![]() |
ବନ୍ଧୁ ମିଳନ ଘଟିପାରେ । ଶୁଭକର୍ମ ପାଇଁ ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଛି । କର୍ମତତ୍ପରତା ପ୍ରକାଶ ପାଇବ । ମୂଲ୍ୟବାନ୍ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି । ଅର୍ଥାଗମ ହେବ । ପରିଶ୍ରମ ଅଧିକ ହେବ । ସ୍ୱଭାବ କଠିନ ହୋଇପାରେ । |
ପୁଣ୍ୟ କାର୍ଯ୍ୟରେ ମନୋନିବେଶ କରିବେ । ସ୍ୱକର୍ମ ଆନନ୍ଦଦାୟକ ହେବ । ଶତ୍ରୁ ବିନାଶ କରି ଆତ୍ମତୃପ୍ତି ଲାଭ କରିବେ । ଯାନବାହନ ସୁଖ ମିଳିପାରେ । ଗୃହ ପରିବେଶ ଉତ୍ତମ ରହିବ । ଦେବପୂଜା ନିରତ ହେବେ । ନିତ୍ୟାନନ୍ଦ ଭୋଗ କରିବେ । | |
ପର ପାଇଁ ସମ୍ବେଦନଶୀଳ ହେବେ । ମନରେ ସରସତା ଉଦ୍ରେକ ହେବ । ଗୃହରେ ମଙ୍ଗଳ କାର୍ଯ୍ୟ ସାଧିତ ହୋଇପାରେ । ସତ୍ସଙ୍ଗୀ ହେବେ । ସୁଖ ଶାନ୍ତିରେ ସମୟ ଅତିବାହିତ ହେବ । ଉନ୍ନତିକର କାର୍ଯ୍ୟରେ ସଫଳତା ପାଇ ଉତ୍ଫୁଲ୍ଲିତ ହେବେ । | |
ପରଧନରେ ଧନୀ ହୋଇପାରନ୍ତି । ମହିଳାମାନଙ୍କର ମନୋରଞ୍ଜନକାରୀ ହେବେ । ରସିକତାରୁ ବାଚାଳତା ଉପୁଜି ପାରେ । ବ୍ୟବସାୟ ଲାଭଜନକ ହେବ । ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି । ବିଜୟୀ ହେବେ । ମାନସିକ ଅଶାନ୍ତି ଦୂର ହେବ । | |
ଘଟିଥିବା କ୍ଷୟକ୍ଷତିରେ ସୁଧାର ଆଣିପାରନ୍ତି । ଉଚ୍ଚ ସମ୍ମାନ ଲାଭ କରିବେ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ସର୍ବାଙ୍ଗୀନ ଉନ୍ନତି ଆଶା କରାଯାଏ । କର୍ମଚଞ୍ଚଳ ରହିବେ । ଭାଗ୍ୟଶାଳୀ ହେବେ । ନିର୍ଭୟରେ କାର୍ଯ୍ୟ କରିବେ । ସାଧୁସେବା କରିବେ । | |
ଦେବାଦେବୀଙ୍କ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । ଆଶାବାଦୀ ହେବେ । ଚିନ୍ତାମୁକ୍ତ ହେବେ । କାର୍ଯ୍ୟରେ ସିଦ୍ଧିପ୍ରାପ୍ତିର ସୂଚନା ମିଳୁଛି । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହେବ । ଶତ୍ରୁନାଶ କରିପାରନ୍ତି । ଐଶ୍ୱର୍ଯ୍ୟପ୍ରାପ୍ତ ହେବେ । ତେଜୀୟାନ୍ ହୋଇପାରନ୍ତି । | |
ଶ୍ରୀଚନ୍ଦ୍ର ଭୋଗ ହେତୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ ସଂପାଦନ କରିପାରନ୍ତି । ଧନବୃଦ୍ଧିର ସୂଚନା ମିଳୁଛି । ସୁଖ, ସନ୍ତୋଷ ମିଳିବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । | |
ମିଳିଥିବା ସୁଯୋଗର ଉପଯୋଗ କରିପାରନ୍ତି । ଅର୍ଥ ଲଗାଣ କଲେ ଆୟ ବୃଦ୍ଧି ହେବ । ସହଯୋଗୀମାନଙ୍କ ପାଇଁ ଅଧିକ ବ୍ୟୟ କରିପାରନ୍ତି । ଅଧିକ ପରିଶ୍ରମର ସମ୍ମୁଖୀନ ହୋଇପାରନ୍ତି । ସୌଭାଗ୍ୟଯୁକ୍ତ ଓ ସମ୍ମାନିତ ହେବେ । | |
ଆୟ ବୃଦ୍ଧିର ସୁଯୋଗ ଅଛି । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ଭବ୍ୟ ସମ୍ବର୍ଦ୍ଧନା ମିଳିପାରେ । ସତ୍ୟାନୁରାଗୀ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବହୁ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ । ନାନାବିଧ ସମ୍ମାନର ଅଧିକାରୀ ହେବେ । ପ୍ରସନ୍ନ ରହିବେ । | |
କାର୍ଯ୍ୟ କଷ୍ଟସାଧ୍ୟ ହେବ । ଶ୍ରମ ସାର୍ଥକ ହୋଇପାରେ । ଭବିଷ୍ୟତ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି । ବନ୍ଧୁ ମିଳନ ଘଟିବ । ନାନା ବିଭବରେ ମଣ୍ଡିତ ହୋଇପାରନ୍ତି । ବହୁ ଗୌରବର ଅଧିକାରୀ ହେବେ । କଷ୍ଟଦୂର ହେବ । | |
ଯାହା ଆଶା କରୁଥିବେ; ତାହା ନିଶ୍ଚିତ ମିଳିବ । ସେବା ମନୋଭାବର ହୋଇପାରନ୍ତି । କାର୍ଯ୍ୟର ସଫଳତା ମିଳିବ । ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ । ଉନ୍ନୟନ କାର୍ଯ୍ୟ ପ୍ରତି ବିଶେଷ ଧ୍ୟାନ ଦେବେ । ଆଦର୍ଶବାଦୀ ହେବେ । | |
ଚାଲୁ ରହିଥିବା କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ଅଟକି ଯାଇପାରେ । ସାମାନ୍ୟ ମାତ୍ରାର ଶାରୀରିକ କ୍ଳେଶ ଅନୁଭବ କରିପାରନ୍ତି । ଆୟ ଭଲ ହେବ; ମାତ୍ର ବ୍ୟୟ ତତୋଧିକ ହୋଇପାରେ । ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ । |
Odia Calendar 2020
Comments
comments