![]() |
ଧାର୍ମିକ, ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ସେୟାର ବଜାର ଅଥବା ଲଟେରିରେ ଧନ ଲାଭ ହୋଇପାରେ । ଶିକ୍ଷିତା ପତ୍ନୀ ଆଜ୍ଞାକାରିଣୀ ହେବେ । ଈପ୍ସିତ ଅର୍ଥ ମିଳିପାରେ । |
![]() |
ଊଣା ଅଧିକେ ଧନ ଭଣ୍ଡାର ସମତୁଲ ରହିବ । ନୂତନ ଯାନ କ୍ରୟ ପାଇଁ ଇଚ୍ଛା କରିବେ । ଗୃହ ସୁଖ ମିଳିବ । ଚିନ୍ତା ଜଳରେ ବୁଡ଼ି ରହିଥିବାବେଳେ ହଠାତ୍ ବହୁ ସୁଖର ଅଧିକାରୀ ହେବେ । |
![]() |
ଜନକଲ୍ୟାଣ ଲାଭକରି ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ । ପ୍ରତିଯୋଗିତାରେ ବିଜୟୀ ହେବେ । ପର ଧନରେ ଧନୀ ହେବେ । ଶୁଦ୍ର ଜାତିର ଲୋକ ମିତ୍ର ହେବେ । ନିନ୍ଦିତ କର୍ମରୁ ବିରତ ହେବାକୁ ପଡ଼ିବ । |
![]() |
ତ୍ୟାଗଶୀଳ ହେବେ । ମାନୀ ହୋଇପାରନ୍ତି । ସତ୍ସଙ୍ଗୀ ହେବେ । ଭାବରେ ଭାବିତ ହୋଇପାରନ୍ତି । ଅଯାଚିତ ଭାବେ ଧନ ପ୍ରାପ୍ତ ହେବେ । ଆଭା, ପ୍ରଭା, ପ୍ରତିଭାର ନିଦର୍ଶନ ହୋଇପାରନ୍ତି । ଦାମ୍ପତ୍ୟ ସୁଖ ମିଳିବ । |
![]() |
ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ୱଭାବ ସମ୍ପନ୍ନ ହୋଇପାରନ୍ତି । ସାଧନ ହେତୁ ସୁଖୀ ହେବେ। କାବ୍ୟ-କବିତା ରଚନାରେ ବ୍ରତୀ ହୋଇପାରନ୍ତି । ମନ୍ତ୍ରଣାଦାତା ହେବେ । ଭଲ ଆୟ ହେବ । ମିଷ୍ଟାନ୍ନ ଭୋଜନ ମିଳିବ । |
![]() |
ପଥରୋଧକାରୀମାନେ ଅବଶେଷରେ ବିଫଳ ହେବେ । ଶତ୍ରୁତାର ଅବସାନ ଘଟିବ । ଗୃହକର୍ମରେ ଅଧିକ ବ୍ୟୟର ସମ୍ମୁଖୀନ ହେବେ । ଭାଷା ଓ ବ୍ୟବହାର ମଧୁର ହେବ । ଶତ୍ରୁ ନାଶ କରି ଧନ ଭୋଗ କରିବେ । |
![]() |
କର୍ମ କୁଶଳତା ଆପଣଙ୍କୁ ମହାନ୍କରି ଗଢ଼ି ତୋଳିବ । ସନ୍ତାନମାନେ ଗୁଣୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି । ଦାମ୍ପତ୍ୟ ସୁଖ ମିଳିବ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ବହୁ ବିଦ୍ୟାରେ ଜ୍ଞାନୀ ଓ ଯଶସ୍ୱୀ ହେବେ । |
![]() |
ପରିଶ୍ରମର ମୂଲ୍ୟ ମିଳିବ । ଚେଷ୍ଟା ଫଳବତୀ ହେବ । ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବହୁବିଧ ଧନର ଅଧିକାରୀ ହେବେ । ଗୁଣଜ୍ଞ ହେବେ । କୀର୍ତ୍ତି, ମର୍ତ୍ତି, ସ୍ୱତ୍ୱ, ସନ୍ତୋଷ ସବୁକିଛି ମିଳିବ । |
![]() |
ସ୍ପଷ୍ଟବାଦୀଭାବେ ନିଜର ପରିଚୟ ସୃଷ୍ଟି କରିବେ । ନମ୍ରତାର ପ୍ରତୀକ ହେବେ । ନ୍ୟସ୍ତ କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ଉଚ୍ଚମନା ଓ ଉନ୍ନତ ଶିର ହେବ । ଅର୍ଜିତ ଧନ ହାତକୁ ଆସିବ । |
![]() |
ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି; ତଥାପ ନିରଳସ ରହିବେ । ଆବଶ୍ୟକ ପଡୁଥିବା ଅର୍ଥ ପାଇଁ ଉଦ୍ୟମ ଜାରି ରଖିବେ । ଆଡ଼ ହୋଇଥିବା ଅନୁଗତମାନେ ପୁଣି ସମ୍ପର୍କର ହାତ ବଢ଼ାଇବେ । |
![]() |
ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ନିଜକୁ ସାମିଲ କରିବେ । ବନ୍ଧୁ ସହଯୋଗ ପାଇବେ । ସର୍ବଦର୍ଶୀ ହୋଇପାରନ୍ତି । ତେଜସ୍କର ହେବେ । ଆଭା, ପ୍ରଭା, ପ୍ରତିଭାର ଅଧିକାରୀ ହେବେ । ବିଦ୍ୟାଭ୍ୟାସୀ ହେବେ । |
![]() |
ଅଜାତ ଶତ୍ରୁ ହୋଇପାରନ୍ତି । କାର୍ଯ୍ୟ ଫଳପ୍ରସୂ ହେବ । ପୁଣ୍ୟବାନ୍ ଓ ସୁବିମଳ ଯଶର ଅଧିକାରୀ ହେବେ । ଚାକିରି କ୍ଷେତ୍ରରେ ବହୁ ସୁନାମର ଅଧିକାରୀ ହେବେ । ଋଣମୁକ୍ତ ହେବା ସହିତ ସଦ୍ଗୁଣ ସମ୍ପନ୍ନ ହେବେ । |