OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saturday 12th January 2019

Odia Rashiphala

Odia Rashiphala

ଯାତ୍ରାକାଳୀନ ଖର୍ଚ୍ଚ ବୃଦ୍ଧି ହେବାର ସମ୍ଭାବନା ଅଛି । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଅଯଥା ବିବାଦରେ ଛନ୍ଦି ହୋଇ ପଡ଼ିବେ । ମୂଲ୍ୟହୀନ ବିତର୍କରେ ଭାଗ ନେବା ଅନୁଚିତ୍ । କେବେଳ ଭାଷା ମଧୁମୟ ହେବ ।
ଈପ୍‌ସିତ୍ କାର୍ଯ୍ୟକୁ ସହଜରେ ହାସଲ କରିପାରନ୍ତି । ଆୟ ବୃଦ୍ଧି ହେବାର ସମ୍ଭାବନା ଅଛି । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ମିଳିପାରେ । ସୁ-ସମ୍ବାଦ ପାଇବେ । ଜ୍ଞାନ ଅର୍ଜନରେ ଆଗ୍ରହୀ ହେବେ ।
ବିପଦମୁକ୍ତ ହୋଇପାରନ୍ତି । ଶ୍ରମ ସାର୍ଥକ ହେବ । ସୁ- ସମ୍ବାଦ ପାଇ ଖୁସି ହେବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୁଳ ଅଛି । ବିବାଦୀୟ ଘଟଣାରେ ବିଜୟୀ ହେବେ ।
ଅଭିଳାଷ ପୂରଣ ହେବ । ସତ୍‌ସଙ୍ଗୀ ହୋଇପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି । କ୍ଷମତାର ଅଭିବୃଦ୍ଧି ଘଟିପାରେ । ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ । ଦିନଟି ମଧ୍ୟମ ଧରଣର । ଭକ୍ତି ଗାଥା ଶୁଣିବାରେ ଆଗ୍ରହୀ ହେବେ ।
ଶତୃତାର ଅବସାନ ଘଟିପାରେ । ଭ୍ରମଣ ଯୋଗ ଅଛି । ଅର୍ଥାଭାବ ଦେଖାଯାଇପାରେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । କେବଳ ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ ।
ଦୁର୍ଯୋଗକୁ ଏଡ଼ାଇ ଆଗକୁ ବଢ଼ିବେ । ବନ୍ଧୁ ମିଳନ ହେବାର ସୂଚନା ମିଳୁଛି । ସୁଖକର ଘଟଣାମାନ ଘଟିବ । କର୍ମ କ୍ଷେତ୍ରରୁ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ଅନୁକୂଳ ରହିଛି । ରୁଚିକର ଭୋଜନ ମିଳିବାର ସୁଯୋଗ ଅଛି ।
ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ହେବେ । ମନରେ ଅହଂଭାବ ଜାଗ୍ରତ ହୋଇପାରେ । ଶତୃ ପରାଜିତ କରିବାରେ ସକ୍ଷମ ହେବେ । ମାନସିକ ଶାନ୍ତି ଫେରିପାଇବେ । ସୁ- ସମ୍ବାଦ ମିଳିବ । ଶୁଭକାର୍ଯ୍ୟ କରଣୀୟ । ଋଣ ପରିଶୋଧ କରିବେ ।
କାର୍ଯ୍ୟକୁ ଶୃଙ୍ଖଳିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ଖବର ପାଇ ଉତ୍‌ଫୁଲ୍ଲିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଶତୃନାଶ କରିବେ । ଧନ ଭୋଗ ସହ ତେଜୀୟାନ୍ ଓ ଐଶ୍ୱର୍ଯ୍ୟଯୁକ୍ତ ହେବେ ।
ଆୟ ବୃଦ୍ଧି ହେବ, ମାତ୍ର ବ୍ୟୟ ତତୋଽଧିକ ହୋଇପାରେ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । କେତେକ କ୍ଷେତ୍ରରେ ଭୁଲ୍ ବୁଝାବଣା ଘଟିପାରେ । ପରିଶ୍ରମ ମୂଲ୍ୟାଙ୍କନ ହେବ । କୃଷି କ୍ଷେତ୍ରରୁ ଆୟ ଆସି ଭଣ୍ଡାର ପରିପୂର୍ଣ୍ଣ ହେବ ।
ଧର୍ମ କାର୍ଯ୍ୟରେ ମନୋନିବେଶ କରିବେ । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ହେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଦିଅଁ ଦର୍ଶନର ସୁଯୋଗ ରହିଛି । ଅଶାନ୍ତି ମାତ୍ରା ହ୍ରାସ ହେବ । ସରକାରୀ ସ୍ତରରୁ ଲାଭ ମିଳିବ ।
ଅପ୍ରିୟ ପରିସ୍ଥିତି ସୃଷ୍ଟି ହୋଇପାରେ । ଆଜିକାର୍ଯ୍ୟ ଆଜି ନ କରି କାଲି କରିବାକୁ ମନସ୍ଥ କରିପାରନ୍ତି । ମାତ୍ର ଏହା ଦୋଷାବହ ହେବ । ଭାଗ୍ୟର ପରିବର୍ତ୍ତନ ଘଟିବ । ରାଜପୂଜା ମିଳିବ । ମହାନ୍ ଦୀକ୍ଷା ଗ୍ରହଣ କରିପାରନ୍ତି ।
ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବାକୁ ମନ ବଳାଇ ପାରନ୍ତି । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନର ଆପ୍ୟାୟିତ ହେବେ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଚିନ୍ତାଧାରା ଉନ୍ନତ ମାନର ହେବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments