![]() |
ପ୍ରତିଯୋଗିତାରେ ବିଜୟୀ ହୋଇ ସମ୍ମାନିତ ହେବେ । ସଶକ୍ତ ଆତ୍ମବଳରେ ବଳୀୟାନ ହୋଇପାରନ୍ତି । ମନୋବଳ ଦୃଢ଼ ରହିବ । ଭାଷା ଓ ବ୍ୟବହାର ମାର୍ଜିତ ହେବ । ପ୍ରେମୀ ଓ ସାହସୀ ହେବେ । |
![]() |
ଭାଗ୍ୟ ବଳରେ ବଳୀୟାନ୍ ହେବେ । ମଧୁରଭାଷୀ ହେବେ । ସହିବାର ଗୁଣ ଅଧିକ ରହିବ । ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ମିତ୍ରଙ୍କଠାରୁ ସହାୟତା ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । |
![]() |
ଶ୍ରୀଚନ୍ଦ୍ର ଭୋଗ ହେତୁ କର୍ମଚଞ୍ଚଳ ରହିବେ । ରୋଜଗାର ଆଶାନୁରୂପ ହେବ । ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି । ମାଲିମୋକଦ୍ଦମାରେ ଜିଣିବେ ଓ ଧନଲାଭ ହେବ । ପ୍ରୀତିଭୋଜନରେ ଆପ୍ୟାୟିତ ହେବେ । |
![]() |
କର୍ମଚଞ୍ଚଳ ରହିବେ । ଚକ୍ଷୁରେ ସାମୟିକ ଭାବେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ନିରୋଳା ସ୍ଥାନରେ କିଛି ସମୟ ବିତାଇବାକୁ ଇଚ୍ଛା ପ୍ରକାଶ କରିବେ । ସାଧୁସଙ୍ଗ ପାଇଁ ଆଗ୍ରହୀ ହେବେ । |
![]() |
ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । କର୍ମଚଞ୍ଚଳ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଧନ ପ୍ରାପ୍ତିର ସୂଚନା ମିଳୁଛି । କରିତ୍କର୍ମା ହେବେ । |
![]() |
ଶ୍ରମ ସାର୍ଥକ ହେବ । ମନ ପ୍ରସନ୍ନ ରହିବ । କୁଳ ଉଜ୍ଜ୍ୱଳକାରୀ ହେବେ । ଦୟାର୍ଦ୍ରଚିତ୍ତ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହେବେ । ସୁଖୀ ହେବେ । |
![]() |
ସତ୍ସଙ୍ଗୀ ହେବେ । ଦୈବୀ ବଳରେ ବଳୀୟାନ ହୋଇପାରନ୍ତି । ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ । ବିଳାସ-ବ୍ୟସନ କରିପାରନ୍ତି । ସାହସୀ ଓ ସମ୍ପତ୍ତିବାନ୍ ହେବେ । ପୁଣ୍ୟପ୍ରଭା ପତ୍ନୀଙ୍କ ସାନ୍ନିଧ୍ୟ ମିଳିବ । |
![]() |
ଧୈର୍ଯ୍ୟ ଓ ସାହସର ସହିତ ସମସ୍ୟାର ମୁକାବିଲା କରିପାରନ୍ତି । ସାଧନାରୁ ଶାଶ୍ୱତ ସୁଖର ସନ୍ଧାନ ପାଇବେ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ନାହିଁ । ଯାନବାହନ ଚଳାଚଳରେ ସତର୍କ ରହିବେ । |
![]() |
କାର୍ଯ୍ୟ କ୍ଷେତ୍ରରେ ସହଯୋଗ ମିଳିବ । ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ବ୍ୟବସାୟ ଲାଭଜନକ ହେବ । ପୂର୍ଣ୍ଣତା ଦିଗରେ ସପତ୍ନୀକ ଅଗ୍ରସର ହେବେ । |
![]() |
ଆତ୍ମବଳ ଜାଗ୍ରତ ହେବା ସହିତ ମନରେ ଅହଂ ଭାବ ଉଦ୍ରେକ ହୋଇପାରେ । ଭ୍ରାତୃ ଭାବ ଅତୁଟ ରହିବ । ସୁସ୍ଥ ରହିବେ । ଶତ୍ରୁହନ୍ତା ହୋଇପାରନ୍ତି । ଚାକିରିରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ । |
![]() |
ଶବ୍ଦ ଭଣ୍ଡାରକୁ ନମନୀୟ ଓ କମନୀୟ କରିପାରନ୍ତି । ଓଁ ର ଚିନ୍ତନ ଓ ମନନରେ ବ୍ରତୀ ହୋଇପାରନ୍ତି । ଦାନଧର୍ମରେ ଦୀକ୍ଷିତ ହେବେ । ପ୍ରେମୀ ଓ ଜ୍ଞାନ-ବିଜ୍ଞାନର ଅଧିକାରୀ ହେବେ । |
![]() |
ଉଦାର ପ୍ରକୃତିର ହେବେ । ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । କୃଷି କର୍ମରୁ ଲାଭବାନ୍ ହେବେ । ଯାନ-ବାହନ ସୁଖ ମିଳିବ । ଦଳ ପ୍ରତି ଆଦର, ସହିଷ୍ଣୁ ଓ ବୁଦ୍ଧିମାନ୍ ହେବେ । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ । |