OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Monday 7th June 2021

Odia Rashiphala

Odia Rashiphala

ଶ୍ରୀ ଚନ୍ଦ୍ର ଭୋଗ ହେତୁ ରୋଜଗାର ବୃଦ୍ଧି ପାଇବ । ଷଟ୍ ଐଶ୍ୱର୍ଯ୍ୟଶାଳୀ ହୋଇପାରନ୍ତି । ମାଲି-ମୋକଦ୍ଦମାରେ ବିଜୟୀ ହେବେ । ଧନଲାଭ ହେବ । ନୂଆ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ । ସୁସ୍ଥ ଓ ନିରାମୟ ରହିବେ ।
କର୍ମ ଚଞ୍ଚଳ ରହିବେ । ଧର୍ମକାର୍ଯ୍ୟରେ ଧନବ୍ୟୟ କରି ପାରନ୍ତି । ଥଣ୍ଡାକଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି । ଗୁପ୍ତ ବିଦ୍ୟାରେ ରୁଚି ରହିବ । ମଧୁର କଥାରେ ପରକୁ ଆପଣାର କରିବେ । ଏକାନ୍ତ ପ୍ରିୟ ହେବେ ।
ଆୟ ଆଶାନୁରୂପ ହେବ । ସୁସ୍ଥ ରହିବେ । ଯଶ୍ୱସୀ ହେବେ । ଲୋକପ୍ରିୟତା ଅର୍ଜନ କରି ପାରନ୍ତି । କର୍ମଚଞ୍ଚଳ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ରାଜକୋଷ ଅର୍ଥ ପ୍ରାପ୍ତ ହୋଇପାରନ୍ତି । ଜ୍ୟୋତିଷ ବିଦ୍ୟାରେ ଆଗ୍ରହୀ ହେବେ ।
କର୍ମ ତତ୍ପରତା ପ୍ରକାଶ ପାଇବ । କୁଳ ଉଜ୍ଜ୍ୱଳକାରୀ ହେବେ । ମନପ୍ରସନ୍ନ ରହିବ । ଶରୀର ସୁସ୍ଥ ରହିବ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶ୍ୱସୀ ହେବେ । ପରିବାର ପ୍ରତି ସ୍ନେହ ସଦିଚ୍ଛାଭାବ ରହିବ ।
ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ଭୋଗ-ବିଳାସରେ ସମୟ ଅତିବାହିତ କରିବେ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି । ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ୍ ହେବେ । ଦାମ୍ପତ୍ୟ ସୁଖ ମିଳିବ ।
ଝୁଣ୍ଟିପଡ଼ି ପଦାଙ୍ଗୁଳିରେ କଷ୍ଟ ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ସହଯୋଗୀ ବ୍ୟବସାୟରୁ ଲାଭ ଉଠାଇପାରନ୍ତି । ମିତ୍ରମାନଙ୍କ ସହଯୋଗ ଊଣା ହୋଇପାରେ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ ।
ବନ୍ଧୁମିଳନରେ ଆନନ୍ଦ ଅନୁଭବ କରିବେ । ବ୍ୟବସାୟରେ ପ୍ରଚୁର ଧନ ଲାଭ ହେବ । ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି । ନିଜର ସୁକର୍ମ ପାଇଁ ଗର୍ବ ଅନୁଭବ କରିବେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ପରାମର୍ଶରେ ଚଳିବେ ।
ଶତ୍ରୁର ଆହ୍ୱାନରେ କ୍ରୋଧିତ ହୋଇପାରନ୍ତି । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ । ଅମୋଘ ଶକ୍ତିଯୁକ୍ତ ହେବେ । ଶତ୍ରୁ ହନ୍ତା ହୋଇପାରନ୍ତି । ଚାକିରି କ୍ଷେତ୍ରରେ ଚମତ୍କାରିତା ଲାଭ ପ୍ରାପ୍ତ କରିବେ ।
କର୍ମଚଞ୍ଚଳ ରହିବେ । କନ୍ୟା ସନ୍ତାନ ପାଇଁ ସମ୍ମାନ ବୃଦ୍ଧି ହେବ । ହଠାତ୍ କିଛି ଧନପ୍ରାପ୍ତିର ସୂଚନା ମିଳୁଛି । ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ । ବ୍ୟବସାୟ ଭଲରେ ଚାଲିବ ।
ଉଦାର ମନୋଭାବ ଗ୍ରହଣ କରି କଳହଠାରୁ ଦୂରେଇ ରହିବେ । ଦାନଶୀଳ ହୋଇ ପାରନ୍ତି । ବ୍ୟକ୍ତିତ୍ୱର ବିକାଶ ଘଟାଇ ପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । କୃଷିରୁ ଲାଭ ମିଳିପାରେ । ପ୍ରେମୀ ଓ ବୁଦ୍ଧିମାନ ହେବେ ।
ଉଚ୍ଚ ସମ୍ମାନ ଲାଭ କରିବେ । ମନ ପ୍ରସନ୍ନ ରହିବ । ଆତ୍ମବିଶ୍ୱାସୀ ହୋଇପାରନ୍ତି । ପ୍ରେମୀ ଓ ସାହସୀ ହେବେ । ସାନଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ । ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ୱାନ ବ୍ୟକ୍ତିର ପରିଚାୟକ ହେବେ ।
ଆଦର ଅଭ୍ୟର୍ଥନା ମିଳିପାରେ । ଭାଗ୍ୟଶାଳୀ ହେବେ । ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମିତ୍ରମାନଙ୍କ ସହାୟତା ମିଳିବ । ବ୍ୟବସାୟରୁ ଧନବାନ୍ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments