OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saturday 20th Nov 2021

Odia Rashiphala

Odia Rashiphala

ପୂଣ୍ୟକର୍ମାଦି ହେତୁ ଧନୀ ହୋଇପାରନ୍ତି । ପ୍ରଭାବଶାଳୀ ହେବେ । ନୀତିନିଷ୍ଠ ହେବାର ସୂଚନା ମିଳୁଛି । ପୁତ୍ରଲାଭ ହୋଇପାରେ । ଚତୁଷ୍ପଦଯୁକ୍ତ ଓ ପ୍ରିୟ ବାନ୍ଧବଯୁକ୍ତ ହେବେ । ସୁସ୍ଥ ଓ ନିରାମୟ ରହିବେ ।
ଶୌର୍ଯ୍ୟଶାଳୀ ହେବେ । ଶତ୍ରୁହନ୍ତା, କ୍ଲେଶ ସହିଷ୍ଣୁ, ବିଚକ୍ଷଣ ବୁଦ୍ଧିଯୁକ୍ତ, ସଂସ୍କାରୀ, ଗୃହୀ, ସଞ୍ଚିତ ଧନଯୁକ୍ତ ହେବେ । ସୁସ୍ଥ ଓ ନିରାମୟ ରହିବେ । ସ୍ଥିର ସମ୍ପଦଯୁକ୍ତ, କମନୀୟ, ବପୁମାନ ହେବେ । ସୁଖୀ ହେବେ ।
ପତ୍ନୀଙ୍କ ବିଳାସ-ବ୍ୟସନ ପାଇଁ ଧନ ବ୍ୟୟ କରିପାରନ୍ତି । ପୁତ୍ରର ଭବିଷ୍ୟତ ପାଇଁ ମଧ୍ୟ ଅଧିକ ବ୍ୟୟ କରିବେ। ଅଯଥା ବିତର୍କରୁ ଓହରି ଯାଇପାରନ୍ତି । ମଧୁର କଥା ଯୋଗୁଁ ସମସ୍ତଙ୍କର ଆଦରଣୀୟ ହେବେ ।
ବସ୍ତ୍ରାଦି ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । କୃଷିକ୍ଷେତକୁ ଅମଳକ୍ଷମ କରାଇ ପାରନ୍ତି । ସେବାକାର୍ଯ୍ୟରେ ନିୟୋଜିତ ହୋଇ ଆତ୍ମସନ୍ତୋଷ ଲାଭ କରିବେ । ଶାସ୍ତ୍ର ବିଶାରଦ ହେବେ । ସାଧୁକଲ୍ୟାଣ ମିଳିବ ।
ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ନିଜର ପୌରୁଷପଣିଆର ସୂଚନା ଦେବେ । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରି ଗଢ଼ିତୋଳିବେ । ଶୁଭକାର୍ଯ୍ୟ ସମ୍ପାଦିତ ହେବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଓ ବିବାଦରେ ବିଜୟୀ ହେବେ ।
ପତ୍ନୀଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍‌ ହେବେ । ସର୍ବଧର୍ମ ବିଶ୍ୱାସୀ ହେବେ । କ୍ଷମତାର ସଦ୍ ବ୍ୟବହାର କରି ଲୋକପ୍ରିୟତା ଅର୍ଜନ କରିବେ । ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରି ପୁରସ୍କୃତ ହେବେ । ସୁସ୍ଥ ଓ ନିରାମୟ ରହିବେ ।
ଶତ୍ରୁତା ବୃଦ୍ଧି ହେବାର ସୂଚନା ମିଳୁଛି । କଳହଠାରୁ ଦୂରରେ ରହି ନିଜର ସମ୍ମାନ ରକ୍ଷା କରିପାରନ୍ତି । ଅସୁସ୍ଥତା ଅନୁଭବ କଲେ ବି ସେବା ମିଳିବ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କରେ ଚଳିବାକୁ ପଡ଼ିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
କଳା ନିପଣା ପତ୍ନୀ ଲାଭ କରିପାରନ୍ତି । ଧନ ଖର୍ଚ୍ଚ ପରିବର୍ତ୍ତେ ସଞ୍ଚୟ ଆଭିମୁଖ୍ୟ ହୋଇପାରନ୍ତି । ସେବା ମନୋଭାବର ହେବେ । ପଡ଼ୋଶୀଙ୍କର ପ୍ରିୟପାତ୍ର ଓ ଉପକାରୀ ହେବେ । ସମ୍ମାନିତ ହେବେ ।
ଅଜାତ ଶତ୍ରୁ ହୋଇପାରନ୍ତି । ସମଭାବାପନ୍ନ ବ୍ୟକ୍ତି ସହିତ ବନ୍ଧୁତା ସ୍ଥାପନ କରିବେ । ଋଣଦାତାଙ୍କୁ ସମ୍ମାନିତ କରିପାରନ୍ତି । ସତ୍ୟ ଚିନ୍ତା, ଦୟାଳୁ ଓ କ୍ଷମାର ଅବତାର ହୋଇପାରନ୍ତି । ଈଶ୍ୱର ବିଶ୍ୱାସୀ ହେବେ ।
ଅଧ୍ୟାପନାର ପ୍ରସ୍ତୁତି ସ୍ୱରୂପ ଅଧ୍ୟୟନରତ ହେବେ । ପତ୍ନୀଙ୍କ ସହଯୋଗ ପାଇ ଉଚ୍ଚାକାଂକ୍ଷୀ ହୋଇପାରନ୍ତି । ଅର୍ଥବଳରେ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ଘଟିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ଭାଷା ପରମ କଲ୍ୟାଣୀୟ ହୋଇପାରେ । ସତ୍ୟବାଦୀ ଦୃଢ଼ ବ୍ରତ ଆଚରଣ କରିପାରନ୍ତି । ଦୟାଳୁ ଓ ସମ୍ୟକ ତତ୍ତ୍ୱଦର୍ଶୀ ହେବେ । ଗୁଣାତୀତ ହୋଇପାରନ୍ତି । ପୁଣ୍ୟବାନ୍ ଓ ସୁବିମଳ ହୋଇପାରନ୍ତି । ପରୋପକାରୀ ହୋଇପାରନ୍ତି ।
ସଙ୍ଗୀତପ୍ରିୟମାନଙ୍କ ସହିତ ମିତ୍ରତା ସ୍ଥାପନ କରିପାରନ୍ତି । ବିଭିନ୍ନ ଅର୍ଥର ଆଗମନ, ଭଣ୍ଡାର ପରିପୂର୍ଣ୍ଣତାରେ ସହାୟକ ହେବ । ଶୁଭକାର୍ଯ୍ୟ ନିର୍ବିଘ୍ନରେ ସମ୍ପାଦିତ ହେବ । ରାଜକୋଷ ଅର୍ଥରେ ଅଶାନ୍ତି ଦୂର ହେବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments