![]() |
ଅଶ୍ୱିନୀ ଓ କୃର୍ତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତି ବ୍ୟବସାୟରେ ଲାଭବାନ୍ ହୋଇପାରନ୍ତି । ଆଶାବାଦୀ ହେବେ ।ହାତେ ମାପି ଚାଖଣ୍ଡେ ଚାଲିବାକୁ ପଡ଼ିବ । ଶିଳ୍ପୋଦ୍ୟୋଗୀ ହେବେ ।ଚଞ୍ଚଳ ଚେଷ୍ଟିତ ହେବେ । ଦ୍ୱିଜା ନକ୍ଷତ୍ର ଜାତ ବ୍ୟକ୍ତି ସାମାନ୍ୟ ଶୁଭଫଳ ମିଳିବ । |
ମୃଗଶିରା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ପାରିବାରିକ ସୁଖ ବୃଦ୍ଧି ହେବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହେବ । ମିଷ୍ଟାନ୍ନ ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ଓ ନିରାମୟ ରହିବେ । ରୋହିଣୀ ନକ୍ଷତ୍ରର ସାମାନ୍ୟ ଶୁଭ । | |
ମୃଗଶିରା ଓ ଆର୍ଦ୍ରା ନକ୍ଷତ୍ର ଜାତ ବ୍ୟକ୍ତି କାର୍ଯ୍ୟ ଶେଷ କରିବା ପାଇଁ ଉପାୟ ଚିନ୍ତା କରିବେ । ବ୍ୟୟ ବୃଦ୍ଧି ସମାନ୍ତରାଳରେ ଗତି କରିବ । ଭାଗ୍ୟବାନ୍ ହେବେ । ପୁନର୍ବସ ନକ୍ଷତ୍ର ଜାତ ବ୍ୟକ୍ତି ସ୍ୱଳ୍ପ ସୁଖ ଆଶା କରାଯାଏ । | |
ପୁଷ୍ୟା ନକ୍ଷତ୍ର ଜାତ ବ୍ୟକ୍ତି ଚିନ୍ତାଧାରା ଉନ୍ନତମାନର ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ । ସମୃଦ୍ଧି ପଥରେ ଆଗକୁ ବଢ଼ିବେ । ବହୁ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ । ପୁନର୍ବସୁ ଅଶ୍ଳେଷା ନକ୍ଷତ୍ରର ସାମାନ୍ୟ ଶୁଭ । | |
ମଘା ଓ ଉତ୍ତରା ଫାଲ୍ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତି ବନ୍ଧୁବର୍ଗଙ୍କ ଦ୍ୱାରା ସମ୍ମାନିତ ହେବେ । ସୁଖ ସମ୍ମାନ ଲାଭ କରିପାରନ୍ତି । ସ୍ଥିତି ଶିଭଙ୍କର ହେବ । ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ପୂର୍ବା ଫାଲ୍ଗୁନୀ ଜାତ ବ୍ୟକ୍ତି ଅଳ୍ପ ସୁଖ ମିଳିବ । | |
ଉତ୍ତରା ଫାଲ୍ଗୁନୀ ଓ ଚିତ୍ରା ନକ୍ଷତ୍ର ଜାତବ୍ୟକ୍ତି ଆଶାବାଦୀ ହୋଇପାରନ୍ତି । ବିନୟ ସ୍ୱଭାବର ହେବେ ।ମହାନ୍ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ ।ପ୍ରବଳ ପ୍ରତାପୀ ହୋଇପାରନ୍ତି । ସତ୍ପଥଗାମୀ ହେବେ ।ହସ୍ତା ନକ୍ଷତ୍ର ଜାତବ୍ୟକ୍ତିର ସମାନ୍ୟ ଶୁଭ । | |
