OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saturday 14th Dec 2019

Odia Rashiphala

Odia Rashiphala

ମାନସିକ ସ୍ତରରେ ବ୍ୟସ୍ତତା ବୃଦ୍ଧି ପାଇବ । ପରିଶ୍ରମର ସମ୍ମୁଖୀନ ହେଲେ ବି ତା’ର ମୂଲ୍ୟ ମିଳିବ । ପରୋପକାରୀ ହେବେ । ମନରେ ସେବା ଭାବନା ଜାଗ୍ରତ ହେବ । ଉଦାର ଚିତ୍ତ ହୋଇପାରନ୍ତି । ପ୍ରସିଦ୍ଧି ଲାଭ କରିବେ । ଧର୍ମାଶ୍ରିତା ହୋଇପାରନ୍ତି ।
ଅଜାଣତରେ କ୍ଷତି ସହି ପାରନ୍ତି । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ । ଶତ୍ରୁ ଭାବ ବୃଦ୍ଧି ହେଲେ ବି କିଛି ଅନିଷ୍ଟ ହେବ ନାହିଁ । ସ୍ୱଳ୍ପ ପରିମାଣର ଧନ ଲାଭ ହୋଇପାରେ । ଅସଦ୍ ଉପାୟରେ ଧନଲାଭ ହେବ ।
ମାନସିକ ଅଶାନ୍ତିର ସୁଧାର ଆସିବ । ସୁଖ-ସନ୍ତୋଷ ଲାଭ କରିପାରନ୍ତି । ବିଭିନ୍ନ ସ୍ତରରୁ ସହଯୋଗ ମିଳିବ । ପେଟପୁରା ଭୋଜନ ମିଳିଲେ ବି ପାରିବାରିକ ସୁଖ ମିଳିବ । ନୂଆ ସମ୍ପର୍କ ରଖିଥିବା ବନ୍ଧୁଙ୍କ ସହିତ କିଛି ସମୟ ପାଇଁ ବାର୍ତ୍ତାଳାପ ହେବ ।
ତୀର୍ଥଯାତ୍ରା ପାଇଁ ସୁଯୋଗ ମିଳିବ । ପ୍ରତାରିତ ହୋଇପାରନ୍ତି । କୌଶଳରେ କାର୍ଯ୍ୟ ହାସଲ କରିବେ । ଦେବଦର୍ଶନ କରି ଆତ୍ମତୃପ୍ତି ଲାଭ କରିବେ । ଭୋଜନ ସୁଖ ମିଳିବ। ଖର୍ଚ୍ଚାନ୍ତ ହୋଇ ଅତିଥି ସର୍କାର ପାଇଁ ବ୍ୟସ୍ତ ରହବେି । ମଧୁରଭାଷୀ ହେବେ ।
କର୍ମ ଅନୁସାରେ ଫଳପ୍ରାପ୍ତ ହେବେ; ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ । ସୌଭାଗ୍ୟ ବୃଦ୍ଧିର ସୂଚନା ମିଳୁଛି । ଧର୍ମ-କର୍ମ ସମ୍ପାଦନ କରିପାରନ୍ତି । ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ । କାର୍ଯ୍ୟକ୍ଷେତ୍ର ଉଜ୍ଜ୍ୱଳମୟ ହୋଇପାରେ ।
ପରିସ୍ଥିତିକୁ ଆକଳନ କରି ଉଦାସିନ ରହିପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ନୈତିକତା ବୃଦ୍ଧି ହୋଇପାରେ । ମାନ୍ୟତାପ୍ରାପ୍ତ ହେବେ । ବ୍ୟବସାୟ ଲାଭଜନକ ହେବ ।
ଶତ୍ରୁତାରୁ ରକ୍ଷା ପାଇବେ । ସେବା-ପୂଜାରେ ନିଜକୁ ନିୟୋଜିତ କରିପାରନ୍ତି । ଧର୍ମ-କର୍ମ ସଂପାଦନ କରିପାରନ୍ତି । ଚିତ୍ତ ସନ୍ତୁଷ୍ଟ ହେବ । ବନ୍ଧୁତା ସୁଦୃଢ଼ ହେବ । ନାନା ସୁଖର ଅଧିକାରୀ ହେବେ । ପ୍ରିୟବତୀଙ୍କ ସହିତ ଅଧିକ ସଂପର୍କ ଗଠିତ ହେବ ।
ସାମାନ୍ୟ କାରଣରୁ ଉପୁଜିଥିବା ଦ୍ୱନ୍ଦ୍ୱର ଅବସାନ ଘଟିବ । ନିଜର ସ୍ୱାଭିମାନ ଅଧିକ ବଳବତ୍ତର ହେବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ଯାନବାହନ ଚଳାଚଳରେ ସତର୍କତା ଆବଶ୍ୟକ । ଅଷ୍ଟମଚନ୍ଦ୍ର ଓ ଘାତଚନ୍ଦ୍ର ଏକତ୍ର ଭୋଗ ହେତୁ ସତର୍କ ରହିବେ ।
ସଫଳତାର ସ୍ୱାଦ ଚାଖି ପାରନ୍ତି । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସା ଲାଭ କରିବେ । ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବ । କର୍ମତତ୍ପରତା ପ୍ରକାଶ ପାଇବ । ପରୋପକାର କରିପାରନ୍ତି । ଆର୍ଥିକ ସ୍ଥିତିରେ ଢ଼େର ଉନ୍ନତି ଘଟିବ ।
ଋଣମୁକ୍ତ ହେବା ଆଶାକରାଯାଏ । ବେଳେବେଳେ ନିଜକୁ ଅସହାୟ ମନେ କରିପାରନ୍ତି । ପ୍ରସନ୍ନତା ଲାଭ କରିବେ । କର୍ମ ଚଞ୍ଚଳତା ପ୍ରକାଶ ପାଇବ । ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୂଚନା ମିଳୁଛି । ସର୍ବାଙ୍ଗୀନ ଉନ୍ନତି ଆଶାକରାଯାଏ । ସୁଖପ୍ରାପ୍ତ ହେବେ ।
ଆୟ ଠାରୁ ବ୍ୟୟ ଅଧିକ ହୋଇପାରେ । ଦିନ ସାରା କାର୍ଯ୍ୟବ୍ୟସ୍ତ ରହିପାରନ୍ତି । ସନ୍‌ମାର୍ଗୀ ହେବେ । ବିଦୁଷୀ ବ୍ୟକ୍ତିଭାବେ ପରିଗଣିତ ହେବେ । ବହୁମିତ୍ରଜନଙ୍କ ସାନ୍ନିଧ୍ୟ ପାଇ ଉପକୃତ ହେବେ । ନିଷ୍ଠା ଓ ଉତ୍ସାହପ୍ରଦ ଭୂମିକା ଗ୍ରହଣ କରିପାରନ୍ତି ।
ବିପଦରୁ ଉଧୁରି ଯିବେ । ଦ୍ରବ୍ୟ ନଷ୍ଟର ଆଶଙ୍କା ଅଛି । କୃଷିକର୍ମରେ ନିୟୋଜିତ ହୋଇପାରନ୍ତି । ଗୁରୁକୁଳ ଆଶ୍ରୟ ନେଇ ଚାକିରି କ୍ଷେତ୍ରରେ ନିଜକୁ ମହାନ୍ କରି ଗଢ଼ିତୋଳିପାରନ୍ତି । ଅବସ୍ଥା ଚକ୍ରରୁ ଉଧୁରି ଲୋକଙ୍କ ଶ୍ରଦ୍ଧାଭାଜନ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments