OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Monday 28th June 2021

Odia Rashiphala

Odia Rashiphala

ପୌରୁଷ ପଣିଆ ଜାହିର କରିପାରନ୍ତି । ସ୍ୱଭାବ ବିଜୟାବନତ ହେବ । ପ୍ରବଳ ପ୍ରତାପୀ ହେବେ । କର୍ମରେ ସଫଳତା ମିଳିବ । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ । ବିବାଦରେ ବିଜୟୀ ହେବେ । ଶୁଭକାର୍ଯ୍ୟ କରିପାରନ୍ତି । କର୍ମକ୍ଷେତ୍ରରେ ବିଶେଷ ସଫଳତା ମିଳିବ ।
ଆଦର, ସମ୍ମାନ ମିଳିବ । ଦାନ, ଧ୍ୟାନ ପ୍ରତି ଆଗ୍ରହୀ ହେବେ । ସନ୍‌ମାର୍ଗୀ ହୋଇପାରନ୍ତି । ଧନବାନ୍ ହେବେ । କାର୍ଯ୍ୟରେ ସଫଳତା ପାଇବେ । ଅଧିକ କ୍ଷମତା ହାସଲ କରି, ତା’ର ସଦ୍‌ବ୍ୟବହାର କରିବେ ।
ଭ୍ରମଣ ବ୍ୟର୍ଥ ହୋଇପାରେ; ମାତ୍ର ସାମାନ୍ୟ ଅସୁସ୍ଥତା ବ୍ୟତୀତ, ସର୍ବସୁଖ ଅନୁଭବ କରିପାରନ୍ତି । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ହାତ ନ ଦେବା ଭଲ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କରେ ଚଳିବାକୁ ପଡ଼ିବ ।
ଆମୋଦ-ପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି । ସୁଖକର ଘଟଣା ଘଟିବ । କର୍ମକ୍ଷେତ୍ରରେ ବିଶେଷ ସଫଳତା ମିଳିବ । ଶୁଭକାର୍ଯ୍ୟ କରିପାରନ୍ତି । ପ୍ରୀତିଭୋଜନରେ ଆପ୍ୟାୟିତ ହେବେ । ପତ୍ନୀ ବିମନା ହୋଇପାରନ୍ତି ।
ଦିନସାରା କାର୍ଯ୍ୟବ୍ୟସ୍ତ ରହିବେ । ଶତ୍ରୁ ବିନାଶକରି ମାନସିକ ଶାନ୍ତି ଫେରିପାଇବେ। ସୁସମ୍ବାଦ ପାଇ ଖୁସି ହେବେ । ଶୁଭକାର୍ଯ୍ୟ କରିପାରନ୍ତି । ଋଣ ପରିଶୋଧ କରିପାରନ୍ତି । ସରକାରୀ ଅର୍ଥ ମିଳିପାରେ ।
ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଅଧ୍ୟୟନରତ ହେବେ । ଶୁଭଖବର ପାଇ ଖୁସି ହେବେ । ବୁଦ୍ଧିମାନ୍ ହେବେ । ଶ୍ରେଷ୍ଠମାନ୍ୟତା ପ୍ରାପ୍ତ ହୋଇପାରନ୍ତି । ପରୋପକାରୀ ହେବେ ।
ପରିଶ୍ରମର ମୂଲ୍ୟ ମିଳିବ । ଧର୍ମାସକ୍ତ ହେବେ । ମତିମାନ୍ ହୋଇପାରନ୍ତି । ପୁତ୍ର ଓ ମିତ୍ରଙ୍କ ଯୋଗୁଁ ସୁଖଭୋଗ କରିବେ । ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ । ଉପକାରୀ ବନ୍ଧୁର ବିରୋଧୀ ହୋଇପାରନ୍ତି ।
କାର୍ଯ୍ୟରେ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଅଶାନ୍ତି ଦୂର ହେବ । ସରକାରୀ ସ୍ତରରୁ ଲାଭ ଉଠାଇବେ । ପ୍ରମାଦହୀନ ହୋଇପାରନ୍ତି ।
ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି । ନୀତିନିଷ୍ଠ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ । ବିବିଧ ଧନର ଅଧିକାରୀ ହେବେ । ଚଞ୍ଚଳମନା ହେବା ଆଶା କରାଯାଏ । ଅତି ସୁଖୀ ଓ କୀର୍ତ୍ତିମାନ ହୋଇପାରନ୍ତି । ଧାର୍ମିକ ସ୍ୱଭାବର ହେବେ ।
ଭଲ ଆୟ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ରୁଚିକର ଭୋଜନରେ ତୃପ୍ତି ମିଳିବ । ମନ ପ୍ରସନ୍ନ ରହିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ଓ ନିରାମୟ ରହିବେ । ଚିନ୍ତାଧାରା ଉତ୍ତମ ମାନର ହେବ ।
ବିବାଦୀୟ ବିତର୍କରେ ଭାଗନେଇ ନିରବ ଦର୍ଶକ ସାଜିପାରନ୍ତି । ବହୁଧନର ଅଧିକାରୀ ହେବାସହିତ ବହୁବ୍ୟୟର ସମ୍ମୁଖୀନ ହେବେ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ବହୁମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ଶାସ୍ତ୍ରପଟୁ ହେବେ ।
ବିଶାଳ ଯଶ ଓ ନାନା ସୁଖର ଅଧିକାରୀ ହେବେ । ଦାନଶୀଳ ହେବେ । ଭଗବତ୍ ବିଶ୍ୱାସୀ ହେବେ । ଶତ୍ରୁକୁ ପରାଜିତ କରି ଆଶ୍ୱସ୍ତ ହେବେ । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments