![]() |
ଅଶ୍ୱିନୀ ଓ ଦ୍ୱିଜା ନକ୍ଷତ୍ରଜାତ ବ୍ୟକ୍ତି ଦୁର୍ଘଟଣାରୁ ବର୍ତ୍ତିଯାଇ ଆଶ୍ୱସ୍ତ ହେବେ । ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ନୀତିନିଷ୍ଠ ଓ ବିନୀତ ସ୍ୱଭାବର ହେବେ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ । |
![]() |
ରୋହିଣୀ ନକ୍ଷତ୍ରଜାତ ବ୍ୟକ୍ତିଙ୍କୁ କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । କୃତ୍ତିକା ଓ ମୃଗଶିରା ନକ୍ଷତ୍ରର ସାମାନ୍ୟ ଶୁଭଫଳ । |
![]() |
ଆର୍ଦ୍ରା ନକ୍ଷତ୍ରଜାତ ବ୍ୟକ୍ତି ବିଚାରବିମର୍ଶ କରି କାର୍ଯ୍ୟ କଲେ ସଫଳତା ପାଇବେ । ଶତ୍ରୁବିନାଶ କରିବେ । ଋଣ ପରିଶୋଧ କରିପାରନ୍ତି । ମୃଗଶିରା ଓ ପୁନର୍ବସୁ ନକ୍ଷତ୍ର ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ । |
![]() |
ପୁଷ୍ୟା ନକ୍ଷତ୍ରଜାତ ବ୍ୟକ୍ତି ପଢ଼ାପଢ଼ିରେ ମନୋନିବେଶ କରିବେ । ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବ୍ୟବସାୟ ଲାଭଜନକ ହେବ । ପୁନର୍ବସୁ ଓ ଅଶ୍ଲେଷା ନକ୍ଷତ୍ର ପ୍ରଭାବିତ ହେବେ । |
![]() |
ମଘା ଓ ପୂର୍ବା ଫାଲୁଗୁନୀ ନକ୍ଷତ୍ରଜାତ ବ୍ୟକ୍ତିଙ୍କ ଶ୍ରମ ସାର୍ଥକ ହେବ । ଯାନବାହନ ସୁଖ ମିଳିବ । ଗୃହ ପରିବେଶ ବାସଉପଯୋଗୀ ହେବ । କୃଷି କ୍ଷେତ୍ରରୁ ଲାଭ ମିଳିବ । ଉତ୍ତରା ଫାଲୁଗୁନୀ ନକ୍ଷତ୍ରର ସାମାନ୍ୟ ଲାଭ । |
![]() |
ହସ୍ତା ନକ୍ଷତ୍ରଜାତ ବ୍ୟକ୍ତି ପ୍ରତି କ୍ଷେତ୍ରରେ କୃତକାର୍ଯ୍ୟ ହେବେ । ସକଳ ଗୁଣଯୁକ୍ତ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ । ସରକାରୀ ସ୍ତରରୁ ଲାଭବାନ୍ ହେବେ । ଉତ୍ତରା ଫାଲଗନୀ ଓ ଚିତ୍ରା ନକ୍ଷତ୍ରର ସାମାନ୍ୟ ଶୁଭଫଳ । |
![]() |
ହସ୍ତା ନକ୍ଷତ୍ରଜାତ ବ୍ୟକ୍ତି ବିଭିନ୍ନ ସ୍ତରରୁ ଧନ ଆହରଣ କରିବାରେ ସକ୍ଷମ ହେବେ । ନୀତିନିଷ୍ଠ ହେବେ । ମତିମାନ୍ ହୋଇପାରନ୍ତି । କର୍ମଚଞ୍ଚଳ ରହିବେ । ଚିତ୍ରା ଓ ବିଶାଖା ନକ୍ଷତ୍ରର ସାମାନ୍ୟ ଶୁଭଫଳ । |
![]() |
ଅନୁରାଧା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ଆୟ ଆଶାନୁରୂପ ହେବ । ସରକାର ଓ ବନ୍ଧୁ ସହାୟତାରୁ ଲାଭବାନ୍ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ଜ୍ୟେଷ୍ଠା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ସାମାନ୍ୟ ଶୁଭ । |
![]() |
ମୂଳା ଓ ପୂର୍ବାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତି ସାଧନାର ପ୍ରଥମ ସୋପାନପୂର୍ବକ ଏକାକି କିଛି ସମୟ ବିତାଇ ପାରନ୍ତି । ନିଜକୁ ବିବାଦମୁକ୍ତ ରଖିପାରନ୍ତି । ଶୁଭକାର୍ଯ୍ୟରେ ଧନ ବ୍ୟୟ କରିବେ । ଉତ୍ତରଷାଢ଼ାର ସାମାନ୍ୟ ଶୁଭ । |
![]() |
ଶ୍ରବଣା ନକ୍ଷତ୍ରଜାତ ବ୍ୟକ୍ତି ରୋଜଗାରକ୍ଷମ ହେବେ । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଧନିଷ୍ଠା ଓ ଉତ୍ତରାଷାଢ଼ା ନକ୍ଷତ୍ରର ସାମାନ୍ୟ ଶୁଭଫଳ । |
![]() |
ଶତଭିଷା ନକ୍ଷତ୍ରଜାତ ବ୍ୟକ୍ତି ସମ୍ୟକ ତତ୍ତ୍ୱଦର୍ଶୀ ଓ ଦୟାଳୁ ସ୍ୱଭାବର ହେବେ । ଗୁଣାତୀତ ହୋଇପାରନ୍ତି । ସୁବିମଳ ଯଶର ଅଧିକାରୀ ହେବେ । ଆର୍ଥିକ ସ୍ଥିତି ଦୃଢ଼ ହେବ । ଧନିଷ୍ଠା ଓ ପୂର୍ବଭ୍ରାଦ୍ରର ସାମାନ୍ୟ ଶୁଭ । |
![]() |
ଉତ୍ତରଭାଦ୍ର ନକ୍ଷତ୍ରଜାତ ବ୍ୟକ୍ତିଙ୍କର କର୍ମକ୍ଷେତ୍ର ଉତ୍ସାହଜନକ ହେବ । କ୍ଷମତାଶାଳୀ ହୋଇପାରନ୍ତି । ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିପାରନ୍ତି । ପୂର୍ବଭ୍ରାଦ୍ର ଓ ରେବତୀ ନକ୍ଷତ୍ରର ସାମାନ୍ୟ ଶୁଭ । |