![]() |
ଅଧ୍ୟାପନା ପାଇଁ ଅଧ୍ୟୟନରେ ମନୋନିବେଶ କରିବାକୁ ପଡ଼ିବ । ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି । |
ପରିଶ୍ରମ ଅତ୍ୟଧିକ ହେଲେ ବି ତା’ର ମୂଲ୍ୟ ମିଳିବ । କୃଷି କ୍ଷେତରୁ ଭଲ ଆୟ କରିପାରନ୍ତି । ଯାନବାହନ ସୁଖ ମିଳିବ । ବାସ ଗୃହକୁ ବିଶୋଧନ କରିପାରନ୍ତି । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ । ଜନକଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । | |
ସଞ୍ଚୟାଭିମୁଖୀ ହେବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତ ଦେଖାଦେବ । ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଭଗବତ ଉପାସକ ହେବେ । ଠାକୁରଙ୍କୁ ଦର୍ଶନ ଲାଭ କରିବାର ସୂଚନା ମିଳୁଛି । ଅଶାନ୍ତି ବୃଦ୍ଧି ନ ହୋଇ ବରଂ ସନ୍ତୋଷ ଲାଭ ହେବ । | |
ତ୍ୟାଗଶୀଳ ହୋଇପାରନ୍ତି । ନୀତିନିଷ୍ଠ ଭାବେ ଅଗ୍ରପୂଜ୍ୟ ହେବା ଆଶା କରାଯାଏ । ବିବିଧ ଧନଯୁକ୍ତ ହୋଇପାରନ୍ତି । ଚଞ୍ଚଳମନା ହେବେ । ଅତିସୁଖୀ ଓ କୀର୍ତ୍ତିମାନ୍ ହେବେ । ସହିଷ୍ଣୁ ହୋଇପାରନ୍ତି । ଭାଗ୍ୟର ପରିବର୍ତ୍ତନ ଘଟିପାରେ । | |
ରୋଜଗାର ଊଣା ହେବ ନାହିଁ । ବନ୍ଧୁଙ୍କ ସହାୟତା ପାଇ ସରକାରୀ ସ୍ତରରୁ ଲାଭ ଉଠାଇପାରନ୍ତି ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ରହିବେ । ନୂଆ ବନ୍ଧୁ ଜୁଟିବେ । ଚିନ୍ତାଧାରା ସଦୂର ପ୍ରସାରୀ ହେବ । | |
ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ଭଲ । କର୍ମଚଞ୍ଚଳ ରହିବେ । ମିତ୍ରମାନେ ସାହାଯ୍ୟ ପରିବର୍ତ୍ତେ କରଛଡ଼ା ଦେଇପାରନ୍ତି । ଚକ୍ଷୁରେ ସାମୟିକ ଭାବେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ବଚନ ମଧୁର ହେବ । ଅଜାତଶତ୍ରୁ ହେବେ । | |
ସୁସମ୍ୱାଦ ପାଇ ଉତ୍ଫୁଲ୍ଲିତ ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଯେ କୌଣସି କାର୍ଯ୍ୟ କଲେ ସଫଳତା ମିଳିବ । | |
କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି । ଶୁଭ ଖବର ପାଇ ପାରନ୍ତି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତ ଦେଖା ଦେବ । ଶୁଭକାର୍ଯ୍ୟ ପାଇଁ ସମୟ ପ୍ରଶସ୍ତ ରହିଛି । ବିବାଦୀୟ ପ୍ରତିଯୋଗିତାରେ ବିଜୟୀ ହେବେ । କୀର୍ତ୍ତିମାନ୍ ହୋଇପାରନ୍ତି । | |
କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ଅଧିକ କ୍ଷମତା ପାଇ ତା’ର ସଦ୍ବ୍ୟବହାର କରିବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଦୟାଳୁ ସ୍ୱଭାବର ହେବେ । ଶାନ୍ତି ମିଳିବ । | |
ନୃତ୍ୟ, ସଙ୍ଗୀତପ୍ରିୟ ହୋଇପାରନ୍ତି । ସତ୍କର୍ମରେ ନିୟୋଜିତ ହେବେ । ଧର୍ମମାର୍ଗରେ ମନୋନିବେଶ କରିପାରନ୍ତି । ସୁଭାଷୀ ଓ ଉତ୍ତମ ବିଦ୍ୟାଯୁକ୍ତ ହେବେ । ଯଶସ୍ୱୀ ହୋଇପାରନ୍ତି । ଅଷ୍ଟମ ଚନ୍ଦ୍ର ହେତୁ ସତର୍କରେ ଚଳିବେ । | |
ସୁଖକର ଘଟଣା ଘଟିବ । କର୍ମକ୍ଷେତ୍ରରୁ ସଫଲତା ମିଳିବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ରୁଚିକର ଭୋଜନ ମିଳିପାରେ । ଆନନ୍ଦ ଉପଭୋଗ କରିପାରନ୍ତି । ଅବିବାହିତଙ୍କର ମନୋରମା କନ୍ୟା ସହ ବିବାହ ସ୍ଥିର ହେବ । | |
ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଶତ୍ରୁକୁପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭଖବର ମିଳିପାରେ । ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଋଣ ପରିଶୋଧ କରିବେ । |
Odia Calendar 2021
Comments
comments