![]() |
ଶୁଭ ଖବର ପାଇ ଆହ୍ଲାଦିତ ହୋଇପାରନ୍ତି । ବହୁ ଭାବରେ ଉପକୃତ ହେବେ । ଶାନ୍ତି-ସନ୍ତୋଷ ଲାଭ କରିପାରନ୍ତି । ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁ୍ତ କରିବେ । ଅର୍ଜିତ ଧନ ଭୋଗ କରିବେ । ପରାମର୍ଶଦାତା ହେବେ । |
ମିଳିଥିବା ସୁଯୋଗ ହାସଲ କରିବାରେ ତ୍ରୁଟି ରହିପାରେ; ତଥାପି ଧନାଗମ ହେବ । ଧନବାନ୍ ହେବେ । ଗୁଣୀ ବ୍ୟକ୍ତିଭାବେ ସାମାଜିକ ପ୍ରତିଷ୍ଠା ଲାଭ କରିବେ । ନୂଆ ବନ୍ଧୁ ଜୁଟି ପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ମିଷ୍ଟାନ୍ନ ମିଳିବ । | |
ଅତ୍ୟଧିକ ବ୍ୟୟ ଯୋଗୁଁ ଆର୍ଥିକ ସ୍ଥିତି ନିମ୍ନଗାମୀ ହେବ । ବନ୍ଧୁ ମିଳନ ଘଟିପାରେ । ଅପରାହ୍ଣରୁ ବ୍ୟବସାୟରେ ଢ଼େର ଉନ୍ନତି ଘଟିପାରେ । ପାରିବାରିକ ସୁଖ ମିଳିବ । ରାଜନୈତିକ ବକ୍ତବ୍ୟରୁ ଜନ ସମର୍ଥନ ମିଳିବ । ମଧୁରଭାଷୀ ଓ ବାକ୍ପଟୁ ହେବେ । | |
ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ମାନ-ସମ୍ମାନର ଅଧିକାରୀ ହେବେ । କାର୍ଯ୍ୟରେ ସିଦ୍ଧିପ୍ରାପ୍ତ ହେବେ । ସର୍ବବିଧ ଉନ୍ନତି ଆଶା କରାଯାଏ । ଦାମ୍ପତ୍ୟ ସୁଖ ମିଳିବ । ସଦା-ସର୍ବଦା ସତ୍ୟାନୁରାଗୀ ହେବେ । | |
ସୁଯୋଗ ହାସଲ କରିବାରେ କ୍ରିୟାଶୀଳ ହେବେ । ବିଭିନ୍ନ ଦିଗରୁ ଧନପ୍ରାପ୍ତିର ସୂଚନା ମିଳୁଛି । ପାରିବାରିକ ସ୍ତରରେ ସୁଖ-ସମୃଦ୍ଧି ଆଶା କରାଯାଏ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । କୃଷି ଉପରେ ଗୁରୁତ୍ୱ ଦେବେ । ମହିମାମୟ ହେବେ । | |
ମହତ ପଣିଆର ପରିଚୟ ସୃଷ୍ଟି କରିବେ । ଅଭୀଷ୍ଟ ସିଦ୍ଧି ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିବେ । ପୁତ୍ର, ପତ୍ନୀଙ୍କ ଓ ନିଜର ବନ୍ଧୁ-ବାନ୍ଧବଙ୍କ ପ୍ରତି ଅନୁରକ୍ତ ରହିବ । ପତ୍ନୀଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍ ହେବେ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । | |
କଳେ, ବଳେ, କୌଶଳେ କାର୍ଯ୍ୟ ହାସଲ କରିପାରନ୍ତି । ଧନାଗମର ସୂଚନା ମିଳୁଛି । ଦାନ-ଧର୍ମରେ ଦୀକ୍ଷିତ ହେବେ । ସତ୍କର୍ମରେ ବ୍ୟୟ କରିବାକୁ କୁଣ୍ଠା ପ୍ରକାଶ କରିବେ ନାହିଁ । ଶତ୍ରୁ ପ୍ରତି ସତର୍କ ରହିବା ଉଚିତ । | |
ବିଭିନ୍ନ ସ୍ତରରୁ ଅର୍ଥପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ପାରିବାରିକ ସୁଖ ମିଳିବ । ପ୍ରଭୂତ ସୁଖର ଅଧିକାରୀ ହେବେ । ମାନସିକ ସ୍ତରରେ ସକ୍ରିୟ ରହିବେ । ଧନଶାଳୀ ହେବା ଆଶା କରାଯାଏ । | |
ସତ୍କର୍ମରେ ଯୋଗଦାନ କରିପାରନ୍ତି । ବନ୍ଧୁ ମିଳନ ଘଟିବାର ସମ୍ଭାବନା ରହିଛି । ଚିତ୍ତ ପ୍ରସନ୍ନ ରହିବ । କର୍ମକ୍ଷେତ୍ର ଉତ୍ସାହଜନକ ହେବ । ଶାସ୍ତ୍ରପଟୁ ଓ ପୁଣ୍ୟକର୍ମା ହେବେ । ସୁବର୍ଣ୍ଣ ସମ୍ପଦଯୁକ୍ତ ହୋଇପାରନ୍ତି । ରାଜପୂଜା ମିଳିବ । | |
ପଠନ, ଲିଖନ ଉପରେ ଗୁରୁତ୍ୱ ଦେଇପାରନ୍ତି । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ତେଜୀୟାନ୍ ହୋଇପାରନ୍ତି । ପ୍ରସନ୍ନ ଚିତ୍ତ ହେବେ । ପ୍ରଚୁର ଅର୍ଥପ୍ରାପ୍ତିର ସନ୍ତୋଷ ମିଳିବ । | |
ଦିନଟି ସମସ୍ୟା ବହୁଳ ହେଲେ ମଧ୍ୟ ଏହାର ସୁସମାଧାନ କରିବାରେ ସିଦ୍ଧହସ୍ତ ହେବେ । ମିତ୍ର ଓ ଆତ୍ମୀୟମାନଙ୍କ ସହିତ ସୁଖ ଅନୁଭବ କରିବେ । କୁଳ ପ୍ରଧାନ ହୋଇପାରନ୍ତି । ବିନୀତ ସ୍ୱଭାବର ହୋଇପାରନ୍ତି । | |
କର୍ମ ସଂସ୍ଥାନ ପାଇଁ ଉଦ୍ଯୋଗୀ ହୋଇପାରନ୍ତି । ପରିଶ୍ରମର ମୂଲ୍ୟ ମିଳିବ । ପରିଶ୍ରମୀ ହେବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଗୁରୁକୃପା ଲାଭ କରିପାରନ୍ତି । କର୍ମୋନ୍ନତି ଘଟିବ । |
Odia Calendar 2019
Comments
comments