![]() |
ଗୁପ୍ତଧନର ସନ୍ଧାନ ମିଳି ଯିବ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ । ଯଶସ୍ୱୀ ହୋଇପାରନ୍ତି । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହେବେ । ସରକାରୀ ଅର୍ଥ ମିଳିବ । |
![]() |
ଭ୍ରାତୃ ବିବାଦର ସମ୍ମୁଖୀନ ହୋଇପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିବେ । କୁଳ ଉଜ୍ଜ୍ୱଳକାରୀ ହେବେ । ମନରେ ପ୍ରସନ୍ନତା ଭାବ ଦେଖା ଦେବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । |
![]() |
ଅତ୍ୟଧିକ ପରିଶ୍ରମ ଯୋଗୁଁ ବିଶ୍ରାମ ନେଇ ପାରନ୍ତି । ଭାଗ୍ୟଶାଳୀ ହେବେ । ଭୋଗ ବିଳାସରେ ଦିନଟି ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ୍, ସାହସୀ ହେବେ । |
![]() |
ବ୍ୟବସାୟ ଜନିତ ଲାଭରେ ବାଧା ଉପୁଜି ପାରେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ । ଜଳଯାତ୍ରା ମନା । |
![]() |
ପତ୍ନୀଙ୍କ ଯୋଗଁ ଧନଲାଭ କରିପାରନ୍ତି । ବିଭିନ୍ନ ସ୍ତରରୁ ସହଯୋଗ ମିଳିବ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବୀ ହୋଇପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବା ଆଶା କରାଯାଏ । ପତ୍ନୀଙ୍କ ଇଙ୍ଗିତରେ ଚଳିଲେ ସୁଖୀ ହେବେ । |
![]() |
ଗୃହରେ ବୁଝାମଣା ସୃଷ୍ଟି ହେବ । ବେଳେ ବେଳେ ନିଜକୁ ଅସହାୟ ମନେ କରିପାରନ୍ତି । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ବଳିଷ୍ଠ ହେବେ । ଶତ୍ରୁ ବିନାଶ କରି ଯଶ ବାନା ଉଡ଼ାଇ ପାରନ୍ତି । |
![]() |
ପାଇଥିବା ଦ୍ରବ୍ୟ ପୁଣି ହଜାଇ ଦେଇପାରନ୍ତି । ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ହଠାତ୍ କିଛି ଅର୍ଥ ମିଳିପାରେ । ବ୍ୟବସାୟରେ ପ୍ରଚୁର ଧନ ଲାଭ ହେବ । ଧାର୍ମିକ, ତେଜସ୍ୱୀ ଓ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । |
![]() |
ଲୋଭଗ୍ରସ୍ତ ହେଲେ ଅସୁବିଧାରେ ପଡ଼ିବେ। ଶତ୍ରୁ ବୃଦ୍ଧି ହେବାର ସମ୍ଭାବନା ଅଛି । ଉଦାର ସ୍ୱଭାବର ହୋଇପାରନ୍ତି । ଦାନଶୀଳ ହେବେ । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ । କୃଷି ଉପରେ ଧ୍ୟାନ ଦେବେ । ବୁଦ୍ଧିମାନ ହେବେ । |
![]() |
ଆଶା ଫଳବତୀ ହେବ । କାର୍ଯ୍ୟରେ ସଫଳତା ଲାଭ କରିବ । ମନ ପ୍ରସନ୍ନ ରହିବ । ଆସ୍ତିକ ହେବେ । ମଧୁରଭାଷୀ ହୋଇପାରନ୍ତି । ମେଳାପୀ ପ୍ରକୃତିର ହେବେ । ପ୍ରେମୀ ଓ ସାହସୀ ହେବେ । ସାନଭାଇମାନଙ୍କ ଠାରୁ ଆଦର ସମ୍ମାନ ମିଳିବ । ବିଦ୍ୱାନ୍ ହେବେ । |
![]() |
କାର୍ଯ୍ୟକ୍ଷେତ୍ରରେ ଆଂଶିକ ସଫଳତା ମିଳିପାରେ । ଆଶାବାଦୀ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ସ୍ତ୍ରୀ ବିଳାସୀ ହେବେ । ମିତ୍ର ସୁଖ ମିଳିବ । |
![]() |
କୌଣସି ଦ୍ରବ୍ୟ ଅପହୃତ ହୋଇପାରେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନ ମିଳିବ । ଆୟ ଆଶାନୁରୂପ ହେବ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ଯୁଦ୍ଧ ବା ମୋକଦ୍ଦମାରେ ବିଜୟୀ ହେବା ସହିତ ଧନଲାଭ ହେବାର ସୂଚନା ମିଳୁଛି । |
![]() |
ପାରିବାରିକ ଅଶାନ୍ତି ଦେଖା ଦେଇପାରେ । ଆଳସ୍ୟ ପରାୟଣ ହୋଇପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ । ଚଞ୍ଚଳ ସ୍ୱଭାବର ହେବେ । ମଧୁର ବଚନ କହି ପରକୁ ଆପଣାର କରିପାରନ୍ତି । ସାହସୀ ଓ ଜ୍ଞାନୀ ହେବେ । |