OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saturday 27th July 2019

Odia Rashiphala

Odia Rashiphala

ଧର୍ମ ବିଶ୍ୱାସୀ ହୋଇପାରନ୍ତି । ପରମ ଭାଗ୍ୟଶାଳୀ ହୋଇପାରନ୍ତି । ଉତ୍ତମ ବ୍ୟକ୍ତିତ୍ୱଯୁକ୍ତ ହେବେ । ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ବିଭିନ୍ନ ଦିଗରୁ ଧନାଗମ ହେବ ।
ବଳଶାଳୀ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ପାରିବାରିକ ସୁଖ ମିଳିବ । ନୂଆବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ । ମୋକଦ୍ଦମାରେ ବିଜୟୀ ହେବେ । ଅର୍ଥ ମିଳିବ । ସୁସ୍ଥ ଓ ନିରାମୟ ରହିବେ ।
ସ୍ୱାସ୍ଥ୍ୟ ହାନି ଘଟି ପାରେ । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି । ଥଣ୍ଡା-କଫ ଜନିତ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ମଧୁରଭାଷୀ ହୋଇପାରନ୍ତି । ଧାର୍ମିକ ପ୍ରବୃତ୍ତିର ହେବେ । ଜ୍ଞାନୀ ହେବେ ।
ବିଭିନ୍ନ ସ୍ତର, ଏପରିକି ସରକାରୀ ସ୍ତରରୁ ଧନ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଚଞ୍ଚଳ ପ୍ରକୃତିର ହେବେ । ଲୋକପ୍ରିୟତା ଅର୍ଜନ କରିବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ସୁଖୀ ହେବେ ।
ଶତ୍ରୁଦମନ ପାଇଁ ଶକ୍ତି ସଂଚୟ କରିବେ । ପରିଶ୍ରମର ମୂଲ୍ୟାଙ୍କନ ହେବ । କୁଳଦୀପକ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବା ଆଶା କରାଯାଏ ।
ଭାଗ୍ୟଶାଳୀ ହେବେ । ଭୋଗ-ବିଳାସରେ ଦିନଟି ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ହଜିଥିବା ଦ୍ରବ୍ୟ ଖୋଜିଲେ ପାଇବେ । ଭୋଜନରେ ତୃପ୍ତି ମିଳି ନ ପାରେ । ଈର୍ଷାଳୁ ସ୍ୱଭାବର ହେବେ । ସ୍ୱାଭିମାନୀ ହୋଇପାରନ୍ତି । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ଯୁଗ୍ମ ବ୍ୟବସାୟ ଲାଭ ଜନକ ହେବ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ହେବେ ।
ବନ୍ଧୁ ସୁଖ ମିଳିବ । ବ୍ୟବସାୟ ଲାଭଜନକ ହେବ । ସମାଜସେବୀ ହୋଇପାରନ୍ତି । ମନରେ ଅହଂଭାବ ଜାଗ୍ରତ ହୋଇପାରେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି । ପତ୍ନୀଙ୍କ ପରାମର୍ଶରେ ଚଳିବେ । ପତ୍ନୀ, ସୁନ୍ଦରୀ, ସୁଶୀଳା ଓ ଧନବତୀ ହେବେ ।
ପରିସ୍ଥିତିକୁ ଦୃଷ୍ଟିରେ ରଖି ସଜାଗ ହେବାକୁ ପଡ଼ିବ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ । ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି । କୋଷ୍ଠ କାଠିନ୍ୟ ଭୋଗ କରିପାରନ୍ତି । ଚାକିରିରେ ସୁନାମ ଅର୍ଜନ କରିବେ ।
ଭ୍ରାତୃ ବିବାଦରେ ଛନ୍ଦି ହୋଇପାରନ୍ତି । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନ ଲାଭର ସୂଚନା ମିଳୁଛି । ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ଆଗ୍ରହୀ ହେବେ । ବ୍ୟବସାୟରୁ ଅଧିକ ଲାଭ ମିଳିବ ।
କାର୍ଯ୍ୟର ସଫଳ ରୂପାୟନ କରିପାରନ୍ତି । ଉଦାର ପ୍ରକୃତିର ହେବେ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଜ୍ଞାନୀ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ । ସ୍ୱାସ୍ଥ୍ୟ ଭଲ ରହିବ । କୃଷକମାନଙ୍କ ସହାୟକ ହେବେ । ବୁଦ୍ଧିମାନ ହେବେ ।
ଆୟ ଆଶାନୁରୂପ ହେବ । ପରିଶ୍ରମର ମୂଳ ମିଳିବ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ମଧୁରଭାଷୀ ହୋଇପାରନ୍ତି । ଥଣ୍ଡା କଫଜନିତ ପୀଡ଼ା ଉପୁଜି ପାରେ । ପ୍ରେମୀ ଓ ସାହସୀ ହେବେ । ସାନଭାଇମାନଙ୍କଠାରୁ ଆଦର, ସମ୍ମାନ ପାଇବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments