![]() |
ସୁଖ, ସନ୍ତୋଷ ମିଳିପାରେ । କୌଣସି କାରଣରୁ ଈର୍ଷା ପରାୟଣ ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଭାଗୁଆଳି ବ୍ୟବସାୟ ଲାଭଜନକ ହେବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସତର୍କତାର ଦିନ । |
![]() |
ବ୍ୟବସାୟ ଲାଭଜନକ ହେବ । ମନରେ ସେବାଭାବ ଜାଗ୍ରତ ହୋଇପାରେ । ଶାନ୍ତି ଓ ଧୈର୍ଯ୍ୟବାନ୍ ହେବେ । କର୍ମକ୍ଷେତ୍ରରେ ପତ୍ନୀଙ୍କ ସହାୟତା ମିଳିବ । ବନ୍ଧୁ ସହାୟତା ପାଇ କାର୍ଯ୍ୟ ସଂପାଦନ କରିବେ । ନୂତନ ବିବାହ ପ୍ରସ୍ତାବ ଆସିପାରେ । |
![]() |
ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସାମୟିକ ଭାବେ ସ୍ୱଳ୍ପ ଚକ୍ଷୁ ଯନ୍ତ୍ରଣା ଅନୁଭବ କରିପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ବଳଶାଳୀ ହେବେ । ଶତ୍ରୁହନ୍ତା ହୋଇପାରନ୍ତି । |
![]() |
କର୍ମଚଞ୍ଚଳ ରହିବେ । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ । ଆକସ୍ମିକ ଧନଲାଭ ହୋଇପାରେ । ତନ୍ତ୍ର ମନ୍ତ୍ରାଦି ଗୁପ୍ତବିଦ୍ୟା ପ୍ରତି ରୁଚି ରହିବ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ । ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ । |
![]() |
ଉଦାର ସ୍ୱଭାବର ହେଲେ ବି ମନୋବଳ ଦୃଢ଼ ରହିବ । ଦାନଶୀଳ ହୋଇପାରନ୍ତି । ସୁଖୀ ହେବେ । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । କୃଷିକ୍ଷେତରୁ ଲାଭବାନ୍ ହେବେ । ପ୍ରେମୀ ଓ ବୁଦ୍ଧିମାନ୍ ହୋଇପାରନ୍ତି । |
![]() |
ମନ ପ୍ରସନ୍ନ ରହିବ । ଆସ୍ତିକ ହେବେ । ମଧୁରଭାଷୀ ଭାବେ ସାମାଜିକ ସ୍ତରରେ ଆଦର ମିଳିବ । ମେଳାପୀ ପ୍ରକୃତିର ହେବେ । ପ୍ରେମୀ ଓ ସାହସୀ ହେବେ । ବିବାଦରେ ବିଜୟୀ ହେବେ । ସାନଭାଇମାନଙ୍କ ଠାରୁ ଆଦର, ସମ୍ମାନ ମିଳିବ । |
![]() |
ଭାଗ୍ୟଶାଳୀ ହୋଇପାରନ୍ତି । ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବିଭିନ୍ନ ଦିଗରୁ ଧନାଗମ ହେବ । ମିତ୍ର ସୁଖ ମିଳିପାରେ । |
![]() |
ବିଶିଷ୍ଟ ହିତାକାଂକ୍ଷୀ ବ୍ୟକ୍ତିଙ୍କ ଦ୍ୱାରା ଅନୁଗୃହୀତ ହୋଇପାରନ୍ତି । ଆୟ ଉଚ୍ଚକୋଟିର ହେବ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ରଣକ୍ଷେତ୍ରରେ ପାରଙ୍ଗମ ହେବେ । ମାଲିମୋକଦ୍ଦମାରେ ବିଜୟୀ ହେବେ । ଧନଲାଭ ହେବ । ଉତ୍ତମ ଭୋଜନ ମିଳିବ । |
![]() |
ମନ ପ୍ରସନ୍ନ ରହିବ । କର୍ମଚଞ୍ଚଳ ରହିବେ । ବ୍ୟୟବୃଦ୍ଧି ହେବାର ସୂଚନା ମିଳୁଛି । ସାହସୀ ଓ ଜ୍ଞାନୀ ହେବେ । ଗୁପ୍ତବିଦ୍ୟାରେ ରୁଚି ରହିବ । ମଧୁର ଭାଷାରେ ବଶକରି ପରକୁ ଆପଣାର କରିବାରେ ସିଦ୍ଧହସ୍ତ ହେବେ । ସାମାନ୍ୟ ଚକ୍ଷୁ ଯନ୍ତ୍ରଣା ଅଛି । |
![]() |
ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । କର୍ମଚଞ୍ଚଳ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି । ଆୟ ଆଶାନୁରୂପ ହେବ । |
![]() |
କୁଳପ୍ରଦୀପ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହୋଇପାରନ୍ତି । ନିଜ ପରିବାର ପ୍ରତି ସ୍ନେହ ଶ୍ରଦ୍ଧାଭାବ ରହିବ । ମହତାକାଂକ୍ଷୀ ହୋଇପାରନ୍ତି । |
![]() |
ଭାଗ୍ୟଶାଳୀ ହେବେ । ଭୋଗ ବିଳାସ କରିପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ବିଦ୍ୱାନ୍ ଓ ସମ୍ପତ୍ତିବାନ୍ ହେବେ । ଉଦ୍ୟୋଗୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ପର୍ଯ୍ୟଟନର ସୁଯୋଗ ମିଳିପାରେ । |