OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saturday 31th August 2019

Odia Rashiphala

Odia Rashiphala

ଚାକିରି କ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ନିରବ ଚିନ୍ତକ ହୋଇପାରନ୍ତି । ଅଧ୍ୟୟନରତ ହେବାର ସୂଚନା ମିଳୁଛି । ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତ ହେବେ । ଶୁଭ ଖବର ମିଳିବ । ଦିନଟି ମଧ୍ୟମ ଧରଣର । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ଅର୍ଥ ଉପାର୍ଜନ ଅତ୍ୟଧିକ ହେବ । ଦ୍ରବ୍ୟ ନଷ୍ଟ ହେବାର ଆଶଙ୍କା ଅଛି । କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ । ପରିଶ୍ରମ ଅଧିକ ହେଲେ ବି ତା’ର ମୂଲ୍ୟ ମିଳିବ । ମନ୍ତ୍ରଣାଦାତା ହେବେ । ନ୍ୟାୟବାନ୍ ଓ ନିରପେକ୍ଷ ହେବେ ।
ପରିକଳ୍ପନା ଅନୁଯାୟୀ କାର୍ଯ୍ୟ କରିପାରନ୍ତି । ସମ୍ମାନିତ ହେବେ । ଆର୍ଥିକ ସ୍ତରରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଭଗବତ୍ ଚିନ୍ତକ ହେବେ । ଦର୍ଶନର ସୌଭାଗ୍ୟ ଉଦୟ ହୋଇଛି । ଅଶାନ୍ତି କମିବ । ସରକାରୀ ଲାଭ ମିଳିବ ।
ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । କୌଣସି କାରଣରୁ ଭୟାତୁର ହୋଇପାରନ୍ତି । ବିଷାଦଗ୍ରସ୍ତ ହୋଇପାରନ୍ତି; ମାତ୍ର ନୀତିନିଷ୍ଠ ହେବେ । ଧନ ମିଳିବ । ଯାନ-ବାହନ ସୁଖ ମିଳିପାରେ । ବାକ୍ୟ ବିଶାରଦ ହେବା ଆଶା କରାଯାଏ ।
ପରିସ୍ଥିତି ଉତ୍ସାହଜନକ ହେବ । ଆଶ୍ୱସ୍ତି ମିଳିବ । ଆୟ ଉତ୍ତମ ଧରଣର ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭ ମିଳିବ । ମିଷ୍ଟାନ୍ନ ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ଓ ନିରାମୟ ରହିବେ । ନୂଆବନ୍ଧୁ ଜୁଟିବେ । ଚିନ୍ତାଧାରା ଉନ୍ନତମାନର ହେବ ।
ନିଜର ଅଧିକାର ପ୍ରତି ସଚେତନ ହେବେ । ବ୍ୟୟ ବୃଦ୍ଧି ଘଟିପାରେ । ବିବାଦରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି । ନିଜ ଲୋକେ ଦୂରେଇ ଯାଉଥିବା ଲୋକେ ସମ୍ମାନିତ କରିପାରନ୍ତି । ମଧୁର ବଚନରେ ପରକୁ ଆପଣାର କରିପାରନ୍ତି ।
ସ୍ମରଣ ଶକ୍ତି ବୃଦ୍ଧି ହେବ । କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ଜ୍ଞାନ ଆହରଣ ପାଇଁ ଆଗ୍ରହୀ ହେବେ । ଶୁଭ ଖବର ପାଇ ଖୁସି ହୋଇପାରନ୍ତି । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଅର୍ଥ ପ୍ରାପ୍ତିର ଅପୂର୍ବ ସୁଯୋଗ ଅଛି ।
ଭ୍ରାତୃ ବିବାଦର ଅବସାନ ଘଟିବ । ଆୟ ବୃଦ୍ଧି ହେବାର ସୂଚନା ମିଳୁଛି । ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି । କର୍ମକ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭ କାର୍ଯ୍ୟ ପାଇ ସମୟ ଅନୁକୂଳ ଅଛି । ବିବାଦରେ ବିଜୟୀ ହେବେ ।
ଧର୍ମ ଭାବନା ଶାନ୍ତି ଦାୟକ ହେବ । ଲୋକ ସଂପର୍କ ବୃଦ୍ଧି ପାଇବ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‌ବ୍ୟବହାର ଘଟାଇପାରନ୍ତି । ବିବାଦରେ ବିଜୟ ଲାଭ କରିବେ । ଭକ୍ତିଗାଥା ଶୁଣିବେ ।
ସତର୍କ ନ ରହିଲେ ବିପଦରେ ପଡ଼ିବେ । ମନରେ ଉଦ୍‌ବେଗ ଜାତ ହୋଇପାରେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଭାଗୁଆଳି ବ୍ୟବସାୟ ଲାଭଜନକ ହୋଇପାରେ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ ।
ସୁସ୍ଥ ଓ ନିରାମୟ ରହିବେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ର ସଫଳ ଓ ଉତ୍ସାହଜନକ ହେବ । ଶୁଭକାର୍ଯ୍ୟ କରଣୀୟ । ଆନନ୍ଦ ଉପଭୋଗ କରିପାରନ୍ତି । ରୁଚିକର ଭୋଜନରେ ଆପ୍ୟାୟିତ ହେବେ ।
ବିଭିନ୍ନ ସ୍ତରରୁ ସହଯୋଗ ପାଇ ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ । ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ୱାଦ ପାଇ ସୁଖୀ ହୋଇପାରନ୍ତି । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ସାବ୍ୟସ୍ତ ହୋଇଛି । ଋଣ ପରିଶୋଧ କରିପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments