OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saturday 11th July 2020

Odia Rashiphala

Odia Rashiphala

ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ । ଖର୍ଚ୍ଚାନ୍ତ ହୋଇପାରନ୍ତି । ନିରୋଳାରେ ରହିବାକୁ ପସନ୍ଦ କରିବେ । ବିବାଦୀୟ ବିତର୍କରେ ଭାଗ ନ ନେଇ ନୀରବ ଦର୍ଶକ ସାଜି ପାରନ୍ତି ।
କାର୍ଯ୍ୟ ହାସଲ କରିବାକୁ ହେଲେ କଷ୍ଟ ସହିବାକୁ ପଡ଼ିବ । ଶୁଭ ଖବର ପାଇ ଖୁସି ହୋଇପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ସତ୍‌କର୍ମରେ ନିୟୋଜିତ ହେବେ । ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୁଯୋଗ ଅଛି ।
କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧିପାଇବ । ମିଳିଥିବା ଖବର ଆପଣଙ୍କ ପାଇଁ ଆନନ୍ଦଦାୟକ ହେବ । କାର୍ଯ୍ୟର ସଫଳ ରୂପାୟନ କରି ପୁରସ୍କୃତ ହେବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ କରଣୀୟ । ବିବାଦରେ ବିଜୟୀ ହେବେ ।
ଜଟିଳ ସମସ୍ୟାର ସୁସମାଧାନ କରିପାରନ୍ତି । କାର୍ଯ୍ୟରେ ସଫଳତା ମିଳିବ । ଉଦ୍ୟମ ଚଳାଇ ଅଧିକ କ୍ଷମତା ହାସଲ କରିବେ ଓ ତା’ର ସଦ୍‍ବ୍ୟବହାର କରିପାରନ୍ତି । ବିବାଦରେ ବିଜୟୀ ହେବେ । ଧର୍ମକଥା ଶୁଣିବାକୁ ଆଗ୍ରହୀ ହେବେ ।
କର୍ମକ୍ଷେତ୍ରରେ ପଛଘୁଞ୍ଚା ଦେବାର ପ୍ରଶ୍ନ ଉଠୁ ନାହିଁ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଶୁଭକାର୍ଯ୍ୟ ବର୍ଜନୀୟ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଉଚ୍ଚସ୍ଥାନ ଆରୋହଣ ଓ ଯାନ ଚାଳନାରେ ସତର୍କ ହେବେ ।
କାର୍ଯ୍ୟରେ ସ୍ଥିରତା ଦେଖା ଦେବ । ଆମୋଦପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ କରିବେ । ଶୁଭକାର୍ଯ୍ୟ କରିପାରନ୍ତି । ଉତ୍ତମ ଭୋଜନ ମିଳିବ । ଆନନ୍ଦ ଉପଭୋଗ କରିବେ ।
କାର୍ଯ୍ୟରେ ସଫଳତା ମିଳିବ । ପଡ଼ୋଶୀ ସାହାଯ୍ୟକାରୀ ହେବେ । ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ବାଦ ପାଇ ଖୁସି ହେବେ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଋଣପରିଶୋଧ କରିବାରେ ସକ୍ଷମ ହେବେ ।
ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ବିଭାଗୀୟ ବିଷୟବସ୍ତୁ ଉପରେ ଅଧ୍ୟୟନରତ ହେବେ । ବିଭିନ୍ନ ସୂତ୍ରରୁ ଆବଶ୍ୟକ ପଡୁଥିବା ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁସମ୍ବାଦ ପାଇ ଖୁସି ହେବେ । ପାରିବାରିକ ସୁଖ ମିଳିବ ।
ହାତରେ କ୍ଷମତାର ଡୋରି ଥିବାରୁ ସଫଳତା ନିଶ୍ଚିତ ମିଳିବ । ଓ ବିଦ୍ରୋହୀ ପଦାନତ ହେବେ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ପରିଶ୍ରମ ଯେତେ ଅଧିକ ହେଲେ ବି; ତା’ର ମୂଲ୍ୟ ମିଳିବ । ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି ।
ଯାହା ମନରେ ଭାବୁଛନ୍ତି, ତାହା ଫଳପ୍ରସୂ ହେବ । ଉଚ୍ଚଆଶା ଫଳବତୀ ହେବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଦିଅଁ ଦର୍ଶନର ସୌଭାଗ୍ୟ ଉଦୟ ହୋଇଛି । ସରକାରୀ ଅର୍ଥ ମିଳିବ ।
ଭଗବାନଙ୍କ କରୁଣାର ପାତ୍ର ହେବେ । ଆଶାବାଦୀ ହୋଇପାରନ୍ତି । ଆକସ୍ମିକ ସମସ୍ୟା ଦେଖା ଦେଇ ପାରେ । ସ୍ୱାସ୍ଥ୍ୟ ହାନିର ଆଶଙ୍କା ଅଛି । ଉତ୍ତମ ବିଦ୍ୟାର ଅଧିକାରୀ ହେବେ । ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ । ସରକାରୀ ଅର୍ଥ ମିଳିପାରେ ।
ସୁଖ-ସମ୍ମାନ ଲାଭ କରିପାରନ୍ତି । ଭଲ ଆୟ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆ ବନ୍ଧୁ ଜୁଟି ପାରନ୍ତି । ସୁଚିନ୍ତିତ ମତ ବ୍ୟକ୍ତ କରିପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments