![]() |
ସନ୍ତାନଙ୍କ ସୁଖରେ ସୁଖୀ ହେବେ । ଶ୍ରେଷ୍ଠ ଆସନରେ ଆସୀନ ହୋଇପାରନ୍ତି । ଶୁଦ୍ଧ-ପୂତ ରହିବେ । ଜୀବେଦୟା ମହତ୍ବାଣୀକୁ ଅନୁସରଣ କରି ଧର୍ମଧ୍ୱଜାଧାରୀ ହେବେ । |
ଅଧିକ ସମ୍ପଦ ଇଚ୍ଛା କଲେ ବି; ତାହା କଷ୍ଟସାଧ୍ୟ ହେବ । ପ୍ରତିବିଧାନ କଲେ ସୁସ୍ଥତା ଅନୁଭବ କରିବେ । ଯତ୍ନବାନ୍ ଓ ପରିଶ୍ରମୀ ହେଲେ କୃଷିରୁ ଲାଭ ମିଳିବ । ସାରାଦିନ ସତର୍କତାର ସହ ଚଳିବାକୁ ପଡ଼ିବ । | |
ବିନୟୀ ହେବେ । ସଦ୍ଗୁଣ ସମ୍ପନ୍ନ ହେବେ । ସୁଶ୍ରୀ ପତ୍ନୀଙ୍କ ପରାମର୍ଶ ଶୁଭଦାୟକ ହେବ । ସେବା ପରାୟଣ ହେବେ । ଅନବଦ୍ୟ ରଚନା ଜନସାଧାରଣଙ୍କ ପାଇଁ ଉପାଦେୟ ହେବ । କାର୍ଯ୍ୟ ଫଳପ୍ରସୂ ହେବ । | |
ସରକାରଙ୍କ ସ୍ତାବକ ନ ହୋଇ ସ୍ପଷ୍ଟବାଦୀ ହେବେ । ସୁସ୍ଥ ଓ ନିରାମୟ ରହିବେ । ମହାଜନଙ୍କ ସହିତ ଲାଗିଥିବା ଶତ୍ରୁତାର ଅବସାନ ଘଟାଇ ଆଶ୍ୱସ୍ତ ହେବେ । ଦିନଟି ମଙ୍ଗଳମୟ ହେବ । ଆତ୍ମସନ୍ତୋଷ ମିଳିବ । | |
ପତ୍ନୀଙ୍କ ସଞ୍ଚିତ ଧନ ପାଇଁ ସୁଖୀ ହେବେ । ନମ୍ରତାର ପ୍ରତୀକ ହୋଇପାରନ୍ତି । ଆପଣଙ୍କ ପରାମର୍ଶ ସୁଦୂର ପ୍ରସାରୀ ହେବେ । କାବ୍ୟକର୍ତ୍ତା ହୋଇପାରନ୍ତି । ନୀତିଶାସ୍ତ୍ରରେ ପାରଙ୍ଗମ ହେବେ । | |
ସେବା କ୍ଷେତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶ୍ରମ ସାର୍ଥକ ହେବ । ଶତ୍ରୁତାର ଅବସାନ ଘଟିବ । ଜ୍ଞାନାଧିକ ହେବେ । ରମଣୀ ସ୍ନେହୀ ହୋଇପାରନ୍ତି । ସୁଶୀଳ ବ୍ୟକ୍ତି ଭାବେ ଜନାଦ୍ରୁତ ହେବେ । | |
ଭ୍ରାତୃଭକ୍ତିଯୁକ୍ତ ହେବେ । ପତ୍ନୀବିନୀତ ସ୍ୱଭାବସମ୍ପନ୍ନ ହୋଇପାରନ୍ତି । ବାକ୍ୟ ବିଶାରଦ ହେବା ଆଶା କରାଯାଏ । ନିର୍ଭୟରେ ପ୍ରଖ୍ୟାତ୍ କାର୍ଯ୍ୟ ସମ୍ପାଦନ କରିପାରନ୍ତି । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । | |
ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମକରି ଶୃଙ୍ଖଳିତ ବ୍ୟବସାୟରୁ ଧନ ଅର୍ଜନ କରି ଆତ୍ମସନ୍ତୋଷ ଲାଭ କରିବେ । ବହୁପ୍ରକାର ବ୍ୟବସାୟ ଲାଭଜନକ ହେବ । ନୀତିମାନ୍ ହୋଇପାରନ୍ତି । ଅତିସୁଖୀ ହେବେ । | |
ନୀତିନିଷ୍ଠ ହେବେ । ଧାର୍ମିକ ପ୍ରବର ହୋଇପାରନ୍ତି । ଯଶସ୍ୱୀ ହେବେ । ଧନବାନ୍ ହେବେ । ଅପାର ଗୁଣର ଅଧିକାରୀ ହୋଇପାରନ୍ତି । ଜୀବନର ସମ୍ମୋହନ ମହାପ୍ରଭୁଙ୍କ ଶରଣାଗତ ହୋଇପାରନ୍ତି । | |
ନିରୋଳାରେ ଚଳାଇଥିବା ସାଧନାରୁ ଶାଶ୍ୱତ ସୁଖର ସନ୍ଧାନ ପାଇପାରନ୍ତି । ଭାଷା ଓ ବ୍ୟବହାର ମଧୁର ହେବ । ବିବାଦୀୟ ବିତର୍କରେ ଭାଗ ନେଲେ ଅସୁବିଧାରେ ପଡ଼ିପାରନ୍ତି । ଖର୍ଚ୍ଚାନ୍ତଯୋଗ ଅଛି । | |
ସମୁଦ୍ର ଗର୍ଭରେ ଲୀନ ହେବାକୁ ଯାଉଥିବା ଭାଷାକୁ ଉଦ୍ଧାର କରି ଉତ୍କଳୀୟ ଜନଚେତନାର ପ୍ରତୀକ ହୋଇପାରନ୍ତି । ଯେକୌଣସି କାର୍ଯ୍ୟରେ ହାତଦିଅନ୍ତୁ ନା କାହିଁକି; ସଫଳକାମୀ ହେବେ । | |
ଦୟାର୍ଦ୍ରଚିତ୍ତ ଓ ସେବା ମନୋଭାବର ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ଶତ୍ରୁ ଉପରେ ବିଜୟ ହାସଲ କରିପାରନ୍ତି । ଦେବଦ୍ୱିଜ ପରାୟଣ ହେବେ । ବ୍ୟବସାୟ ଲାଭଜନକ ହେବ । ବିତ୍ତବାନ୍ ହେବେ । |
Odia Calendar 2022
Comments
comments