![]() |
ଉତ୍ସାହିତ ହୋଇ କାର୍ଯ୍ୟ ସଂପାଦନ କରିବେ । ନୃତ୍ୟ ସଙ୍ଗୀତ ପ୍ରିୟ ହେବେ । ଗୁଣଜ୍ଞ ହୋଇପାରନ୍ତି । ଉପଯୁକ୍ତ କର୍ମାନୁରକ୍ତ ହେବେ । ସରକାରଙ୍କ ତରଫରୁ ଅର୍ଥ ପାଇ ଧନଶାଳୀ ହୋଇପାରନ୍ତି । ସୁଖ ମିଳିବ । |
ବୁଦ୍ଧିମାନ୍ ହେବେ । ଯାନବାହନ ସୁଖ ମିଳିବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ମଣି ଭୂଷଣାଦିଯୁକ୍ତ ହୋଇପାରନ୍ତି । ପରୋପକାର କରି ଆତ୍ମ ସନ୍ତୋଷ ଲାଭ କରିବେ । ଭୋଗାସକ୍ତ ହେବେ । ବିନୀତ ସ୍ୱଭାବର ହେବେ । | |
ଚାକିରି କ୍ଷେତ୍ରରେ ଭ୍ରମଣ ଯୋଗ ଅଛି । ଧର୍ମ-ଧାରଣାରେ ମନୋନିବେଶ କରିପାରନ୍ତି । ପୁଅ ଓ ବନ୍ଧୁଙ୍କ ପାଇଁ ସୁଖଭୋଗ କରିବେ । ମାନ୍ୟତା ମିଳିପାରେ । ରାଜପ୍ରସାଦ ପରି ପ୍ରଦୂଷଣମୁକ୍ତ ଗୃହ ସୁଖ ମିଳିପାରେ । | |
ପଡ଼ୋଶୀଙ୍କ ସହାୟତାରେ ଲାଭବାନ୍ ହେବେ । ଆଶାବାଦୀ ହେବେ । ପରୋପକାରୀ ହୋଇପାରନ୍ତି । ଉତ୍ସାହିତ ହୋଇ ନିଜର କର୍ତ୍ତବ୍ୟ ପାଳନ କରିପାରନ୍ତି । ଧନବାନ୍ ହେବେ । ସ୍ତ୍ରୀ-ପୁତ୍ର ପ୍ରୀତିଯୁକ୍ତ ହେବେ । ଉତ୍ତମ ବଂଶରୁ କନ୍ୟା ଆଣିବେ । | |
ନୂଆ ବନ୍ଧୁଙ୍କ ସାନିଧ୍ୟ ପାଇ ଖୁସି ହେବେ । ଶ୍ରେଷ୍ଠ ମାନ୍ୟତା ମିଳିବ । ଯଦି ହିଂସା ମାର୍ଗରେ ମନ ବଳାନ୍ତି ତେବେ ପୂଣ୍ୟ ଓ ଧନକ୍ଷୟ ହେବ । ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଉତ୍ତମ ବନ୍ଧୁଯୁକ୍ତ ହୋଇପାରନ୍ତି । | |
ସୁଗୁଣ ସମ୍ପନ୍ନ ହୋଇପାରନ୍ତି । ଧନବାନ୍ ହେବେ । ସର୍ବଦା ରୁଚିପୂର୍ଣ୍ଣ ବାକ୍ୟ କହି ଲୋକାଦୃତ ହେବେ । ଉତ୍ତମ ପତ୍ନୀଙ୍କ ସାହଚର୍ଯ୍ୟ ମିଳିବ । ସୁବର୍ଣ୍ଣାଦି ମୂଲ୍ୟବାନ୍ ଧାତୁ ଦ୍ରବ୍ୟ ମିଳିପାରେ । ପୁତ୍ର ସନ୍ତାନ ବା ତତ୍ବତ୍ ସୁଖ ମିଳିବ । | |
ପରିଶ୍ରମୀ ହେବେ ଓ ତା’ର ମୂଲ୍ୟ ମିଳିବ । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ବିପଦ-ଆପଦ ଦୂର ହେବ । ସାଧୁସେବାରେ ନିଜକୁ ନିୟୋଜିତ କରିପାରନ୍ତି । ବହୁମିତ୍ରଙ୍କ ସାନିଧ୍ୟ ମିଳିବ । ଧନଶାଳୀ ହେବାର ସୁଯୋଗ ଅଛି । | |
ଆଶାବାଦୀ ହେବେ । ଶାସ୍ତ୍ରପଟୁ ହେବେ । ପୂଣ୍ୟଦେହୀ ଭାବେ ବିବେଚିତ ହୋଇପାରନ୍ତି । ସୁବର୍ଣ୍ଣ ସଂପଦର ଅଧିକାରୀ ହେବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ରାଜବଂଶ ପୂଜିତ ହୋଇପାରନ୍ତି । ସତ୍ପୁତ୍ର ଲାଭ କରିବେ । | |
ଶତ୍ରୁର ସମ୍ମୁଖୀନ ହୋଇପାରନ୍ତି । ମନରେ ପ୍ରସନ୍ନ ଭାବ ଦେଖାଦେବ । ମିଷ୍ଟାନ୍ନ ଭୋଜନ ମିଳିବ । ଚିନ୍ତାଧାରା ଉନ୍ନତମାନର ହେବ । ସରକାରୀ କିମ୍ବା ବନ୍ଧୁ ସହାୟତାରୁ ଲାଭବାନ୍ ହୋଇପାରନ୍ତି । ପ୍ରିୟଭାଷୀ ହେବେ । ଧନ-ବାହାନଯୁକ୍ତ ହେବେ । | |
ବିଭିନ୍ନ ସ୍ତରରେ ସମ୍ମାନିତ ହୋଇପାରନ୍ତି । ଧର୍ମପ୍ରିୟ ହେବେ । ପାଣ୍ଡିତ୍ୟ ପରିପ୍ରକାଶ ଘଟାଇ ପାରନ୍ତି । ଶିଳ୍ପୋଦ୍ୟୋଗୀ ହେବେ ଓ ଶିଳ୍ପ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିପାରନ୍ତି । ସର୍ବଦା ହାସ୍ୟ-ମୁଖ ରହିବେ । ଯୁବତୀପ୍ରିୟ ଓ ଚଞ୍ଚଳ ଚେଷ୍ଟିତ ହେବେ । | |
ସନ୍ମାର୍ଗୀ ହୋଇ ଅନ୍ୟର ଆଦର୍ଶ ହେବେ । ପାଣ୍ଡିତ୍ୟ ପଣ ବଜାୟ ରଖିବେ । ପ୍ରବାସୀ ହୋଇପାରନ୍ତି । ପିତୃ ଭକ୍ତିଯୁକ୍ତ ହେବେ । ଭାଗ୍ୟବାନ୍ ହୋଇପାରନ୍ତି । ବିଶାଳ ଯଶର ଅଧିକାରୀ ହେବେ । ବାଦାନୁରକ୍ତ ହୋଇପାରନ୍ତି । ଶତ୍ରୁକୁ ପରାଜିତ କରିବେ । | |
ଦୃଢ଼ ମନୋବଳକୁ ପାଥେୟ କରି କାର୍ଯ୍ୟ କରିବେ । ବିନୟୀ ବ୍ୟକ୍ତିଭାବେ ଜନସାଧାରଣଙ୍କ ଶୁଭେଚ୍ଛା ରହିଛି । ବହୁମିତ୍ରଙ୍କ ସାନିଧ୍ୟ ମିଳିବ । ମହାପ୍ରତାପୀ ହେବେ । ବ୍ରହ୍ମ ପୂଜକ ହେବେ । ମହାନ୍ ପୌରୁଷ ପଣିଆର ଅଧିକାରୀ ହେବେ । |
Odia Calendar 2019
Comments
comments