![]() |
ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି । ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ ହେବ । ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିପାରନ୍ତି । ଧର୍ମ ରକ୍ଷା କରିପାରନ୍ତି । ଅବିବାହିତମାନଙ୍କର ମନୋରମା କନ୍ୟା ସହ ବିବାହ ସ୍ଥିର ହେବ । |
![]() |
ଉଚ୍ଚ ଶିକ୍ଷା ପାଇଁ ବାହାରକୁ ଯିବାର ସୁଯୋଗ ଅଛି । ଶତ୍ରୁ ଆପଣାଛାଏଁ ଅପସରି ଯିବ । ଦୀର୍ଘଦିନର ଆଶା ପୂରଣ ହେବ । ପରିଶ୍ରମର ମୂଲ୍ୟ ମିଳିବ । କାର୍ଯ୍ୟରେ ସଫଳତା ଲାଭ କରିବେ । ରୋଜଗାର ଆଶାନୁରୂପ ହୋଇପାରେ । |
![]() |
କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମ ସନ୍ତୋଷ ଲାଭ କରିପାରନ୍ତି । ନିରବ ଚିନ୍ତନ ଦ୍ୱାରା ସଦ୍ବୁଦ୍ଧି ଉଦୟ ହେବ । ପାରିବାରିକ ସୁଖ ମିଳିବ । ନାନା ବିଭବରେ ମଣ୍ଡିତ ହେବେ । |
![]() |
ବ୍ୟବସାୟରେ ସ୍ଥିତାବସ୍ଥା ବଜାୟ ରହିବ । କଳହ ଠାରୁ ଦୂରେଇ ରହିବାକୁ ପଡ଼ିବ । ଦିନଟି ସମସ୍ୟା ବହୁଳ ହୋଇପାରେ । କାର୍ଯ୍ୟ ସିଦ୍ଧି ହେବ; ମାତ୍ର ବିଳମ୍ବରେ ଚିନ୍ତା ଧାରା ଉନ୍ନତମାନର ହେବ । କୃଷି କାର୍ଯ୍ୟରେ ମନ ଦେବେ । ଯାନବାହନ ସୁଖ ମିଳିବ । |
![]() |
ବିପଦର ଆଭାସ ପାଇବେ । ପରିଶ୍ରମର ମୂଲ୍ୟ ମିଳିବ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ସକଳ ଗୁଣ ଆଧାର ହୋଇପାରନ୍ତି । ଯଶସ୍ୱୀ ହେବେ । ବିବାଦରେ ବିଜୟୀ ହେବେ । କାର୍ଯ୍ୟରେ ସଫଳତା ମିଳିବ । |
![]() |
କଳହ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରିବେ । ଆଳସ୍ୟ ପରିତ୍ୟାଗ କରି ଉନ୍ନୟନ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି । ବିଭିନ୍ନ ଦିଗରୁ ଧନାଗମ ହୋଇପାରେ । ତ୍ୟାଗ-ପୂତ ମନୋବୃତ୍ତି ଗ୍ରହଣ କରିପାରନ୍ତି । ନୀତି ନିଷ୍ଠ ଭାବେ କାର୍ଯ୍ୟ କରି ପ୍ରଶଂସିତ ହେବେ । |
![]() |
ଆୟ ଆଶାନୁରୂପ ହେବ । ସୁଖ-ସମ୍ମାନ ଲାଭ କରିବେ । ନୈତିକ ବଳବୃଦ୍ଧି ହେବ । ମାନ୍ୟତା ପ୍ରାପ୍ତ ହୋଇପାରନ୍ତି । ସରକାରୀ ବା ବନ୍ଧୁଙ୍କ ସହାୟତାରେ ଲାଭବାନ ହେବେ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । |
![]() |
ପର୍ବାନୁଭୂତିର ପୁନରାବୃତ୍ତି ହେବ । ଧର୍ମ-କର୍ମ ସଂପାଦନ କରିପାରନ୍ତି । ଉପୁଜି ଥିବା ସମସ୍ୟାର ସମାଧାନ ହେବ । ଖର୍ଚ୍ଚ ବୃଦ୍ଧିର ସୂଚନା ମିଳୁଛି । ସରଳ ଓ ଶାବଲୀଳ କଥାରେ ପରକୁ ଆପଣ କରିପାରନ୍ତି । ସ୍ୱାଭିମାନର ସହ ବଞ୍ଚିବାକୁ ଚେଷ୍ଟା କରିବେ । |
![]() |
ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଆୟ ବୃଦ୍ଧିର ସୂଚନା ମିଳୁଛି । କାର୍ଯ୍ୟର ସଫଳତା ଲାଭ କରିବେ । ଲୋକପ୍ରିୟତା ହାସଲ କରିବେ । ଦେବ ଦର୍ଶନର ସୌଭାଗ୍ୟ ଅଛି । ଅର୍ଥ-ସମ୍ପଦ ଲାଭ ହେବ । ସରକାରୀ ମାନ୍ୟତା ଓ ଅର୍ଥ ମିଳିବ । |
![]() |
ଦେହରେ ଆଘାତ ପାଇପାରନ୍ତି । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶତ୍ରୁ ଦମନ କରି ବିଜୟ ହାସଲ କରିବେ । ହର୍ଷ-ଉଲ୍ଲାସରେ ଦିନଟି ବିତିପାରେ । ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ । |
![]() |
ପିଲାଙ୍କ ପାଇଁ ଚିନ୍ତା ପ୍ରକଟ କରିବେ । ଭ୍ରମଣ ଯୋଗ ରହିଛି । ସତ୍ସଙ୍ଗୀ ହେବେ । ଧର୍ମକର୍ମ ସଂପାଦନ କରିବେ । ଯୋଜନାରେ ପରିବର୍ତ୍ତନ କରିବାକୁ ଚେଷ୍ଟିତ ହୋଇପାରନ୍ତି । ପାରିବାରିକ ସୁଖ-ଶାନ୍ତି ମିଳିବ । କାର୍ଯ୍ୟରେ କୃତିତ୍ୱ ମିଳିବ । |
![]() |
ପ୍ରିୟ ବ୍ୟକ୍ତିଙ୍କ ଦ୍ୱାରା ଅପଦସ୍ଥ ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ଜଳଯାତ୍ରା ମନା । |