![]() |
ବନ୍ଧୁ ସ୍ନେହରେ ବାନ୍ଧି ହୋଇପାରନ୍ତି । ଅତିଥି ସତ୍କାରରେ ଖର୍ଚ୍ଚାନ୍ତ ହେବେ । ଭ୍ରାତୃ ଭାବ ଅତୁଟ ରହିବ । ସୁସ୍ଥ ରହିବେ । ବଳିଷ୍ଠ ଓ ଶତ୍ରୁହନ୍ତା ହେବେ । ଚାକିରିରେ ପ୍ରଶଂସା ମିଳିବ । |
![]() |
କର୍ମଚଞ୍ଚଳ ରହିବେ । ହଠାତ୍ କିଛି ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ବ୍ୟବସାୟାଦି ବିଭିନ୍ନ ସ୍ତରରୁ ଆର୍ଥିକ ସ୍ରୋତ ବହିବ । ବିତ୍ତବାନ୍ ହେତୁ ମନରେ ଅହଂଭାବ ଉଦ୍ରେକ ହେବ । |
![]() |
ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ଉଦାର ସ୍ୱଭାବର ହେବେ । ଦାନଶୀଳ ହୋଇପାରନ୍ତି । ଜ୍ଞାନ-ଗରିମାଯୁକ୍ତ ହେବେ । ପରୋପକାର କରି କୃପାନିଧାନଙ୍କ କୃପାପାତ୍ର ହୋଇପାରନ୍ତି । |
![]() |
ମନ ପ୍ରସନ୍ନ ରହିବ । ଈଶ୍ୱର ବିଶ୍ୱାସୀ ହେବେ । ମଧୁର ବ୍ୟବହାରରେ ପରକୁ ଆପଣାର କରିପାରନ୍ତି । ଧାର୍ମିକ, ବନ୍ଧୁପ୍ରେମୀ, ସାହାସୀ ଓ ବିଦ୍ୱାନ୍ ହେବେ । ସର୍ବତ୍ର ବିଜୟୀ ହେବେ । |
![]() |
ବିଭିନ୍ନ ସ୍ତରରେ ସମ୍ମାନିତ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ଧନାଗମ ହେବେ । ମଧୁର ଭାଷା, ସହନଶୀଳ ଓ ଶାନ୍ତିପ୍ରିୟ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । |
![]() |
ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି । ମୋକଦ୍ଦମାରେ ବିଜୟୀ ହେବେ । ଧନଲାଭ ହେବ । ପ୍ରୀତିଭୋଜନରେ ଆପ୍ୟାୟିତ ହେବେ । ସୁସ୍ଥ ରହିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । |
![]() |
ଚଞ୍ଚଳ ସ୍ୱଭାବର ହେବ । ଥଣ୍ଡା କଫଜନିତ ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି । ସାଧନାର ପ୍ରଥମ ସୋପାନ, ଏକାନ୍ତରେ କିଛି ସମୟ କଟାଇ ପାରନ୍ତି । ଭାଷା ମଧୁର ହେବ । ଯାତ୍ରା ଶୁଭଦାୟକ ହେବ । |
![]() |
ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । କର୍ମଚଞ୍ଚଳ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନଲାଭ ହେବ । ବ୍ୟବସାୟରେ ପ୍ରଭୂତ ଉନ୍ନତି ଘଟିବ । |
![]() |
ବିଭିନ୍ନ ସ୍ତରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି । କୁଳ ପ୍ରଦୀପ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । |
![]() |
ସାଧନା ଫଳବତୀ ହେବ । ଭାଗ୍ୟଶାଳୀ ହୋଇପାରନ୍ତି । ଭୋଗୀ ଓ ବିଳାସୀ ହେବେ । ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ । ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । |
![]() |
ଭ୍ରମଣ ଯୋଗ ଅଛି । ସ୍ୱାଭିମାନୀ ହେବେ । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ବିଦ୍ୟାର୍ଜନେ ଲାଳସା ରହିବ । ସାରାଦିନ ସତର୍କରେ ଚଳିବାକୁ ପଡ଼ିବ । |
![]() |
ବ୍ୟବସାୟ ଲାଭଜନକ ହେବ । ସମାଜସେବାକୁ ଆଦରି ନେଇପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ବନ୍ଧୁ ସହାୟତା ମିଳିବ । କାର୍ଯ୍ୟକ୍ଷେତ୍ରରେ ଧୈର୍ଯ୍ୟବାନ୍ ହେବେ । ପୁଣ୍ୟପ୍ରଭା ପତ୍ନୀଙ୍କ ପରାମର୍ଶରେ ଚଳିବେ । |