ଶତ୍ରୁ ବିଜୟୀ ହେବେ । ମନ ପ୍ରସନ୍ନ ରହିବ । ବହୁ ଧନର ଅଧିକାରୀ ହୋଇପାରନ୍ତି । ଉତ୍ତମ ବଂଶରୁ କନ୍ୟା ଲାଭ କରିବେ । ପୁତ୍ର ସୁଖ ମିଳିବ । ଜନବଲ୍ଲଭ ହେବେ । ପ୍ରଭାବଶାଳୀ ହୋଇପାରନ୍ତି । | |
ସତ୍ ପୁତ୍ର ଲାଭ କରିପାରନ୍ତି । ଅଜାତ ଶତ୍ରୁ ହେବାର ସୂଚନା ମିଳୁଛି । ପରିବାରର ମୁରବିତ୍ୱ ଜାହିର କରିପାରନ୍ତି । ସଂଗୀତ ପ୍ରିୟ ହେବେ । ଧର୍ମ ମତି ଓ ସୁଶୀଳ ହେବେ । ସାଧୁଙ୍କର ହିତ ସାଧନ କରିବେ । | |
ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ବହୁ ଧନର ଅଧିକାରୀ ହୋଇପାରନ୍ତି । ଭୋଗ ବିଳାସରେ ଦିନ ବିତାଇ ପାରନ୍ତି । ଶତ୍ରୁ ଦମନ କରିବାରେ ପାରଙ୍ଗମ ହେବେ । ବହୁ ବ୍ୟୟର ସମ୍ମୁଖୀନ ହେବେ । | |
ବ୍ୟବସାୟ ଲାଭଜନକ ହେବ । ସରକାରୀ ସ୍ତରରୁ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି । ବିବାଦରେ ବିଜୟୀ ହେବେ । ମାନସିକ ଅଶାନ୍ତି ଦୂର ହେବ । ବହୁସୁଖର ଅଧିକାରୀ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । | |
ମିତ୍ର, କ୍ଷେତ୍ର, ଗ୍ରାମ, ଉତ୍ତମ ଯାନବାହନ ଓ ନାନା ସୁଖ ଲାଭ କରିପାରନ୍ତି । ଦେବ ପୂଜା ନିରତ ହେବେ । ନିତ୍ୟାନନ୍ଦ ଭୋଗ କରିପାରନ୍ତି । ସତ୍ୟବାଦୀ ହେବେ । ପାଣ୍ଡିତ୍ୟ ଅର୍ଜନ କରିବା ସହିତ ଭାଗ୍ୟବାନ୍ ହେବେ । | |
ଶାନ୍ତ, ନିପୁଣ ଓ ମେଧାବୀ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ଜିତେନ୍ଦ୍ରିୟ ଓ ବିଦ୍ୱାନ୍ ହେବେ । ଦୟାଳୁ ସ୍ୱଭାବର ହେବେ । ଶତ୍ରୁ ବିନାଶ କରି ଧନ ଭୋଗ କରିବେ । ଐଶ୍ୱର୍ଯ୍ୟ ପ୍ରାପ୍ତି ସହିତ ତେଜିୟାନ୍ ହୋଇପାରନ୍ତି । | |
ପରଧନରେ ଧନୀ ହୋଇପାରନ୍ତି । ରସିକତ୍ୱରୁ ବାଚାଳାମି ଉପୁଜିପାରେ । ଧନ ଉପାର୍ଜନ ଚେଷ୍ଟା ବିଫଳ ହୋଇପାରେ । ଗୁଣଜ୍ଞ ହେବେ । ରାଜପୂଜା ମିଳିବ; ମାତ୍ର ସାରାଦିନ ସତର୍କରେ ଚଳିବାକୁ ପଡ଼ିବ । | |
ଧର୍ମପ୍ରିୟ ହେବେ । ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଶିଳ୍ପ ପାରଦର୍ଶୀ ହେବେ । କାର୍ଯ୍ୟ ଯେତେ କଷ୍ଟସାଧ୍ୟ ହେଲେବି ମୁହଁରେ ହସ ରହିବ । ଚଞ୍ଚଳ ଚେଷ୍ଟିତ ହେବେ । ସେବା ଓ ପରୋପକାର ପ୍ରତି ମନ ବଳାଇ ପାରନ୍ତି । | |
ବୁଦ୍ଧି, ବିଦ୍ୟାରେ ପାରଙ୍ଗମ ହେବେ । ଶ୍ରେଷ୍ଠ କର୍ମଯୁକ୍ତ ହେବାର ସୂଚନା ମିଳୁଛି । ବହୁ ସମ୍ପତ୍ତିର ଅଧିକାରୀ ହେବେ । ସରକାରୀ ମାନ୍ୟତାପ୍ରାପ୍ତ ହୋଇପାରନ୍ତି । ଉତ୍ତମ କଥକଭାବେ ଆଦରଣୀୟ ହେବେ । | |
ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି । କୀର୍ତ୍ତିମାନ୍ ହେବେ । ବନ୍ଧୁ-ବାନ୍ଧବଙ୍କର ନିର୍ଭରଯୋଗ୍ୟ ହୋଇପାରନ୍ତି । ବିବାଦରେ ବିଜୟୀ ହେବେ । ନୃତ୍ୟ ସଙ୍ଗୀତ ପ୍ରିୟ ହୋଇପାରନ୍ତି । ସତ୍କର୍ମରେ ଲିପ୍ତ ହେବାର ସୂଚନା ମିଳୁଛି । | |
ସୁଗୁଣ ସମ୍ପନ୍ନ ହେବେ । ଧନବାନ୍ ହୋଇପାରନ୍ତି । ସନ୍ମାର୍ଗୀ ହେବେ । ଭାଗ୍ୟବାନ୍ ହେବେ । ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ହେବେ । ଧ୍ୟାନଯୁକ୍ତ ଓ ଧନଯୁକ୍ତ ହୋଇପାରନ୍ତି । ଯାନ-ବାହନ ସୁଖ ମିଳିପାରେ । | |
ଦେବ, ଗୁରୁ, ଦ୍ୱିଜଙ୍କ ଭକ୍ତ ହୋଇପାରନ୍ତି । ଶୁଚି ଓ ସୁଖୀ ହେବେ । ନିଜ ବଳାର୍ଜିତ ଧନ ସମ୍ପତ୍ତିଭୋଗ କରିବେ । ବିନମ୍ରଯୁକ୍ତ ହୋଇପାରନ୍ତି । ତପସ୍ୟାରତ ଓ ଦାନଶୀଳ ହେବେ । ଭ୍ରାତା-ପୁତ୍ରାଦି ହେତୁ ଚିନ୍ତିତ ହୋଇପାରନ୍ତି । |