OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saturday 10th Oct 2020

Odia Rashiphala

Odia Rashiphala

ଉପୁଜି ଥିବା ବିବାଦର ଆଶୁ ସମାଧାନ ହେବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ରହିବ । ଶୁଭକାର୍ଯ୍ୟ କରି ଆତ୍ମ ସନ୍ତୋଷ ଲାଭ କରିପାରନ୍ତି । ଠାକୁରଙ୍କ ଦର୍ଶନ ଲାଭ କରିପାରନ୍ତି । ଅଶାନ୍ତିର ଉପଶମ ହେବ । ସରକାରୀ ଲାଭ ମିଳିବ ।
ଚିନ୍ତାଗ୍ରସ୍ତ ହୋଇପାରନ୍ତି; ଧନାଗମ ହେବାର ସୂଚନା ମିଳୁଛି । ସୁବର୍ଣ୍ଣ ସଂପଦ ମିଳିପାରେ । ଉତ୍ତମ ବସ୍ତ୍ର-ରତ୍ନ ଲାଭ ହୋଇପାରେ । ଯାନବାହନ ସୁଖ ମିଳିବ । ରାଜପ୍ରାସାଦ ଭଳି ଗୃହ ସୁଖ ଭୋଗ କରିବା ଆଶା କରାଯାଏ ।
ଭଲ ଆୟ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭ ମିଳିବ । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ଓ ନିରାମୟ ରହିବେ । ନୂଆ ବନ୍ଧୁ ଜୁଟି ପାରନ୍ତି । ଚିନ୍ତାଧାରା ସୁଦୂର ପ୍ରସାରି ହେବ ।
ଅଧିକ ବ୍ୟୟ ଯୋଗୁଁ ବିବ୍ରତ ହୋଇପାରନ୍ତି । ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି । ଶୁଭ କାର୍ଯ୍ୟ ବର୍ଜନୀୟ । ନିଜ ଅନ୍ତର୍ନିହିତ ଗୁଣ ପ୍ରକାଶ କରିବାରେ ଅକ୍ଷମ ହେବେ । ଛଳନାପୂର୍ଣ୍ଣ କଥାରେ ପରକୁ ଆପଣାର କରିବେ ।
କାର୍ଯ୍ୟକ୍ଷେତ୍ରରେ ଅଗ୍ରଗାମୀ ହେବେ । ଶୁଭ ଖବର ପାଇ ଖୁସି ହୋଇପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ସରକାରୀ ସୂତ୍ରରୁ ଲାଭ ମିଳିବାର ସୂଚନା ମିଳୁଛି ।
ରୋଜଗାର ଆଶାନୁରୂପ ହେବ । ସୁସମ୍ୱାଦ ପାଇ ଖୁସି ହେବେ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଦାନ-ଧର୍ମରେ ଦୀକ୍ଷିତ ହେବେ ।
କିଛି ସମସ୍ୟା ପାଇଁ ଅନ୍ତର୍ଦ୍ୱନ୍ଦ୍ୱ ଉପୁଜି ପାରେ । କାର୍ଯ୍ୟର ସଫଳ ରୂପାୟନ କରିବାରେ ସିଦ୍ଧହସ୍ତ ହେବେ । ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ସୁଖୀ ହେବେ ।
ବିଶ୍ରାମ ନେବାକୁ ଇଚ୍ଛା ପ୍ରକାଶ କରିପାରନ୍ତି । ସୌଭାଗ୍ୟଶାଳୀ ହେବେ । ସମ୍ମାନାସ୍ପଦ ହେବେ । ପୂଜାରେ ଧ୍ୟାନରତ ହୋଇପାରନ୍ତି । ଧନଯୁକ୍ତ ହେବେ । ସନ୍ତାନ ପ୍ରୀତି ରହିବ । ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ ।
ମନରେ ଥିବା ସନ୍ଦେହ ମୋଚନ ହୋଇପାରେ । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରୁ ସଫଳତା ମିଳିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଛି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଆନନ୍ଦ ଉପଭୋଗ କରିବେ ।
ସୁଯୋଗର ଉପଯୋଗ କରିପାରନ୍ତି । ବନ୍ଧୁ ସହାୟତା ମିଳିବ । ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭ ଖବର ପାଇ ଆତ୍ମା ଶାନ୍ତି ହେବ । ଦିନଟି ଶୁଭଙ୍କର ହେବ । ଋଣପରିଶୋଧ କରିପାରନ୍ତି ।
ଶାସ୍ତ୍ରାଦି ଅଧ୍ୟୟନରେ ମନୋନିବେଶ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁସମ୍ୱାଦ ପାଇ ଖୁସି ହେବେ । ପାରିବାରିକ ଜୀବନ ସୁଖପ୍ରଦ ହେବ । ସରକାରୀ ଅର୍ଥ ମିଳିପାରେ । ସନ୍ତାନ ସୁଖ ମିଳିପାରେ ।
ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ପରିଶ୍ରମ ଅତ୍ୟଧିକ ହେଲେ ବି ତା’ର ମୂଲ୍ୟ ମିଳିବ । ଉତ୍ତମା ରମଣୀଯୁକ୍ତ ହେବେ । ଧନବାନ୍ ହେବେ । ଉତ୍ତମ ବଂଶରୁ କନ୍ୟା ଆଣିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2020

Comments

comments