OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saturday 5th March 2022

Odia Rashiphala

Odia Rashiphala

ବିବାଦୀୟ ବିତର୍କରୁ ଦୂରେଇ ଯାଇପାରନ୍ତି । ଧନ, ଆଚ୍ଛାଦିନ, ଭୋଜନ, ଚତୁଷ୍ପଦ ପଶୁ କ୍ରୟ ଓ ପୌରୁଷ କର୍ମରେ ଧନ ବ୍ୟୟ କରିପାରନ୍ତି । କଥା ମଧୁର ହେଲେ, ପର ଆପଣାର ହେ‌ବେ ।
ସଫଳତାର ଶୀର୍ଷ ସ୍ପର୍ଶ କରିପାରନ୍ତି । ପତ୍ନୀଙ୍କଠାରୁ ସଜ୍ଜନଙ୍କଠାରୁ କୃଷି କର୍ମରୁ ସରକାରୀ ସ୍ତରରୁ ଓ ସତ୍‌କ୍ରିୟାରୁ ଧନ ମିଳିବ । ଅଧିକ ଜ୍ଞାନ ଅର୍ଜନ ପାଇଁ ତତ୍ପରତା ପ୍ରକାଶ ପାଇବ ।
ସ୍ୱକର୍ମ ଉପରେ ପ୍ରାଧାନ୍ୟ ଦେବେ । କୀର୍ତ୍ତୀଯୁକ୍ତ ହୋଇପାରନ୍ତି । ତେଜୀୟାନ୍, କୃଷି କର୍ମକାରୀ ଓ ବ୍ରାହ୍ମଣ ପ୍ରୀତିକାରୀ ହୋଇପାରନ୍ତି । କର୍ମକ୍ଷେତ୍ରରୁ ସଫଳତା ମିଳିବ । ଆର୍ଥିକ ସ୍ତିତିରେ ସ୍ବଚ୍ଛଳ ଦେଖାଦେବ ।
କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ବ୍ରତ, ଉପବାସ, ନୀତିନିୟମ ପାଳନ, ତୀର୍ଥାଶ୍ରମ ଓ ସେବା କାର୍ଯ୍ୟରେ ଧର୍ମପ୍ରାପ୍ତ ହେବେ । କ୍ଷମତା ହାସଲ କରି ତାର ସଦବ୍ୟବହାର କରିବେ ।
ଧର୍ଯ୍ୟର ସହିତ ଆଜି ଉପୁଜିଥିବା ସମସ୍ୟାକୁ ସାମନା କରିବାକୁ ପଡିବ । ସରୀସୃପ, ବନଜନ୍ତୁ, ଚତୁଷ୍ପଦ ଶିଙ୍ଘ ଥିବା ପ୍ରାଣୀ ଓ ଚୋରଙ୍କ ପ୍ରତି ସତର୍କ ରହିବାକୁ ପଡିବ । ଶତ୍ରୁତାର ଅବସାନ ଘଟାଇ ପାରନ୍ତି ।
ପୁତ୍ରହୀନା ହୋଇଥିଲେ ବି ସୁଶ୍ରୀ ପତ୍ନୀ, ଭୋଗପ୍ରିୟା, ଧନବତୀ, ବିନୟୀ ସତ୍ୟାଦିଯୁକ୍ତ ଓ ବାକ୍ୟ ବିଶାରଦ ହୋଇପାରନ୍ତି । ସମାଜସେବା ପ୍ରତି ଆକୃଷ୍ଟ ହେବେ । ବ୍ୟବସାୟ ଲାଭଜନକ ହେବ । ଧର୍ଯ୍ୟବାନ୍ ହେବେ ।
ଧନ ପାଇଁ ଶତ୍ରୁତା ଉପୁଜିପାରେ । ବିଭିନ୍ନ ଉନ୍ନୟନ କାର୍ଯ୍ୟର କାର୍ଯ୍ୟକର୍ତ୍ତା, ବନ୍ଧୁପ୍ରିୟ ଓ ସାଧୁପ୍ରିୟ ହୋଇପାରନ୍ତି । ଶତ୍ରୁଦମନ କରି ମାନସିକ ଶାନ୍ତିଫେରିପାଇବେ । ଋଣ ପରିଶୋଧ କରିପାରନ୍ତି ।
ସନ୍ତାନମାନେ ଭୋଗୀ ହେବେ । ସୁଶୀଳ ହେବେ । ଧନଯୁକ୍ତ ହୋଇପାରନ୍ତି । ପ୍ରଣୟୀ ଓ ସ୍ୱକୁଳ ଧର୍ମରେ ଅନୁରକ୍ତ ହେବେ । ଆଗମ୍ୟ ଗମନ କରିପାରନ୍ତି । ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।
କର୍ମକ୍ଷେତ୍ରରୁ, ଯୁଦ୍ଧ ବିବାଦୀୟ ଅବସ୍ଥାରୁ, ସରକାରୀ ସେବା କ୍ଷେତ୍ରରୁ, ବାକ୍ୟ କଥନରୁ ଧନ ଲାଭ କରିପାରନ୍ତି । ଶ୍ରମ ଯେତେ କଠିନ ହେଉନା କାହିଁକି; ତା”ର ମୂଲ୍ୟାଙ୍କନ ହେବ । ଯାନବାହନ ସୁଖ ଅଛି ।
କୁବଂଶର ବ୍ୟକ୍ତିଙ୍କ ସହିତ ମିତ୍ରତା କରିପାରନ୍ତି । ଧନଯୁକ୍ତ ହୋଇ ମଧ୍ୟ ନିର୍ଦ୍ଧନ ବ୍ୟକ୍ତିଭାବେ ଛଳନା କରିବେ । ଭ୍ରାତୃଯୁକ୍ତ ହେବେ । ଲଜ୍ଜା ପରିତ୍ୟାଗ କରିପାରନ୍ତି । ସରକାରୀ ସ୍ତରରୁ ଲାଭବାନ୍ ହେବେ ।
ଫଳ, ପୁଷ୍ପ, ଜଳ, ସାଧୁସେବା ଓ ପରୋପକାର କରି ଧନପ୍ରାପ୍ତ ହେବେ । ସମ୍ବେଦନା ସହିତ ଯୋଡ଼ିହୋଇ ସେବାର ସାର୍ଥକତା ଉପଲବ୍ଧି କରିପାରନ୍ତି । ନୀତିନିଷ୍ଠ, ମତିମାନ୍ ଓ ଚଞ୍ଚଳତାଯୁକ୍ତ ହେବେ ।
ଭଲ ଆୟ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ପୌଷ୍ଟିକ କର୍ମ ଓ ଅନ୍ୟାନ୍ୟ ମଙ୍ଗଳ କର୍ମାଦିରେ ନିରତ ହେବେ । ସୁସ୍ଥ ରହିବେ । ନୂଆ ବନ୍ଧୁ ଜୁଟିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments