OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Monday 9th March 2020

Odia Rashiphala

Odia Rashiphala

ଯାତ୍ରା ଶୁଭପ୍ରଦ ହେବ । ପଢ଼ାଲେଖା ପ୍ରତି ଆକର୍ଷିତ ହୋଇପାରନ୍ତି । ବିଭିନ୍ନ ଶାସ୍ତ୍ର ଓ ଉପାଦେୟ ପୁସ୍ତକ ପଠନରେ ସମୟ ଅତିବାହିତ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁସମ୍ୱାଦ ପାଇ ଖୁସି ହେବେ । ଦାମ୍ପତ୍ୟ ସୁଖ ମିଳିବ ।
ବ୍ୟବସାୟ ଲାଭଜନକ ହେବ । ଅଧିକ ପରିଶ୍ରମର ସମ୍ମୁଖୀନ ହେଲେ ବି ତା’ର ମୂଲ୍ୟ ମିଳିବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ଧର୍ମପ୍ରିୟ ହେବେ । ପାଣ୍ଡିତ୍ୟର ପରିପ୍ରକାଶ ଘଟିବ । ଶିଳ୍ପ ପାରଦର୍ଶୀ ହେବେ । ଚଞ୍ଚଳମନା ହେବେ ।
ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଦେବଦର୍ଶନର ସୁଯୋଗ ଅଛି । ଅଶାନ୍ତିର ମାତ୍ରା କମିବ । ସରକାରୀ ସ୍ତରରୁ ଲାଭ ମିଳିବ । ନୃତ୍ୟ-ସଙ୍ଗୀତପ୍ରିୟ ହୋଇପାରନ୍ତି । ସତ୍‌କର୍ମରେ ନିୟୋଜିତ ହେବେ । ଧାର୍ମିକ ହେବେ ।
ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ମିଳିବ । ଆକସ୍ମିକ ସମସ୍ୟା ଯୋଗୁଁ ମନ ବିଷାଦିତ ହୋଇପାରେ । ବିଭିନ୍ନ ଦିଗରୁ ଧନାଗମର ସୁଯୋଗ ସୃଷ୍ଟି ହୋଇଛି । ତ୍ୟାଗୀ ଓ ନୀତିନିଷ୍ଠ ହେବେ । ଚଞ୍ଚଳମନା ହୋଇପାରନ୍ତି । କୀର୍ତ୍ତିମାନ୍ ହେବେ । ଅତିସୁଖୀ ହୋଇପାରନ୍ତି ।
ଜନହୀତକର କାର୍ଯ୍ୟ କରି ଆଶୀର୍ବାଦ ପ୍ରାପ୍ତ ହେବେ । ଶ୍ରୀଚନ୍ଦ୍ର ଭୋଗ ହେତୁ ଉତ୍ତମ ଭୋଜନ ମିଳିବ । ଆୟରୋଜଗାର ଆଶାନୁରୂପ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ସୁଖୀ ହେବେ ।
ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ହେବା ଭଲ । ବନ୍ଧୁବର୍ଗ କରଛଡ଼ା ଦେଇପାରନ୍ତି । ସରଳ ସ୍ନେହବୋଳା କଥାରେ ପରକୁ ଆପଣାର କରିପାରନ୍ତି ।
ବହୁ ଶୁଭଯୋଗ ଅଛି । ଆୟବୃଦ୍ଧିର ସୂଚନା ମିଳୁଛି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରି ଆତ୍ମତୃପ୍ତି ଲାଭ କରିବେ । ସରକାରଙ୍କ କୃପାପାତ୍ର ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଚଳଚଞ୍ଚଳ ରହିବେ ।
ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି । ସୁଖ-ସମ୍ମାନ ଲାଭ କରିବେ । ଶୁଭ ଖବର ପାଇ ଖୁସି ହେବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି ।
କାର୍ଯ୍ୟରେ ସଫଳତା ଲାଭ କରିବେ । ପରୋପକାରୀ ହେବେ । ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଆଧ୍ୟାତ୍ମିକ କାର୍ଯ୍ୟରେ ନିଜକୁ ହଜାଇ ଦେଇ ପାରନ୍ତି । ସାତ୍ତ୍ୱିକ ସନ୍ତୋଷ ମିଳିବ ।
ଶ୍ରେଷ୍ଠ ପଦ-ପଦବୀରେ ମଣ୍ଡିତ ହୋଇପାରନ୍ତି । ଆଧିପତ୍ୟ ବିସ୍ତାର କରିବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । କୃପଣ ସ୍ୱଭାବର ହେବେ । ଅର୍ଥନୀତିରେ ମାନ୍ଦାଭାବ ସୃଷ୍ଟି ହୋଇପାରେ । ଅଯଥା ପାରିବାରିକ ବିବାଦ ବଢ଼ିବ ।
ବନ୍ଧୁ ମିଳନ ଘଟିପାରେ । ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଆନନ୍ଦ ଉପଭୋଗ କରିବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ ।
ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ୱାଦ ପାଇ ଉତ୍‌ଫୁଲ୍ଲିତ ହେବେ । ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ ପାଇଁ ଆଗ୍ରହୀ ହେବେ । ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments