OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Monday 8th Nov 2021

Odia Rashiphala

Odia Rashiphala

ଅଭୀଷ୍ଟ ପୂରଣ କରିବାରେ ପାରଙ୍ଗମ ହେବେ । ନିଜ ବନ୍ଧୁ, ପୁତ୍ର ଓ ପ୍ରାଣପ୍ରିୟାଙ୍କ ପ୍ରତି ଅନୁରକ୍ତି ରହିବ । କ୍ଷମତାସୀନ ହେବେ । ବିବାଦରେ ବିଜୟୀ ହେବେ । କାର୍ଯ୍ୟରେ ସଫଳତା ମିଳିବ । ସୁସ୍ଥ ଓ ନିରାମୟ ରହିବେ ।
ବିଭିନ୍ନ ସୂତ୍ରରୁ ଅର୍ଥ ଉପାର୍ଜନ କରିପାରନ୍ତି । ବହୁ ମିତ୍ରଙ୍କ ସହାୟତାରେ ଶତ୍ରୁ ଉପରେ ବିଜୟ ହାସଲ କରିପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ଈଶ୍ୱର ବିଶ୍ୱାସୀ, ଶାସ୍ତ୍ରଜ୍ଞ ଓ ପରୋପକାରୀ ହେବେ ।
ମନ ପ୍ରସନ୍ନ ରହିବ । ଉତ୍ତମ ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ । ବ୍ୟବସାୟାଦି ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ସୁଖୀ ହେବେ । ଶୁଭକାର୍ଯ୍ୟ ସମ୍ପାଦନ କରିବେ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ ।
ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରପାଇବେ । ସୁସମ୍ୱାଦ ପାଇ ଖୁସି ହେବେ । ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ କରିପାରନ୍ତି । ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ବୁଦ୍ଧିପ୍ରୟୋଗ କରି ନିଧି ପ୍ରାପ୍ତ ହେବେ । ଚିତ୍ତ ସନ୍ତୁଷ୍ଟ ହେବ । ବହୁ ସୁଖର ଅଧିକାରୀ ହେବେ । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହୋଇପାରନ୍ତି । ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥ ମିଳିବ । ଅଧ୍ୟୟନରତ ହେବେ ।
ମିତ୍ର, ଆତ୍ମଜଙ୍କ ସମେତ ନିଜେ ବହୁ ସୁଖର ଅଧିକାରୀ ହେବେ । କୁଳ ପ୍ରଧାନ ହୋଇପାରନ୍ତି । ବିନୀତ ସ୍ୱଭାବ ସମ୍ପନ୍ନ ହେବେ । ସେବା କ୍ଷେତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପତ୍ନୀଙ୍କ ସହାୟତାରେ ସୁଖଭୋଗ କରିପାରନ୍ତି ।
କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବୃଦ୍ଧି ହେବ । ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ । ଶୁଭକାର୍ଯ୍ୟ ପାଇଁ ବିଭିନ୍ନ ସ୍ତରରୁ ସହାୟତା ମିଳିବ । ଦେବ ଦର୍ଶନର ସୁଯୋଗ ଅଛି । ଅଶାନ୍ତି ଦୂର ହେବ । ସରକାରୀ ସ୍ତରରୁ ଲାଭ ମିଳିବ ।
ନିଜ ଅର୍ଜିତ ଧନ ଭୋଗ କରି ଆତ୍ମସନ୍ତୋଷ ଲାଭ କରିବେ । ଶ୍ରେଷ୍ଠ ଆସନରେ ଆସୀନ ହୋଇପାରନ୍ତି । ବହୁ ବ୍ୟକ୍ତିଙ୍କ ସହିତ ମିତ୍ରତା ସ୍ଥାପନ କରି ବିଶେଷ ଉପକୃତ ହେବେ । ସ୍ୱୟଂସିଦ୍ଧ ହେବେ ।
ଶ୍ରୀ ଚନ୍ଦ୍ର ଭୋଗ ହେତୁ ଆୟ ଆଶାନୁରୂପ ହେବ । ନାନା ବିଭବରେ ମଣ୍ଡିତ ହୋଇପାରନ୍ତି । କର୍ମକୁ ଧର୍ମ ଜ୍ଞାନ କରି କାର୍ଯ୍ୟକରି ଚାଲିବେ । ଜନବଲ୍ଲଭ ହୋଇପାରନ୍ତି । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ ।
କାର୍ଯ୍ୟରେ ବାଧା ଉପୁଜି ପାରେ । ମିତ୍ରମାନେ କରଛଡ଼ା ଦେଇପାରନ୍ତି । ବ୍ୟୟ ପରିମାଣ ବୃଦ୍ଧି ପାଇପାରେ । ବନୟି ଭାବ ପ୍ରଦର୍ଶନ କରି କାର୍ଯ୍ୟ ହାସଲ କରିପାରନ୍ତି । କାର୍ଯ୍ୟକଳାପ ଧର୍ମମୟ ହେବ ।
ଆୟ ସୁଗମ ହେବ । ବିଜ୍ଞ ବ୍ୟକ୍ତିଭାବେ ନିଜର ପରଚୟ ସୃଷ୍ଟି କରିବେ । ସନ୍ମାର୍ଗୀ ହେବେ । ସୁବକ୍ତା ହେବେ । ବ୍ୟବହାରରେ ନମ୍ରତା ଓ ଶାଳୀନତା ଆପଣଙ୍କୁ ମହାନ୍ କରି ଗଢି ତୋଳିବ । ବିଭାଗୀୟ ଅର୍ଥପ୍ରାପ୍ତିର ସୂଚନା ମିଳୁଛି ।
କର୍ତ୍ତବ୍ୟନିଷ୍ଠ ହେବେ । ରାଜପୂଜା ମିଳିବ । କୃଷି ଉପରେ ପ୍ରାଧାନ୍ୟ ଦେବେ । କର୍ମକ୍ଷେତ୍ରରେ ନିଜର ମହିମା ପ୍ରକାଶ କରିବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । ଶୁଭକାର୍ଯ୍ୟ କରଣୀୟ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments