OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saturday 16th May 2020

Odia Rashiphala

Odia Rashiphala

ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ଶୁଭ ଖବର ପାଇ ଖୁସି ହୋଇପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତ ହୋଇପାରନ୍ତି ।
ଅତୀତ ସମସ୍ୟାକୁ ନେଇ ବ୍ୟସ୍ତତା ବଢ଼ି ଯାଇପାରେ । ସୁସମ୍ୱାଦ ମିଳିପାରେ । କର୍ମକ୍ଷେତ୍ରକୁ ନିଜ ବୁଦ୍ଧିବଳରେ ଉଜ୍ଜ୍ୱଳମୟ କରିପାରନ୍ତି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେଇପାରେ । ଶୁଭକାର୍ଯ୍ୟ କରିପାରନ୍ତି । ବିବାଦରେ ବିଜୟୀ ହେବେ ।
ଘାତଚନ୍ଦ୍ର ଭୋଗ ହେତୁ ଯାନବାହନ ଚଳାଚଳରେ ସତର୍କ ରହିବେ । କାର୍ଯ୍ୟରେ ସଫଳତା ମିଳିବ । କ୍ଷମତାର ସଦ୍‌ବ୍ୟବହାର କରି ଜନସଚେତନତା ସୃଷ୍ଟି କରିବେ । ବିବାଦରେ ବିଜୟୀ ହେବେ ।
ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି । ଶୁଭକାର୍ଯ୍ୟ ବର୍ଜନୀୟ । ଶତ୍ରୁନାଶ କରିବାରେ ସକ୍ଷମ ହେବେ । ପଶୁ ଧନାଦି ଯୁକ୍ତ ହେବେ । ନୀରୋଗ ରହିବେ ।
ଲାଗି ରହିଥିବା ବିବାଦର ସୁସମାଧାନ ହୋଇପାରେ । ସୁଖକର ଘଟଣା ମାନ ଘଟିବ । କାର୍ଯ୍ୟରେ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ରହିଛି । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଆନନ୍ଦ ଉପଭୋଗ କରିବେ ।
ଦୁଃସାହସିକ ପଦକ୍ଷେପ ନେବେ । ମାନସିକ ଶାନ୍ତି ଫେରି ପାଇବେ । ଶୁଭ ଖବର ପାଇ ଖୁସି ହେବେ । ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ କରିପାରନ୍ତି । ଋଣ ପରିଶୋଧ କରିବେ ।
କାର୍ଯ୍ୟରେ ତରବର ନ ହୋଇ ପ୍ରତୀକ୍ଷା କଲେ ସଫଳତା ଲାଭ କରିବେ । ଅର୍ଥ ପ୍ରାପ୍ତିର ସନ୍ଦେଶ ମିଳୁଛି । ସୁସମ୍ୱାଦ ପାଇ ଖୁସି ହେବେ । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବେ । ଗୃହ ପରିବେଶ ଶାନ୍ତ ରହିବ ।
କାର୍ଯ୍ୟକ୍ଷେତ୍ରରେ ସୁଚିନ୍ତିତ ମତବ୍ୟକ୍ତ କରିପାରନ୍ତି । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ପରିଶ୍ରମର ମୂଲ୍ୟ ମିଳିବ । ତ୍ୟାଗପୁତ ମନୋବୃତ୍ତି ଗ୍ରହଣ କରିପାରନ୍ତି । ନୀତିନିଷ୍ଠ ଓ କର୍ମଠ ହେବେ ।
ଆଦରି ଥିବା କାର୍ଯ୍ୟରେ ସଫଳତା ଲାଭ କରିବେ । ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଦେବ ଦର୍ଶନର ସୁଯୋଗ ଅଛି । ସରକାରୀ ସ୍ତରରୁ ଲାଭ ମିଳିବ ।
କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଅନଟନର ସମ୍ମୁଖୀନ ହୋଇପାରନ୍ତି । ବିଭିନ୍ନ ସ୍ତରରୁ ସାମାନ୍ୟ ପରିମାଣର ଅର୍ଥାଗମ ହେବ ।
ପରିବାର ଓ ଜନସାଧାରଣଙ୍କ କଲ୍ୟାଣଭାଜନ ହେବେ । ସୁଖ-ସନ୍ତୋଷ ଲାଭ କରିବେ । ଭଲ ଆୟ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ରୁଚିକର ଭୋଜନ ମିଳିବ । ପାରିବାରିକ ଚଳଣି ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ଚିନ୍ତାଧାରା ମହତ ହେବ ।
ଶୁଭକାର୍ଯ୍ୟରେ ଅର୍ଥ ବ୍ୟୟ କରିବେ । କାର୍ଯ୍ୟ ବିଳମ୍ୱିତ ହୋଇପାରେ । ବିବାଦୀୟ ବିତର୍କରେ ଭାଗ ନେଇ ନୀରବ ଦର୍ଶକ ହୋଇପାରନ୍ତି । ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିପାରନ୍ତି । ମଧୁରଭାଷୀ ଭାବେ ପରକୁ ଆପଣାର କରିବାରେ ସକ୍ଷମ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments