OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saturday 11th Dec 2021

Odia Rashiphala

Odia Rashiphala

ଶତ୍ରୁ ଉପରେ ବିଜୟ ହାସଲ କରିବେ । ଧନ, ରତ୍ନ ଲାଭର ସୂଚନା ମିଳୁଛି । ଜଣେ ମହାନ୍ ବ୍ୟକ୍ତିଭାବେ ବିକଶିତ ହୋଇ ଉଚ୍ଚ ପଦ-ପଦବୀରେ ଆସୀନ ହେବେ । ଅଧିକ ଜ୍ଞାନ ଅର୍ଜନ କରିବେ ।
ସ୍ଥିତପ୍ରଜ୍ଞ ହେବେ । ବିବେକାନୁମୋଦିତ କାର୍ଯ୍ୟ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି । ସତ୍‌ପଥଗାମୀ ହେବେ । ସମସ୍ତ କଳୁଷର ଅବସାନ ଘଟିବ । ଆର୍ଥିକ ସ୍ଥିତି ଉନ୍ନତମାନର ହେବ ।
ଶାସ୍ତ୍ର ପ୍ରତି ଅନୁରକ୍ତି ରହିବ । ଜ୍ଞାନ-ଗରିମାଯୁକ୍ତ ହେବେ । ବୁଦ୍ଧି ପ୍ରୟୋଗ କରି ଶୌର୍ଯ୍ୟଯୁକ୍ତ ହୋଇପାରନ୍ତି । ଭୋଜନପ୍ରିୟ ହେବେ । ଭାଗ୍ୟଶାଳୀ ହେବେ । ବିବାଦରେ ବିଜୟୀ ହେବେ ।
ମିତ୍ରମାନେ ଆଡ଼ ହୋଇଯାଇପାରନ୍ତି । କୁମିତ୍ରଙ୍କ ସଙ୍ଗ ପରିତ୍ୟାଗ କରିବାକୁ ପଡ଼ିବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଜଳଯାତ୍ରା ନ କରିବା ଭଲ । ସରକାରୀ ସ୍ତରରୁ ଧନ ଓ ସମ୍ମାନ ମିଳିପାରେ ।
ବନ୍ଧୁ ମିଳନରେ ଉପକୃତ ହେବେ । ଶାସ୍ତ୍ରଜ୍ଞ ହେବେ । ରାଜପୂଜା ମିଳିବାର ସୂଚନା ମିଳୁଛି । ମନୋଜ୍ଞ ହୋଇପାରନ୍ତି । ସୁଖକର ଘଟଣାମାନ ଘଟିବ । କର୍ମରେ ସଫଳତା ମିଳିବ । ସୁସ୍ୱାଦୁ ଭୋଜନ ମିଳିବ ।
ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭଖବର ପାଇ ଖୁସି ହୋଇପାରନ୍ତି । ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ ।
ସନ୍ତାନମାନେ ସୁଶୀଳ, ମନୋହର କାନ୍ତିଯୁକ୍ତ ଓ ସେବା ପରାୟଣ ହେବେ । ନିଃସର୍ଗ ସୁଖର ଅଧିକାରୀ ହେବେ । ପ୍ରଭୁତ୍ୱ ବିସ୍ତାର କରିପାରନ୍ତି । ବିଭିନ୍ନ ସୂତ୍ରରୁ ଧନାଗମ ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ବକ୍ତବ୍ୟ ଜନମାନସକୁ ସ୍ପର୍ଶ କରିପାରେ । ଶ୍ରେଷ୍ଠ ଆସନ ମିଳିବ । ସରକାରଙ୍କ କୃପାପାତ୍ର ହୋଇପାରନ୍ତି । ଦେବ, ଗୁରୁ, ଦ୍ୱିଜ ଭକ୍ତ ହେବେ । ଜଳଜ ପଦାର୍ଥରୁ ଧନ ଲାଭ ହେବ । କୃଷି କ୍ଷେତରୁ ଆୟ ଆସିବ ।
ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ବିଳାସ-ବ୍ୟସନ କରିପାରନ୍ତି । ଧନୀ ଓ ଧାର୍ମିକ ହେବେ । ପାଣ୍ଡିତ୍ୟ ଅର୍ଜନ କରିବେ । ରାଜସେବକ ଓ କୃପାକର ହେବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ ।
ତେଜୀୟାନ ହେବେ । ଜନବଲ୍ଲଭ ହୋଇପାରନ୍ତି । ପୁତ୍ର ସୁଖ ମିଳିପାରେ । ଧର୍ମ ଧ୍ୱଜାଧାରୀ ହେବେ । ଉଚ୍ଚ ସୋପାନକୁ ଆରୋହଣ କରିବେ । ଭଲ ଆୟ ସହିତ ସର୍ବ ସୁଖ ଅନୁଭବ କରିପାରନ୍ତି ।
କୀର୍ତ୍ତିମାନ୍ ହେବେ । ପରୋପକାରୀ ହେବେ । ଶାଶ୍ୱତ ସତ୍ୟର ସନ୍ଧାନ ପାଇବେ । କୃପାନିଧାନ ହୋଇପାରନ୍ତି । ବିଦ୍ୟା ଅର୍ଜନରେ ତତ୍ପରତା ପ୍ରକାଶ ପାଇବ । ଆୟ ଆଶାନୁରୂପ ହେବ । ସୁସ୍ୱାଦୁ ଭୋଜନ ମିଳିବ ।
ବ୍ୟକ୍ତିତ୍ୱର ସ୍ୱାତନ୍ତ୍ର୍ୟତା ଯୋଗୁଁ ଆଦର ମିଳିବ । ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । ଖର୍ଚ୍ଚାନ୍ତ ଯୋଗ ଅଛି । ଛଳ କଥାରେ କାର୍ଯ୍ୟ ହାସଲ କରିବେ । ଯାତ୍ରା ଶୁଭଦାୟକ ହେବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments