OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saturday 3rd August 2019

Odia Rashiphala

Odia Rashiphala

ପୈତୃକ କାର୍ଯ୍ୟରେ ବାଧା ଉପୁଜି ପାରେ । ମନରେ ଉଦ୍‌ବେଗ ଜାତ ହୋଇପାରେ । ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ । ଆର୍ଥିକ ସ୍ଥିତି ଉନ୍ନତମାନର ହେବ । କୁଶଳ ବାର୍ତ୍ତା ପାଇ ଖୁସି ହେବେ । ବ୍ୟବସାୟ ଲାଭଜନକ ହେବ ।
ଉପକାରୀର ପ୍ରତ୍ୟୁପକାର କରିବାକୁ ଚେଷ୍ଟା ଜାରି ରଖିବେ । କେତେକ କ୍ଷେତ୍ରରେ ମାନ-ମନାନ୍ତର ଉପୁଜି ପାରେ । ପ୍ରିୟଭାଷୀ ଓ ଧନ, ଯାନବାହନଯୁକ୍ତ ହୋଇପାରନ୍ତି । ସୁବର୍ଣ୍ଣ ସଂପଦ ମିଳିପାରେ । ଶାରୀରିକ ଶାନ୍ତି ବୃଦ୍ଧି ପାଇବ ।
ନିଜ କାର୍ଯ୍ୟରେ ଅଗ୍ରଗତି ଘଟାଇ ପାରନ୍ତି । କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ । ଯୋଜନାବଦ୍ଧ ଭାବେ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହୋଇପାରନ୍ତି । ଚେଷ୍ଟାରେ ସଫଳତା ଲାଭ କରିବେ । ବିବାଦୀୟ ଘଟଣାରେ ବିଜୟୀ ହେବେ ।
ପାରିବାରିକ ଶାନ୍ତି ଅବ୍ୟାହତ ରହିବ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ତ୍ୟାଗଶୀଳ ଓ ନୀତିଜ୍ଞ ହେବେ । ଚଞ୍ଚଳମନା ଓ ଅତି ସୁଖୀ ହେବେ । କୀର୍ତ୍ତିମାନ୍ ଓ ସହିଷ୍ଣୁ ହେବେ ।
ଦାୟିତ୍ୱରେ ପରିବର୍ତ୍ତନ ଘଟିପାରେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ରୋଜଗାର ଆଶାନୁରୂପ ହେବ । ସରକାରୀ କିମ୍ବା ବନ୍ଧୁ ସହାୟତା ପାଇ ଲାଭବାନ୍ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ଆୟ ବଢ଼ାଇବା ପାଇଁ ଆପଣଙ୍କ ନିକଟରେ ସମୟ ଓ ସୁଯୋଗ ଅଛି । ବ୍ୟୟ ବଢ଼ିବାର ସୂଚନା ମିଳୁଛି । ସ୍ୱାଭିମାନୀ ହୋଇପାରନ୍ତି । ଚଞ୍ଚଳ ଚେଷ୍ଟିତ ହେବେ । ମଧୁର କଥା କହି ପ୍ରଶଂସାର ପାତ୍ର ହେବେ । ଯୁଗ୍ମ ବ୍ୟବସାୟରୁ ଲାଭ ମିଳିବ ।
ବନ୍ଧୁମେଳରେ ଆନନ୍ଦ, ଉତ୍ସବ ଲାଗି ରହିବ । ଆୟ ଯଥେଷ୍ଟ ପରିମାଣର ହେବ । ଶୁଭ ସମାଚାର ପାଇ ଖୁସି ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ରାଜଦ୍ୱାରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଦାମ୍ପତ୍ୟ ସୁଖ ମିଳିବ ।
ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରପିାରନ୍ତି । ସୁଖୀ ହେବେ । ସମ୍ମାନିତ ହେବେ । କୀର୍ତ୍ତି ସ୍ଥାପନ କରିପାରନ୍ତି । ମନ ଉଲ୍ଲସିତ ହେବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ସରକାରୀ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି ।
କର୍ମାନୁସାରେ ଫଳ ଫଳିବ । ପରୋପକାରୀ ହୋଇପାରନ୍ତି ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସତ୍ କାର୍ଯ୍ୟରେ ବ୍ୟୟ କରିବେ । କାର୍ଯ୍ୟରେ ସଫଳତା ଲାଭ କରିବେ ।
ନୂତନ ଯାନ କ୍ରୟ କରିପାରନ୍ତି । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଶୁଭକାର୍ଯ୍ୟକୁ ଭାବି-ଚିନ୍ତି କରନ୍ତୁ; ଅଥବା ସ୍ଥଗିତ ରଖିବାକୁ ପଡ଼ିବ। ସ୍ୱାଭିମାନୀ ହୋଇପାରନ୍ତି । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଦୁଃଖୀ, ରଙ୍କୀଙ୍କ ପ୍ରତି ଦୟା କରିବେ ।
ଭ୍ରାତୃସ୍ନେହ ଅତୁଟ ରହିବ । ସାରାଦିନ କଷ୍ଟକର ହେଲେ ବି ଆମୋଦ-ପ୍ରମୋଦ ଲାଗି ରହିବ । ଧର୍ମ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । ନୈତିକତା ବୃଦ୍ଧି ପାଇବ । ବନ୍ଧୁ ବତ୍ସଳ ହେବେ । ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ ।
ଚିନ୍ତାମୁକ୍ତ ହୋଇପାରନ୍ତି । ଆପଣଙ୍କ ବିକ୍ରମ ଓ ରଣସଜ୍ଜା ଦେଖି, ଶତ୍ରୁ ଆପଣା ଛାଏଁ ଅପସରି ଯିବ । ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । ସୁଖଶାନ୍ତିରେ ସମୟ ଅତିବାହିତ କରିପାରନ୍ତି । ସ୍ୱାସ୍ଥ୍ୟ ଅତୁଟ ରହିବ । ବଳଶାଳୀ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments