OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saturday 30th November 2019

Odia Rashiphala

Odia Rashiphala

ବ୍ୟବସାୟ ଲାଭଜନକ ହେବ । ଆଶ୍ୱସ୍ତୀ ମିଳିବ । ପ୍ରଭାବଶାଳୀ ହେବେ । ଦୀର୍ଘଦିନର ଆଶା ଫଳବତୀ ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ନୀରୋଗ ଓ ସୁନ୍ଦର ଶରୀରଯୁକ୍ତ ହେବେ । ଅଣ୍ଟାରେ ବ୍ୟଥା ଉପୁଜିପାରେ ।
ଯୁଗ୍ମ ବ୍ୟବସାୟରେ ଲାଭ ପାଇ ଖୁସି ହୋଇପାରନ୍ତି । ଅଧିକାଂଶ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ । କାହାରି ହାତଟେକା ଦାନକୁ ଗ୍ରହଣ ନ କରି ସ୍ୱାଭିମାନରେ ବଞ୍ଚି ରହିବାକୁ ଉଦ୍ୟମ ଜାରି ରଖିବେ । ସାମୟିକ ଭାବେ ଅସୁସ୍ଥତା ଅନୁଭବ କରିପାରନ୍ତି ।
ଆସ୍ଥାବାନ୍ ହେବେ । ବ୍ୟବସାୟ ଲାଭଜନକ ହେବ । ବିବାହ ପାଇଁ ଯେତେ ଉଦ୍ୟମ ଚଳାଇଲେ ବି; ତାହା ବିଳମ୍ୱିତ ହୋଇପାରେ । ବନ୍ଧୁ ସହାୟତା ପାଇ କାର୍ଯ୍ୟ ହାସଲ କରିବେ । କର୍ମକ୍ଷେତ୍ରରେ ପତ୍ନୀଙ୍କ ସହାୟତା ମିଳିବ । କୀର୍ତ୍ତିମାନ୍ ହେବେ ।
ଆଗକୁ ବଢ଼ିବାକୁ ହେଲେ ସତର୍କତା ଆବଶ୍ୟକ । ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । ପତ୍ନୀଙ୍କ ବିଳାସ ବ୍ୟସନ ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେଇପାରନ୍ତି । ଶକ୍ତିମାନ୍ ହେବେ । ଧନାଦିଯୁକ୍ତ ଓ ନୀରୋଗୀ ହେବେ ।
ଯୋଗାଯୋଗରେ ପ୍ରଗତି ଘଟିବ । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳ ହେବେ । ହସ-ଖୁସିରେ ସମୟ ବିତିବ । ଆଶା ପୂରଣ ହେବ । ପୁତ୍ର ସୁଖ ମିଳିପାରେ । କଥାକାର ହେବେ । ଦାତା, ଭୋକ୍ତା, ଗୁଣବାନ୍, ଧନୀ ଓ ମାନୀ ହୋଇପାରନ୍ତି ।
ଅର୍ଥ ବିନିଯୋଗ କରି ସଫଳତା ମିଳିବା କଷ୍ଟସାଧ୍ୟ ହେବ । ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ଶୁଭା-ଶୁଭ ମିଶ୍ରିତ ଫଳ ମିଳିପାରେ । କୃଷିକ୍ଷେତ ଉପରେ ଧ୍ୟାନ ଦେବେ । ଭୂଗର୍ଭସ୍ତ୍ର ଧନ ମିଳିପାରେ । ସମ୍ମାନିତ ହେବେ । ଦେବ ପୂଜାରେ ନିରତ ହେବେ । ନିତ୍ୟାନନ୍ଦ ଭୋଗ କରିବେ ।
ନିଜକୁ କଳହମୁକ୍ତ ରହିବାକୁ ଉଦ୍ୟମ ଜାରି ରଖିବେ । ସତର୍କତାର ସହ ନ ଚଳିଲେ ଆଘାତ ପ୍ରାପ୍ତ ହୋଇପାରନ୍ତି । ସକଳଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ରାଜପୂଜା ମିଳିପାରେ । ଯାନବାହନଯୁକ୍ତ ଓ ବହୁପୋଷକ ହେବେ ।
ରାଜନୀତିରେ ରହିବା ଦ୍ୱାରା ହୋଇଥିବା ଲାଭକ୍ଷତିର ସମୀକ୍ଷା କରିବେ । ଯେକୌଣସି ସୂତ୍ରରୁ ଧନାଗମ ହେବ । ନୀତିଜ୍ଞ ହେବେ । ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହେବେ । ପରଧନରେ ଧନୀ ହୋଇପାରନ୍ତି । ରସିକ ହେବେ । ସୁଖୀ ହୋଇପାରନ୍ତି ।
ଧନବାନ୍ ହେବେ । ଗୁଣଯୁକ୍ତ ହୋଇପାରନ୍ତି । ଉପାର୍ଜନକାରୀ ହେବେ । ବଳିଷ୍ଠ ହୋଇପାରନ୍ତି । ସୁନ୍ଦର ଶରୀରଯୁକ୍ତ ହେବେ । ନୂଆବନ୍ଧୁଙ୍କୁ ଆୟୁଧ କରି କାର୍ଯ୍ୟ ହାସଲ କରିପାରନ୍ତି । ଧର୍ମପ୍ରିୟ ହେବେ । ପାଣ୍ଡିତ୍ୱଯୁକ୍ତ ହେବେ ।
ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । କାର୍ଯ୍ୟରେ ବାଧା ଉପୁଜି ପାରେ । ମଧୁରଭାଷା ଓ ଶାଳୀନ ବ୍ୟବହାର ଯୋଗୁଁ ଜନାଦୃତ ହୋଇପାରନ୍ତି । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି ।
ମାଙ୍ଗଳିକ କାର୍ଯ୍ୟରେ ଯୋଗଦେଇ ଖୁସି ହେବେ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ । ନାନାବିଧ ସମ୍ମାନର ଅଧିକାରୀ ହେବେ । ସାମର୍ଥ୍ୟର ପରିପ୍ରକାଶ ଘଟାଇପାରନ୍ତି । ନୃତ୍ୟ ସଙ୍ଗୀତପ୍ରିୟ ହେବେ । ସତ୍‌କର୍ମରେ ନିୟୋଜିତ ହେବେ ।
ଆୟ ବୃଦ୍ଧି ହେବାର ସୂଚନା ମିଳୁଛି । ସରକାରୀ ଅର୍ଥ ପାଇପାରନ୍ତି । ଧର୍ମର ଆଧାର ହେବେ । ସୁଗୁଣ ସମ୍ପନ୍ନ ହେବେ । ଉତ୍ତମା ରମଣୀଯୁକ୍ତ ହୋଇପାରନ୍ତି । ଯଶସ୍ୱୀ ହେବେ । ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଓ ଧନରେ ବିଜୟ ହାସଲ କରିପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments