OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saturday 3rd July 2021

Odia Rashiphala

Odia Rashiphala

ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟ ବୃଦ୍ଧିର ସୂଚନା ମିଳୁଛି । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଐଶ୍ୱର୍ଯ୍ୟା ପ୍ରାପ୍ତିର ସୁଯୋଗ ଅଛି । ମାଲି-ମୋକଦ୍ଦମାରେ ବିଜୟୀ ହେବେ । ଧନଲାଭ ହେବ । ସୁସ୍ଥ ରହିବେ ।
ମାନସିକ ସ୍ତରରେ ଦୁର୍ଭାବନା ଜାତ ହୋଇ ପାରେ । କର୍ମ ଚଞ୍ଚଳ ରହିବେ । ଥଣ୍ଡାଜନିତ କ୍ଲେଶ ଅନୁଭବ କରିପାରନ୍ତି । ଅଧିକ ବ୍ୟୟର ସମ୍ମୁଖୀନ ହେବେ । କଥାରେ ଅନ୍ୟକୁ ବଶକରି ପାରନ୍ତି । ନୀତିନିଷ୍ଠ ହେବେ ।
କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । କର୍ମଚଞ୍ଚଳ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ରାଜକୋଷ ଅର୍ଥ ମିଳିପାରେ ।
କାର୍ଯ୍ୟରେ ପାରଦର୍ଶିତା ଲାଭ କରିବେ । କୁଳପ୍ରଦୀପ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟା ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହୋଇପାରନ୍ତି ।
ଭାଗ୍ୟଶାଳୀ ହେବେ । ଭୋଗ-ବିଳାସ କରିପାରନ୍ତି । ସୁଖ-ସମୃଦ୍ଧିର ମୂଳଦୁଆ ପଡ଼ିବ । ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ୍ ହେବେ । ଶିଳ୍ପୋଦ୍ୟାଗୀ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ପର୍ଯ୍ୟଟନର ସୁଯୋଗ ମିଳିବ ।
ସାମାନ୍ୟ ମାତ୍ରାର ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ଦୟାଳୁ ଓ ପରୋପକାରୀ, ଧାର୍ମିକ ଓ ବିଚାରବନ୍ତ ହେବେ । ପ୍ରତ୍ୟେକ କାର୍ଯ୍ୟରେ ସତର୍କ ରହିବେ ।
ବିନା ଦ୍ୱିଧାରେ ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନ କରିବେ । ବ୍ୟବସାୟ ଲାଭଜନକ ହେବ । ସମାଜସେବାରେ ବ୍ରତୀ ହୋଇପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହେବେ ।
ମନ ପ୍ରସନ୍ନ ରହିବ । ଅନାବଶ୍ୟକ ଖର୍ଚ୍ଚକରି ପାରନ୍ତି । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ । ଶକ୍ତିଶାଳୀ ଓ ଶତ୍ରୁହନ୍ତା ହେବେ । ଚାକିରି କ୍ଷେତ୍ରରେ ସୁନାମଧନ୍ୟ ହେବେ ।
କର୍ମଚଞ୍ଚଳ ରହିବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ଧାର୍ମିକ ଓ ତେଜସ୍ୱୀ ହେବେ ।
ଉଦାର ପ୍ରକୃତିର ହୋଇପାରନ୍ତି । ଦାନଶୀଳ ହେବେ । ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । କୃଷି କର୍ମକାରୀ ହୋଇପାରନ୍ତି । ପ୍ରେମୀ ଓ ବୁଦ୍ଧିମାନ ହେବେ । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ ।
କର୍ମ ତତ୍ପର ହେବେ । ମନ ପ୍ରସନ୍ନ ରହିବ । ଆତ୍ମବିଶ୍ୱାସୀ ହୋଇପାରନ୍ତି । ସଦୁପୋଦେଶ ଦାତା ହେବେ । ପ୍ରେମୀ ଓ ସାହସୀ ହେବେ । ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ୱାନ ହେବେ । ପ୍ରତିଯାଗିତାରେ ବିଜୟୀ ହେବେ ।
ଭବିଷ୍ୟ କର୍ମପନ୍ଥା ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି । ଭାଗ୍ୟଶାଳୀ ହେବେ । ମଧୁର ଭାଷା, ସହନଶୀଳ, ଶାନ୍ତିପ୍ରିୟ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମିତ୍ରଙ୍କ ସାନ୍ନିଧ୍ୟ ଶୁଭପ୍ରଦ ହେବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments