OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saturday 12th March 2022

Odia Rashiphala

Odia Rashiphala

ସମ୍ମାନିତ ହେବେ । କର୍ମକୁଶଳତା ଯୋଗୁଁ ପ୍ରଶଂସିତ ହେବେ । ଆର୍ଥିକ ସ୍ଥିତିରେ ଢେର ଉନ୍ନତି ଘଟିବ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଧୀ’ ଶକ୍ତି ସମ୍ପନ୍ନ ହେବେ । ସରକାରୀ ଲାଭ ମିଳିବ ।
ଲୋଭଗ୍ରସ୍ତ ହୋଇପାରନ୍ତି । ବିଭିନ୍ନ ସ୍ତରରୁ ଧନାଗମର ସୂଚନା ମିଳୁଛି । ମତିମାନ୍ ହେବେ । ସାମାଜିକ ଦାୟିତ୍ୱବୋଧ ସମ୍ପନ୍ନ ହୋଇପାରନ୍ତି । ଆପଣଙ୍କ କାର୍ଯ୍ୟକଳାପ ପତ୍ନୀଙ୍କୁ ସୁଖୀ କରିବ ।
ଆୟ ଆଶାନୁରୂପ ହେବ । ସରକାରଙ୍କ କୃପାପାତ୍ର ଓ ବନ୍ଧୁସ୍ନେହୀ ହେବେ । ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ । ଚିନ୍ତାଧାରା ଉନ୍ନତମାନର ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି । ଅଯଥା ବିତର୍କରୁ ଓହରିଯାଇ ନିଜର ସୃଜନଶୀଳତା ଲୋକଲୋଚନକୁ ଆଣିପାରନ୍ତି । ସହନଶୀଳ ମନୋଭାବର ହୋଇପାରନ୍ତି ।
ପ୍ରକାଶିତ ଚିତ୍ତର ଅନୁଭୂତି, ଜ୍ଞାନ, ଗରିମା ବଳରେ ଅସାଧ୍ୟ ସାଧନ କରିପାରନ୍ତି । ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ । ସରକାରୀ ଅର୍ଥ ମିଳିବ । ଆଦର୍ଶ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ ।
ପ୍ରତିଷ୍ଠାଲାଭ କରିବେ । ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ ଅଗ୍ରସର ହେବେ । ପରୋପକାର କରି ଆତ୍ମତୃପ୍ତି ଲାଭ କରିବେ । ବିଭାଗୀୟ ଅର୍ଥ ମିଳିବ । ଘାତଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ ।
ଭାଗ୍ୟଲକ୍ଷ୍ମୀ ବରଦାୟିକା ଅଛନ୍ତି । କ୍ଷମତାସୀନ ହୋଇପାରନ୍ତି । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଅବିବାହିତଙ୍କ ବିବାହ ସମ୍ବନ୍ଧ ସ୍ଥିର ହେବ ।
ସ୍ୱାଭିମାନୀ ହେବେ । ସହଯୋଗୀ ବ୍ୟବସାୟରୁ ଲାଭ ମିଳିବ । ଆପଣଙ୍କ ବାକ୍ ସଂଯମତା ସ୍ମରଣଶକ୍ତିକୁ ଉଦ୍‌ଜୀବିତ କରି ରଖିବ । ପ୍ରତି ପଦପାତରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ।
ଚେତନାର ଉଜ୍ଜ୍ୱଳ ପ୍ରଦୀପ ହୋଇପାରନ୍ତି । ସତ୍‌ସଙ୍ଗରୁ ମିଳିବ ଶାନ୍ତି ଓ ସୁଖର ସୂତ୍ର । ସତ୍ୟବାଦ୍ୟୋ ଦୃଢ଼ବ୍ରତ ଆଚରଣ କରିବେ । ସାଧାରଣଙ୍କ ଜୀବନ ରକ୍ଷାରେ ନିଜକୁ ନିୟୋଜିତ କରିପାରନ୍ତି ।
ଠିକ୍ ସମୟରେ ବନ୍ଧୁଙ୍କ ସହାୟତା ମିଳିବ । ଶତ୍ରକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ । ଶ୍ରମ ଓ ନିଷ୍ଠାର ମହତ୍ତ୍ୱ ବୁଝି ତା’ର ଯଥାର୍ଥ ଉପଯୋଗ କରିବେ । ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ ।
ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି । ଅନବଦ୍ୟ ରଚନା ଜନସାଧାରଣଙ୍କ ପାଇଁ ଉପାଦେୟ ହେବ । ନମ୍ରତାର ପ୍ରତୀକ ହୋଇପାରନ୍ତି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ ।
ଯାନ-ବାହନ ସୁଖ ମିଳିବ । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ । ସାମାଜିକ କ୍ଷେତ୍ରରେ କୀର୍ତ୍ତିମାନ୍ ଓ ଯଶସ୍ୱୀ ହେବେ । ଦୁଃଖୀ, ରଙ୍କୀ, ଦରିଦ୍ର ଓ ପୀଡତ଼ିଙ୍କ ପୋଷକ ହେବେ । ସୁସ୍ଥ ଓ ନିରାମୟ ରହିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Order Odia Bhagyajyoti Calendar 2022 From OdishaShop.com

Comments

comments