ସ୍ୱାତୀ ଓ ଚିତ୍ରା ନକ୍ଷତ୍ର ଜାତବ୍ୟକ୍ତି ବହୁଧନ, ପୁତ୍ର ଓ ଉତ୍ତମ ବଂଶରୁ କନ୍ୟା ଆଣି ପାରନ୍ତି । ସୁଖୀ ହେବେ । ହାସ୍ୟ ସୁଖ, ବିଶୁଦ୍ଧ ଭାଷୀ ହେବେ । ବିଶାଖା ନକ୍ଷତ୍ର ଜାତବ୍ୟକ୍ତି ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । | |
ଅନୁରାଧା ନକ୍ଷତ୍ର ଜାତବ୍ୟକ୍ତି ପଦୋନ୍ନତ ପାଇବା ପାଇଁ ଚେଷ୍ଟା କରିବେ । ବନ୍ଧୁ ସୁଖ ମିଳିପାରେ । ଶାସ୍ତ୍ରପଟୁ ହୋଇପାରନ୍ତି । ସୁବର୍ଣ୍ଣ ପଦାର୍ଥ ଲାଭ ହୋଇପାରେ । ଦାତା,ଭୋକ୍ତା , ଗୁଣବାନ୍ , ଧନୀ ଓ ମାନୀ ହୋଇପାରନ୍ତି । ବିଶାଖା ନକ୍ଷତ୍ରର ସାମାନ୍ୟ ଶୁଭ । | |
ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତି ଚାକିରି କ୍ଷେତ୍ରରେ ଆଶାଫଳବତୀ ହେବ । ଶତ୍ରୁ ଆପଣା ଛାଏଁ ପଛଘୁଞ୍ଚା ଦେଇ ପାରନ୍ତି । ପାରିବାରିକ କ୍ଷେତ୍ରରେ ଆନନ୍ଦ ଅନୁଭବ କରିପାରନ୍ତି । କର୍ମକ୍ଷେତ୍ରରେ ସଫଳତା ମିଳିବ । ପୂର୍ବାଷାଢ଼ା ନକ୍ଷତ୍ରର ସାମାନ୍ୟ ଶୁଭ । | |
ଉତ୍ତରାଷାଢ଼ା ଓ ଧନିଷ୍ଠା ନକ୍ଷତ୍ର ଜାତବ୍ୟକ୍ତି ଗୃହର ବାତାବରଣ ଆନନ୍ଦଦାୟକ ହେବ । କାର୍ଯ୍ୟର ସଫଳ ରୂପାୟନ କରିବାରେ ସିଦ୍ଧହସ୍ତ ହେବେ । ନଜିର ସାମର୍ଥ୍ୟ ବଳରେ ବିଜୟୀ ହେବେ । ଧନାଗମର ସୂଚନା ମଳୁଛି । ଶ୍ରବଣା ନକ୍ଷତ୍ରର ସାମାନ୍ୟ ଶୁଭ । | |
ଧନିଷ୍ଠା ଓ ଶତଭିକ୍ଷା ନକ୍ଷତ୍ର ଜାତବ୍ୟକ୍ତି ଚାକିରି କ୍ଷେତ୍ରରେ ଆଶା ଫଳବତୀ ହେବ । କର୍ମ ତତ୍ପରତା ପ୍ରକାଶ ପାଇବ । ଉତ୍ତମ ଓ ଶ୍ରେଷ୍ଠ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ । ଧନଲାଭର ସୂଚନା ମିଳୁଛି । ପୂର୍ବଭାଦ୍ର ନକ୍ଷତ୍ରର ସାମାନ୍ୟ ଶୁଭ । | |
ଉତ୍ତରା ଭାଦ୍ର ନକ୍ଷତ୍ର ଜାତ ବ୍ୟକ୍ତିର ଶ୍ରମ ସାର୍ଥକ ହେବ । ଅନ୍ୟର ମଙ୍ଗଳ କାମନା କଲେ ନିଜେ ଅନୁଗୃହିତ ହୋଇପାରନ୍ତି । ପରଧନରେ ଧନୀ ହୋଇପାରନ୍ତି । ରସିକ ହେବେ । ରେବତୀ ଓ ପୂର୍ବଭାଦ୍ର ନକ୍ଷତ୍ର ଜାତବ୍ୟକ୍ତି ସାମାନ୍ୟ ଶୁଭଫଳ । |
Odia Calendar 2019
Comments
comments