବେ ।
ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । ଅଧିକ ଜ୍ଞାନ ଓ ଅଭିଜ୍ଞତା ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଏପରି କି ସରକାରୀ ସ୍ତରରୁ ଅର୍ଥ ମିଳିବାର ସୂଚନା ମିଳୁଛି ।
କୁଳୋଚିତ, କୀର୍ତ୍ତିଯୁକ୍ତ, ସ୍ଥିର, ଆଦରଯୁକ୍ତ ଓ ଦ୍ୱିଜଭକ୍ତ ହେବେ । କୁଳପ୍ରଦୀପ ହୋଇପାରନ୍ତି । ଦୟାଳୁ ସ୍ୱଭାବର ହେବେ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । ବିବାଦରେ ବିଜୟୀ ହେବେ ।
କାର୍ଯ୍ୟକ୍ଷେତ୍ରରେ ଉଦ୍ୟମ ପ୍ରଶଂସନୀୟ ହେବ । ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ଓ ନିରାମୟ ରହିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments