OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Monday 7th Sep 2020

Odia Rashiphala

Odia Rashiphala

ଯାତ୍ରା ଶୁଭଦାୟକ ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଚିନ୍ତାଧାରା ଉନ୍ନତମାନର ହେବ । ନୂଆ ବନ୍ଧୁ ଜୁଟିବେ । ଘାତଚନ୍ଦ୍ର ଯୋଗୁଁ ସତର୍କ ହେବେ ।
ଯାତ୍ରା ସ୍ଥଗିତ ରଖିବା ଆପଣଙ୍କ ପାଇଁ ଭଲ ହେବ । ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି । ପର ଧନରେ ଧନୀ ହୋଇପାରନ୍ତି । ସଙ୍ଗଠନ ଦୃଢ଼ କରିବା ପାଇଁ ଖର୍ଚ୍ଚାନ୍ତ ହେବେ । କର୍ମଚଞ୍ଚଳ ରହିବେ ।
ଆୟ ବୃଦ୍ଧିର ସୂଚନା ମିଳୁଛି । ଶୁଭ ଖବର ପାଇ ଖୁସି ହୋଇପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ପ୍ରିୟ ଭାଷୀ ହେବେ ।
କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ସୁସମ୍ୱାଦ ପାଇ ଖୁସି ହେବେ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ବିବାଦରେ ବିଜୟୀ ହେବେ ।
କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ଅଧିକ କ୍ଷମତା ହାତକୁ ଆସିବ, ତା’ର ସଦ୍‌ବ୍ୟବହାର କରି ସୁନାମ ଅର୍ଜନ କରିପାରନ୍ତି । କୃତୀ ପ୍ରତିଯୋଗୀ ଭାବେ ସମ୍ମାନିତ ହେବେ । ପୁତ୍ର ସୁଖ ମିଳିବ । ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ ।
କାର୍ଯ୍ୟ ଉତ୍ସାହପ୍ରଦ ହେବ । ମାନସିକ ସ୍ତରରେ ଦୁର୍ବଳତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟରୁ ସ୍ୱଳ୍ପ ଆୟର ସୂଚନା ମିଳୁଛି । ନୃତ୍ୟସଙ୍ଗୀତପ୍ରିୟ ହେବେ । ଅଷ୍ଟମଚନ୍ଦ୍ର ଯୋଗୁଁ ଜଳଯାତ୍ରା ନିଷେଧ ।
ବନ୍ଧୁ ସହାୟତା ପାଇ ଖୁସି ହୋଇପାରନ୍ତି । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ରୁଚିକର ଖାଦ୍ୟରେ ଆପ୍ୟାୟିତ ହେବେ । ଆନନ୍ଦ ଉପଭୋଗ କରିପାରନ୍ତି ।
ଆଘାତପ୍ରାପ୍ତ ହେଲେ ବି; ରଣାଙ୍ଗନରେ ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭଖବର ପାଇ ଉତ୍‌ଫୁଲ୍ଲିତ ହେବେ । ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ । ଅଭିଷେକ ଆଦି ଶୁଭକାର୍ଯ୍ୟ କରିପାରନ୍ତି । ଋଣ ପରିଶୋଧ କରିବେ ।
କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି । ଅଧ୍ୟୟନରତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଶୁଭଖବର ମିଳିବାରୁ ମନ ପ୍ରଫୁଲ୍ଲ ରହିବ । ରାଜପୂଜା ମିଳିବ । ଧର୍ମାସକ୍ତ ହେବେ । ମତିମାନ୍ ହୋଇପାରନ୍ତି । ପୁତ୍ର, ମିତ୍ର ହେତୁ ସୁଖଭୋଗୀ ହେବେ ।
କାର୍ଯ୍ୟ ମଙ୍ଗଳକାରକ ହେବ । ଶ୍ରମ ସାର୍ଥକ ହେବ । କେତେକ କ୍ଷେତ୍ରରେ ଭୁଲ୍ ବୁଝାମଣା ଘଟିପାରେ । ବହୁଧନର ଅଧିକାରୀ ହୋଇପାରନ୍ତି । କେତେକ କ୍ଷେତ୍ରରେ ଚେଷ୍ଟା ଫଳପ୍ରସୂ ନ ହୋଇ ପାରେ । ଉତ୍ତମ ବଂଶରୁ କନ୍ୟା ଆଣିବେ ।
ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ ପାଇଁ ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି । ଭଗବତ୍ ଚିନ୍ତାରେ ନିମଗ୍ନ ହୋଇପାରନ୍ତି । ଦେବ ଦର୍ଶନ ସୌଭାଗ୍ୟ ଅଛି । ଅଶାନ୍ତିର ମାତ୍ରା ହ୍ରାସ ହେବ । ସରକାରୀ ସ୍ତରରୁ ଲାଭ ମିଳିବ ।
ପରିଶ୍ରମର ମୂଲ୍ୟ ମିଳିବ । ବିଭିନ୍ନ ଦିଗରୁ ଧନାଗମ ହେବ । ନୀତିନିଷ୍ଠ ହେବେ । କୃଷିକର୍ମରେ ନିଜର ଦକ୍ଷତା ପ୍ରତିପାଦନ କରିପାରନ୍ତି । ପତ୍ନୀଙ୍କ ମନବାଞ୍ଛା ପୂରଣ କରିପାରନ୍ତି । ବିନୟ ଭାବ ପ୍ରଦର୍ଶନ କରି ଲୋକଙ୍କ ଆଦରଣୀୟ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments