OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saturday 21th March 2020

Odia Rashiphala

Odia Rashiphala

ବିଭିନ୍ନ ସ୍ତରରୁ, ଏପରିକି ରାଜକୋଷରୁ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ମନ ଉଲ୍ଲସିତ ହେବ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଜନାଦୂତ ହୋଇପାରନ୍ତି । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ ।
ଘାତବାର ଥିବାରୁ ଭଲ-ମନ୍ଦ ମିଶ୍ରିତ ଫଳ ମିଳିବ । ବିବାଦୀୟ ଘଟଣାରେ ବିଜୟୀ ହେବେ । କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ । ଯଶସ୍ୱୀ ଓ ଉଦ୍ୟମୀ ହେବେ । କୀର୍ତ୍ତି ସ୍ଥାପନ କରିପାରନ୍ତି ।
ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କ ରହିବେ । ସେବାକ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । ତୀବ୍ର ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହୋଇ ଏକ କଷ୍ଟସାଧ୍ୟ ସଫଳତା ହାସଲ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସାମାନ୍ୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।
ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଅଯଥା ଖର୍ଚ୍ଚାନ୍ତ ହେବା ଆଶା କରାଯାଏ । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟରୁ ଅଳ୍ପ ଲାଭ ମିଳିବ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ ।
ଜ୍ଞାନ, ବୁଦ୍ଧି ଓ ବିବେକାନୁମୋଦିତ କାର୍ଯ୍ୟ କରିବେ । ମିତ୍ର ଲାଭର ସୁଯୋଗ ଅଛି । ସତ୍‌କାର୍ଯ୍ୟରେ ବ୍ୟୟ କରିବେ । ଭାଗ୍ୟଶାଳୀ ହେବେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ବନ୍ଧୁ ଓ ପତ୍ନୀଙ୍କ ସହାୟତା ପାଇବେ ।
କେଉଁ କାର୍ଯ୍ୟ କରିବେ, ସେଥିପାଇଁ ସିଦ୍ଧାନ୍ତରେ ଉପନୀତ ହୋଇପାରନ୍ତି । ଚାଲୁ ରହିଥିବା କାର୍ଯ୍ୟ ଫଳଦାୟକ ହେବ । କର୍ମତତ୍ପରତା ପ୍ରକାଶ ପାଇବ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଦେବ ଦର୍ଶନ କରି ଶାନ୍ତି ପାଇବେ ।
ପର ଚର୍ଚ୍ଚାରୁ ବିରତ ହେଲେ ମାନ-ସମ୍ମାନ ପ୍ରାପ୍ତି ହେବ । ଚେଷ୍ଟା ଫଳବତୀ ହେବ । ଗରିମାମୟ ହେବେ । ମିତ୍ରଙ୍କ ସାନ୍ନିଧ୍ୟ ପାଇବେ । ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହେବ ।
ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ମୂଲ୍ୟବାନ୍ ଦ୍ରବ୍ୟଲାଭ ହୋଇପାରେ । ଉପୁଜିଥିବା ସମସ୍ୟା ଦୂର ହେବ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି । କୃଷି କର୍ମ ଉପରେ ଗୁରୁତ୍ୱ ଦେବେ । ସୁଖୀ ହେବେ ।
ଉଚ୍ଚ ସମ୍ମାନ ଲାଭ କରି ପାରନ୍ତି । ଧର୍ମ-ଭାବନା ଆପଣଙ୍କୁ ମହାନ୍ କରିପାରେ । ମନରେ ସରସତା ଅନୁକୂଳ ରହିଛି । ବିବାଦରେ ବିଜୟୀ ହେବେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ ।
ମନ ଇଚ୍ଛା କାର୍ଯ୍ୟ କଲେ ବିରୋଧର ସମ୍ମୁଖୀନ ହୋଇପାରନ୍ତି । ଶୁଭଫଳ ମିଳିବ । ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ବିଭିନ୍ନ ସ୍ତରରୁ ଧନାଗମ ହୋଇପାରେ ।
ଆଶୀର୍ବାଦ ଭାଜନ ହୋଇପାରନ୍ତି । ଶ୍ରୀଚନ୍ଦ୍ର ଭୋଗ ହେଉ ଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଚେଷ୍ଟାରେ ସଫଳତା ଲାଭ କରିବେ । ବ୍ୟବସାୟ ଲାଭଜନକ ହେବ । ପଦୋନ୍ନତି ମିଳିପାରେ ।
ପ୍ରତାରଣାର ଶିକାର ହୋଇପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ଖର୍ଚ୍ଚ ବୃଦ୍ଧିର ସୂଚନା ମିଳୁଛି । ପଥରୋଧର ସମ୍ମୁଖୀନ ହେବେ । ସ୍ୱାସ୍ଥ୍ୟ ହାନି ଘଟିପାରେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments