OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Monday 3rd January 2022

Odia Rashiphala

Odia Rashiphala

ଜୀବଜନ୍ତୁଙ୍କ ପ୍ରତି ଦୟାଭାବ ପ୍ରଦର୍ଶନ ପୂର୍ବକ ଧର୍ମ ଅର୍ଜନ କରିପାରନ୍ତି । ଏତଦ୍‌ବ୍ୟତୀତ ପଶୁପାଳନ ଲାଭଜନକ ହେବ । ଅନ୍ୟାନ୍ୟ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ଅସୁସ୍ଥତା ଅନୁଭବ କଲେ ବି ହାସ୍ୟପ୍ରିୟ ହୋଇପାରନ୍ତି । ପ୍ରେମ ଓ ପ୍ରୀତିପନ୍ନ ହୋଇପାରନ୍ତି । ଶୁଭକାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ ।
ପତ୍ନୀ ସୁଶ୍ରୀ, ଧନଯୁକ୍ତା, ରୂପବତୀ, ଗୁଣୀ, ବିନୟୀ ଓ ନୂତନ ବେଶଧାରୀ ହୋଇପାରନ୍ତି । ମୂଲ୍ୟବାନ୍ ଧାତୁ ଦ୍ରବ୍ୟ ଲାଭ ହୋଇପାରେ । ଅବିବାହିତଙ୍କ ସୁକନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ ।
ଗୃହସ୍ଥ ଜୀବନ ସୁଖମୟ ହେବ । ବ୍ରାହ୍ମଣ, ରାଜା, ସରକାର ଓ ମହାଜନଙ୍କ ସହିତ ଶତ୍ରୁଭାବ ସୃଷ୍ଟି ହେବ । ଅବଶେଷରେ ଶତ୍ରୁ ଉପରେ ବିଜୟ ହାସଲ କରି ମାନସିକ ଶାନ୍ତି ଫେରିପାଇବେ ।
ସନ୍ତାନମାନେ ବିଦେଶଗାମୀ ଖାଦ୍ୟପ୍ରିୟ ଓ ପତ୍ନୀ ସ୍ନେହୀ ହୋଇପାରନ୍ତି । ବୁଦ୍ଧି ଚାଳନା କରି ଭଲ ରୋଜଗାର କରିବେ । ବିଦ୍ୟା ରୂପକ ମହାଧନ ଅର୍ଜନରେ ତତ୍ପର ହେବେ । ସନ୍ତାନ ପ୍ରାପ୍ତିର ସୂଚନା ମିଳୁଛି ।
ପତ୍ନୀ ହେତୁକ ସୁଖଭୋଗୀ ହେବେ । ସେବା କାର୍ଯ୍ୟରୁ ଧନପ୍ରାପ୍ତି, ସରକାରୀ ସ୍ତରରୁ ଅର୍ଥପ୍ରାପ୍ତି ଓ ଅନୁଦାନର ସୂଚନା ମିଳୁଛି । ସୁସ୍ଥ ରହିବେ । କୃଷିକର୍ମରୁ ଲାଭ ମିଳିବ । ଗୃହ ପରିବେଶ ଉତ୍ତମ ହେବ ।
କୁକର୍ମ ବର୍ଜନ କରି ସାମାଜିକ ଗୌରବ ଲାଭ କରିବେ । ଅସାଧ୍ୟ କାର୍ଯ୍ୟକୁ ସାଧନ କରିବାରେ ପାରଙ୍ଗମ ହେବେ । ମିତ୍ରଙ୍କୁ ପାପକର୍ମରୁ ଉଦ୍ଧାର କରିବେ । ବିବାଦୀୟ ଘଟଣାରେ ବିଜୟୀ ହେବେ ।
ଶସ୍ୟ, ମାଟି, ପଥର, ତୈଳ ଓ ପୋଷାକ ଆଦି ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ । ମତିମାନ୍‌ ହେବେ । ନିଃସ୍ୱାର୍ଥପର ହୋଇପାରନ୍ତି । ବିବିଧ ଧନଯୁକ୍ତ ଓ କୀର୍ତ୍ତିମାନ୍‌ ହେବେ । ନିରୋଗ ରହିବେ ।
ଧର୍ମ କ୍ରିୟାଯୁକ୍ତ, ବିନୟୀ, ଧାର୍ମିକ, ଯଶସ୍ୱୀ, ବ୍ରତ ତତ୍ପର ଓ ରଣ କ୍ଷେତ୍ରରେ ଆଗୁସାର ହେବେ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଗୁଣବାଣ ହୋଇପାରନ୍ତି । ସୁସ୍ଥ ରହିବେ ।
କୃଷି କର୍ମ ଦକ୍ଷ ହେବେ । ଧର୍ମକ୍ରିୟା ହେତୁକ ଧନ ବ୍ୟୟ କରିବେ । ବଂଶ ମର୍ଯ୍ୟାଦା ରକ୍ଷା କରିବାରେ ପାରଙ୍ଗମ ହେବେ । ପାଖ ଲୋକଙ୍କୁ ପ୍ରଲୋଭିତ କରି ନିଜ ସେବାରେ ଲଗାଇ ପାରନ୍ତି । ପ୍ରିୟଭାଷୀ ହେବେ ।
ସ୍ୱକର୍ମରୁ, ନ୍ୟାୟ ଧର୍ମରୁ, ପରାକ୍ରମରୁ, ବିଦ୍ୟା ପ୍ରଭାବରୁ ଓ ସାଧୁସଙ୍ଗରୁ ଧନ, ଜନ, ଗୋପ, ଲକ୍ଷ୍ମୀ ସବୁକିଛି ପ୍ରାପ୍ତ ହେବେ । କର୍ମଚଞ୍ଚଳ ରହିବେ । ଛଦ୍ମବେଶୀଙ୍କୁ ଚିହ୍ନିବାରେ ପାରଙ୍ଗମ ହେବେ । ସୁଖୀ ହେବେ ।
ସାଧୁସେବା ନିରତ ହୋଇପାରନ୍ତି । ତୀର୍ଥ ପର୍ଯ୍ୟଟନର ସୁଯୋଗ ପ୍ରାପ୍ତ ହେବେ । ପ୍ରଭୂତ ବିତ୍ତର ଅଧିକାରୀ ହେବେ । ପତ୍ନୀ ସୁବକ୍ତା ଓ କଥାକାର ହୋଇପାରନ୍ତି । ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments