OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saturday 26th Oct 2019

Odia Rashiphala

Odia Rashiphala

ପ୍ରତ୍ୟେକ କାର୍ଯ୍ୟ ପାଇଁ ପରାମର୍ଶ ନେବେ । ପାରିବାରିକ ଶୃଙ୍ଖଳା ରକ୍ଷା କରିବାକୁ ଉଦ୍ୟମ ଚଳାଇ‌େ‌ବ । ଭାଇମାନଙ୍କୁ ସ୍ନେହ ଶ୍ରଦ୍ଧାରେ ବାନ୍ଧି ରଖିପାରନ୍ତି । ସୁସ୍ଥ ରହିବେ । ଶତ୍ରୁଦମନ କରି ଆଶ୍ୱସ୍ତ ହେବେ । ଚାକିରିରେ ସୁନାମ ଅର୍ଜନ କରିବେ ।
ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ । ଘାତଚନ୍ଦ୍ର ଭୋଗହେତୁ ସତର୍କରେ ଚଳିବାକୁ ପଡ଼ିବ; ମାତ୍ର ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଚଞ୍ଚଳ ଚେଷ୍ଟିତ ହେବେ । ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ । ଧର୍ମପରାୟଣ ଓ ତେଜସ୍ୱୀ ହେବେ ।
ପାରିବାରିକ ସ୍ତରରେ ଉନ୍ନତି ଘଟିବ । କେତେକ କ୍ଷେତ୍ରରେ ବାଦାନୁବାଦ ଉପୁଜି ପାରେ । ଉଦାର ସ୍ୱଭାବର ହେବେ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ । କୃଷିକର୍ମକାରୀ ହେବେ । ବୁଦ୍ଧିମାନ୍ ହେବେ ।
ଆକସ୍ମିକ ବିପଦରୁ ଉଧୁରି ଯିବେ । ମନ ପ୍ରସନ୍ନ ରହିବ । ମଧୁରଭାଷୀ ହୋଇପାରନ୍ତି । ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି । ପ୍ରେମୀ ଓ ସାହସୀ ହେବେ । ସାନଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ । ଧାର୍ମିକ, ବନ୍ଧୁପ୍ରେମୀ, ବିଦ୍ୱାନ୍ ହେବେ ।
ଆର୍ଥିକ କ୍ଷେତ୍ରରେ ସମୃଦ୍ଧି ସୂଚନା ମିଳୁଛି । ଆଶାବାଦୀ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ପରଦେଶବାସୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ମିତ୍ର ସୁଖ ମିଳିପାରେ । ଭିନ୍ନ ଭିନ୍ନ ଦିଗରୁ ଧନାଗମ ହେବ । ବ୍ୟବସାୟ ଲାଭଜନକ ହେବ ।
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉପାର୍ଜନ ଅଧିକ ହେବ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ମୋକଦ୍ଦମାରେ ବିଜୟୀ ହେବେ । ମୋକଦ୍ଦମା ଖର୍ଚ୍ଚ ମିଳିବ । ଲୋକପ୍ରିୟ ହୋଇପାରନ୍ତି ।
ପୂରାଦମ୍‌‍ରେ ଚାଲୁ ରହିଥିବା କାର୍ଯ୍ୟ ହଠାତ୍ ଅଟକି ଯାଇପାରେ । ଚଞ୍ଚଳ ସ୍ୱଭାବର ହେବେ । ଥଣ୍ଡା-କଫ ଜନିତ ପୀଡ଼ା ଅନୁଭବ କରିପାରନ୍ତି । ମଧୁରଭାଷୀ ହେବେ । କାର୍ଯ୍ୟରେ ଆଗକୁ ବଢ଼ିବାକୁ ହେଲେ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ।
ଦୂରବନ୍ଧୁଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି । ସ୍ୱଳ୍ପ ଆୟ ହେବ । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ବିଭାଗୀୟ ସ୍ତରରେ ସମ୍ମାନିତ ହେବେ । ସନ୍ତାନ ଗୁଣୀ ହୋଇପାରନ୍ତି ।
ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । କାର୍ଯ୍ୟରେ ସଫଳତା ଲାଭ କରିବେ । କୁଳ ଉଜ୍ଜ୍ୱଳ କରିବାକୁ ସକ୍ଷମ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ । ଯଶସ୍ୱୀ ହେବେ । ପରିବାର ପ୍ରତି ସଦିଚ୍ଛା ରହିବ ।
ବନ୍ଧୁ ମହଲରେ ରହି ଅପାର ଆନନ୍ଦ ପାଇବେ । ଭାଗ୍ୟଶାଳୀ ହୋଇପାରନ୍ତି । ଭୋଗ-ବିଳାସ କରିପାରନ୍ତି । ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁସଖପ୍ରଦ ହେବ । ତୀର୍ଥ ଯାତ୍ରା ସୁଯୋଗ ମିଳିବ ।
କାର୍ଯ୍ୟ ସିଦ୍ଧି ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ । ଶିଡ଼ି ଚଢ଼ିବା ମନା ।
ଅଭାବ ଦୂରେଇ ଯିବ । ମିତ୍ର ଲାଭ ହେବାର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । ସମାଜସେବା ପ୍ରତି ମନ ବଳାଇ ପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ମନରେ ଅହଂଭାବ ଆସିପାରେ । ପତ୍ନୀଙ୍କ ପରାମର୍ଶ ହିତକର ହେବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments