OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saturday 16th February 2019

Odia Rashiphala

Odia Rashiphala

ପରର ଉପକାର କରି ନିଜେ କ୍ଷତିରେ ପଡ଼ିପାରନ୍ତି; ତଥାପି କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ । ମନ ପ୍ରସନ୍ନ ରହିବ । ଧର୍ମ ପରାୟଣ ହେବେ । ସୁଭାଷୀ ହେବେ । ପ୍ରେମୀ ଓ ସାହସୀ ହେବେ । ଭ୍ରାତୃ ସ୍ନେହୀ ହେବେ ।
କାର୍ଯ୍ୟରେ ଉନ୍ନତି ଘଟିବ । ଶତ୍ରୁକୁ ଦମନ କରି ଆଶ୍ୱସ୍ତ ହେବେ । ଭାଗ୍ୟଶାଳୀ ହେବେ । ପରଦେଶ ବାସୀ, ସହନଶୀଳ, ମିଷ୍ଟଭାଷୀ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ଧନାଗମ ହେବ ।
ଉତ୍ତମ ହିତୈଷୀ ବନ୍ଧୁଙ୍କ ଦର୍ଶନ ମିଳିବ । ଶ୍ରୀଚନ୍ଦ୍ର ଭୋଗ ହେଉ ଥିବାରୁ ଉତ୍ତମ ଭୋଜନ ମିଳିବ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ରଣାଙ୍ଗନରେ ନିଜର ପାରଦର୍ଶିତା ପ୍ରତିପାଦନ କରିପାରନ୍ତି । ଦାମ୍ପତ୍ୟ ଜୀବନ ସଖୁପ୍ରଦ ହେବ ।
ଖାଦ୍ୟ ପେୟରେ ତୃପ୍ତିଲାଭ କରିପାରନ୍ତି । ଧନକ୍ଷୟ ହେବାର ସମ୍ଭାବନା ଅଛି । ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ଧାର୍ମିକ ହେବେ । ସାହସୀ ଓ ଜ୍ଞାନୀ ହେବେ ।
ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ଆୟ ବୃଦ୍ଧି ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଯଶସ୍ୱୀ ହେବେ । ବିଭାଗୀୟ ସ୍ତରରେ ସମ୍ମାନିତ ହେବେ । ସୁଶୀଳା ପତ୍ନୀର ସାହଚର୍ଯ୍ୟ ମିଳିବ । ଯାନବାହନ ସୁଖ ମିଳିବ ।
ଗୋଳମାଳ ଲାଗି ରହିଥିବା କାର୍ଯ୍ୟରୁ ସୁ-ସମାଧାନ କରିପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । କୁଳ ଉଦ୍ଧାରକ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ରହିବେ । ଦୟାଳୁ ସ୍ୱଭାବଯକ୍ତ ଓ ଯଶସ୍ୱୀ ହୋଇପାରନ୍ତି ।
ଦ୍ୱନ୍ଦ୍ୱରେ ପଡ଼ିଲେ ବି କାର୍ଯ୍ୟକୁ ଆଗେଇ ନେଇ ପାରନ୍ତି । ପରୋପକାରୀ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗ-ବିଳାସରେ ଅତିବାହିତ କରିବେ । ଧର୍ମାତ୍ମା, ପ୍ରବାସ ପ୍ରିୟ, ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି ।
ଅପ୍ରିୟ ପରିସ୍ଥିତି ଉପୁଜି ପାରେ । ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭ ଜନକ ହେବ । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି । ଅଷ୍ଟମ ଚନ୍ଦ୍ର ଭୋଗ ହେଉ ଥିବାରୁ ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରା ନିଷେଧ ।
କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ । ମନ ପ୍ରସନ୍ନ ରହିବ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବାରେ ବ୍ରତୀ ହୋଇପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ପରାମର୍ଶ ଗ୍ରହଣ କରି କୃତକାର୍ଯ୍ୟ ହୋଇପାରନ୍ତି ।
ଧର୍ମ କାର୍ଯ୍ୟ ଗ୍ରହଣ କରି କୃତକାର୍ଯ୍ୟ ହୋଇପାରନ୍ତି । ମନରେ ଅହଂଭାବ ଜାଗ୍ରତ ହୋଇପାରେ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି । ଚକ୍ଷୁ ଯନ୍ତ୍ରଣା ଉପୁଜିପାରେ ।
ଜନୈକା ମହିଳାଙ୍କ ଠାରୁ ପ୍ରେରଣା ମିଳିପାରେ । ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ । ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ ।
ବନ୍ଧୁ ସହଯୋଗ ମିଳିପାରେ । ବାଦ-ବିବାଦର ସମ୍ମୁଖୀନ ହୋଇପାରନ୍ତି । ଉଦାର ସ୍ୱଭାବର ହେବେ । ଦାନଶୀଳ ହେବେ। ସୁସ୍ଥ ଓ ନିରାମୟ ରହିବେ । କୃଷି କର୍ମକାରୀ ହୋଇପାରନ୍ତି । ଜଳପ୍ରତି ଆଦର ପ୍ରେମୀ ହେବେ । ବୁଦ୍ଧିମାନ ହେବା ଆଶା କରାଯାଏ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments