OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saturday 11th May 2019

Odia Rashiphala

Odia Rashiphala

ଦିନସାରା ଖୁସିରେ ଚଳିବେ । ଉଦାର ପ୍ରକୃତିର ହୋଇପାରନ୍ତି । ଦାନଶୀଳ ହେବେ । ଶୋଭନ ବ୍ୟକ୍ତିତ୍ୱର ପରିଚୟ ଦେବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । କୃଷି କର୍ମରେ ନିୟୋଜିତ ହେବେ । ଯାନବାହନ ସୁଖ ମିଳିବ ।
ମାନ-ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ସାଧନା ଫଳବତୀ ହେବ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହୋଇପାରନ୍ତି । ମଧୁରଭାଷୀ ହେବେ । କଫଜନିତ ପୀଡ଼ା ଅନୁଭବ କରିପାରନ୍ତି । ପ୍ରେମୀ ଓ ସାହସୀ ହେବେ ।
ଧୈର୍ଯ୍ୟର ଆବଶ୍ୟକତା ରହିଛି । ଭାଗ୍ୟଶାଳୀ ହେବେ । ପରଦେଶବାସୀ, ମଧୁରବାସୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ପତ୍ନୀଙ୍କ ସହିତ ବିଳାସ ବ୍ୟସନ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ ।
ବନ୍ଧୁମେଳରେ ଦିନଟି ଅତିବାହିତ କରିପାରନ୍ତି । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଅର୍ଥ ଉପାର୍ଜନର ପରିମାଣ ଯଥେଷ୍ଟ ହେବ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ମୋକଦ୍ଦମାରେ ବିଜୟୀ ହେବେ । ଧନଲାଭର ସୂଚନା ମିଳୁଛି ।
ବନ୍ଧୁ ସହାୟତା ମିଳିପାରେ । ପ୍ରତାରିତ ହୋଇପାରନ୍ତି । ଥଣ୍ଡା କଫରେ ପୀଡ଼ିତ ହେବେ । ଚଞ୍ଚଳ ସ୍ୱଭାବରହୋଇପାରନ୍ତି । ଏକାନ୍ତ ପ୍ରିୟ, ନେତ୍ର ପୀଡ଼ା ଭୋଗ କରିପାରନ୍ତି । ମଧୁରଭାଷୀ ହେବେ । ରାଜଯୋଗ ମିଳିବ । ଧାର୍ମିକ ହେବେ ।
ଶତ୍ରୁ ଦ୍ୱାରା ଉପକୃତ ହେବେ । ଆୟ ବୃଦ୍ଧିର ସୂଚନା ମିଳୁଛି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ବୃଦ୍ଧି ହେବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ସରକାରୀ ଅର୍ଥ ଓ ସମ୍ମାନ ମିଳିବା ଆଶାକରାଯାଏ । ସୁଖୀ ହେବେ ।
 ହଜି ଯାଇଥିବା ମୂଲ୍ୟବାନ ଦ୍ରବ୍ୟ ଖୋଜିଲେ ପାଇବେ । ଶ୍ରମ ସାର୍ଥକ ହେବ । ବଂଶର ମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟରେ ଲାଭ ଓ ଯଶସ୍ୱୀ ହେବେ ।
ପରିସ୍ଥିତି ଆୟତ୍ତାଧୀନ ହେବ । ପରାଶ୍ରିତ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ, ସାହସୀ ହେବେ ।
ଶୃଙ୍ଖଳିତ କାର୍ଯ୍ୟକୁ ବିଶୃଙ୍ଖଳିତ କରିପାରନ୍ତି । ସ୍ୱାଭିମାନୀ ହେବେ । ଶାରୀରିକ ଦୁର୍ବଳତା ଅନୁଭବ କରିବେ । ମିତ୍ରମାନେ କରଛଡ଼ା ଦେଇପାରନ୍ତି । ସହଯୋଗୀ ବ୍ୟବସାୟ ଲାଭ ଜନକ ହେବ । ଅଷ୍ଟମଚନ୍ଦ୍ର ଯୋଗଁ ସତର୍କ ହେବେ ।
ଯାତ୍ରାଦିରେ ସମ୍ମିଳିତ ହୋଇପାରନ୍ତି । ସୁଖ-ସନ୍ତୋଷ ଲାଭ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସମାଜ ସେବାରେ ତତ୍ପର ହୋଇପାରନ୍ତି । ମନର ଅହଂଭାବ ଆସିବ । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପାରିବାରିକ ସ୍ନେହ ରହିବ ।
କର୍ମକ୍ଷେତ୍ରରେ ବିବ୍ରତ ହୋଇପାରନ୍ତି । ସଂଯମୀ ହେବେ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଶତ୍ରୁହନ୍ତା ହୋଇପାରନ୍ତି । ଅଜୀର୍ଣ୍ଣ ଅନୁଭବ କରିବେ । ଚଞ୍ଚଳ ପ୍ରକୃତିର କନ୍ୟା ଲାଭ ହେବ ।
ଶାରୀରିକ ଆଘାତ ପ୍ରାପ୍ତ ହେବେ । ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭ ହୋଇପାରେ । ବ୍ୟବସାୟରେ ପ୍ରଚୁର ଧନ ଲାଭ ହେବ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ବୋହିବାର ଯଥେଷ୍ଟ ସମ୍ଭାବନା ରହିଛି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments