OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saturday 14th Nov 2020

Odia Rashiphala

Odia Rashiphala

ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିପାରେ । ବହୁ ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ମିଷ୍ଟାନ୍ନ ଭୋଜନ ସହିତ ଆନନ୍ଦ ଉପଭୋଗ କରିପାରନ୍ତି ।
ଦୁଃସାହସିକ ପଦକ୍ଷେପ ନେଇ ଶତ୍ରୁର ମୁକାବିଲା କରିବେ । ବିଜୟୀ ହେବା ସହିତ ମାନସିକ ଶାନ୍ତି ଫେରି ପାଇବେ । ଆହୁରି ବହୁ ଶୁଭଖବର ପ୍ରାପ୍ତ ହେବ । ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ । ଋଣପରିଶୋଧ କରି ଚିନ୍ତାମୁକ୍ତ ହେବେ ।
ପଢ଼ାପଢ଼ିରେ ମନୋନିବେଶ କରିବେ । ଯେକୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭଖବର ପାଇ ଖୁସି ହେବେ । ଦିନଟି ଭିତରେ କେତେକ ଭଲ ମନ୍ଦ ମିଶ୍ରିତ ଫଳ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସମ୍ମାନିତ ହେବେ ।
ଲୋଭଗ୍ରସ୍ତ ହୋଇପାରନ୍ତି । ପରିଶ୍ରମ ଅଧିକ ଓ କଠୋର ହେଲେ ମଧ୍ୟ ତା’ର ମୂଲ୍ୟ ମିଳିବ । ଅବଶ୍ୟ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ବ୍ୟବସାୟ ଲାଭଜନକ ହେବ । ଜୀବ ଜଗତ ପ୍ରତି ଦୟାର୍ଦ ଚିତ୍ତ ହୋଇପାରନ୍ତି ।
ସାହାଯ୍ୟ ପ୍ରାପ୍ତ ବ୍ୟକ୍ତି ଶତ୍ରୁତା ଆଚରଣ କରିପାରେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେଇପାରେ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ଠାକୁରଙ୍କୁ ଦର୍ଶନ ଲାଭ କରିବାର ଅଶାନ୍ତି ମାତ୍ରା କମିବ । ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି ।
ନୂତନ କାର୍ଯ୍ୟକୁ କରାୟତ୍ତ କରିବାରେ ସକ୍ଷମ ହେବେ । ଧର୍ମପ୍ରିୟ ହେବେ । ପାଣ୍ଡିତ୍ୟର ପରିପ୍ରକାଶ ଘଟାଇବାରେ ପାରଙ୍ଗମ ହେବେ । ଶିଳ୍ପ ପାରଦର୍ଶୀ ହୋଇପାରନ୍ତି । ସହାସ୍ୟ ମୁଖ ହେବେ । ମହିଳାଗୋଷ୍ଠୀଙ୍କର ସାହାଯ୍ୟକାରୀ ହେବେ । ଧନାଗମ ହେବ ।
କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଆୟର ମାତ୍ରା ବୃଦ୍ଧି ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହୋଇପାରନ୍ତି । ମିଷ୍ଟାନ୍ନ ଭୋଜନ ମିଳିପାରେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ଚିନ୍ତାଧାରା ଉନ୍ନତମାନର ହେବ ।
ଗୁରୁତ୍ୱପୂର୍ଣ୍ଣ କୋଠରିର ଚାବି ଆପଣଙ୍କ ହାତରେ ଲାଗିଛି । ବ୍ୟୟ ବୃଦ୍ଧି ଘଟି ଅଧିକ ବ୍ୟୟର ସମ୍ମୁଖୀନ ହେବେ । ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍ ରହିପାରନ୍ତି । ମଧୁର କଥାରେ ପରକୁ ଆପଣାର କରିବେ । ସତ୍‌କର୍ମରେ ନିୟୋଜିତ ହେବେ ।
କାର୍ଯ୍ୟ ଉତ୍ସାହପ୍ରଦ ହେବ । ସୁ ସମ୍ୱାଦ ପାଇ ଭାବବିହ୍ୱଳ ହୋଇପାରନ୍ତି । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଦିନଟି ମଧ୍ୟମ ଧରଣର । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ଥିର ରହିବେ ।
ଶତ୍ରୁକୁ ହାତ ମୁଠା ଭିତରକୁ ଆଣିପାରନ୍ତି । ସୁ ସମ୍ବାଦ ପାଇ ପ୍ରଫୁଲ୍ଲିତ ହେବେ । କର୍ମରେ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ବିବାଦୀୟ ଘଟଣାରେ ବିଜୟୀ ହେବେ ।
ମାର୍ଗ ଉନ୍ମୁକ୍ତ ରହିଛି । ଯାହା ଇଚ୍ଛା କରିବେ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବେ । କ୍ଷମତାର ଅଭିବୃଦ୍ଧି ଘଟିବ; ତା’ର ସଦ୍‌ବ୍ୟବହାର କରିପାରନ୍ତି । ପ୍ରତିଯୋଗିତାରେ ବିଜୟୀ ହେବାର ସୂଚନା ମିଳୁଛି । ସହଯୋଗୀଙ୍କ ସମର୍ଥନ ପାଇବେ ।
ଆପଣଙ୍କ କାର୍ଯ୍ୟ ବିଚାରଯୋଗ୍ୟ ହେବ । ବହୁଧନ, ପୁତ୍ର ଓ ଉତ୍ତମ ବଂଶରୁ କନ୍ୟା ଆଣି ପାରନ୍ତି । ସୁଖ ଭୋଗ କରିବେ ; ମାତ୍ର ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2020

Comments

comments