![]() |
ଅଜାତ ଶତ୍ରୁ ହୋଇପାରନ୍ତି । ଦିନଟ ବ୍ୟସ୍ତଭରା ହୋଇପାରେ । ଉପକାରୀ ନିକଟରେ କୃତଜ୍ଞ ହେବେ । ନମ୍ରତାର ପ୍ରତୀକ ହେବେ । ଜ୍ୟୋତିର୍ମୟ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ଶୁଭକାର୍ଯ୍ୟ କରଣୀୟ । |
ଭାଷାରେ ନୂତନ ଦିଗନ୍ତ ସୃଷ୍ଟିକରି ପାରନ୍ତି । ଅତୁଳ ଧନ-ସମ୍ପଦର ଅଧିକାରୀ ହେବେ । ଅଯାଚିତ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ରଚନା ସାବଲୀଳ ହୋଇପାରେ । ଚତୁର୍ବଗ ପ୍ରାପ୍ତ ହେବେ । | |
ପତ୍ନୀ ସୁଖଦାୟିକା ହେବେ । ବସ୍ତ୍ର ଓ ପଷ୍ପାଦି ବ୍ୟବସାୟରୁ ଧନ ପ୍ରାପ୍ତିର ସୂଚନା ମିଳୁଛି । ନିଷ୍କାମ ଶ୍ରମ ଦାନକରି ଆତ୍ମ ସନ୍ତୋଷ ଲାଭ କରିବେ । ଚାଷାଦି କର୍ମରୁ ବହୁ ଜୀବ ପୋଷକ ହୋଇପାରନ୍ତି । | |
ଲକ୍ଷ୍ମୀ ବରଦାୟିକା ଅଛନ୍ତି । କାର୍ଯ୍ୟ ଫଳପ୍ରସୂ ହୋଇପାରେ । ଦେବ-ଦ୍ୱିଜ ଭକ୍ତ ହେବେ । ସରକାରୀ ସେବା କାର୍ଯ୍ୟ ଲାଭଦାୟକ ହେବ । ଶାନ୍ତ, ଧାର୍ମିକ, ବିନୟୀ ଓ ଦେବ ଆରାଧନାରତ ହେବେ । | |
ଅରଣ୍ୟ ସମ୍ପଦରୁ ଧନ ପ୍ରାପ୍ତ ହେବେ । ପରୋପକାରୀ ହେବେ । ମନ ପରାକ୍ରମରେ ଧନ ଅର୍ଜନ କରିପାରନ୍ତି । ତ୍ୟାଗପୂତ ମନୋବୃତ୍ତିର ହେବେ । ମତିମାନ୍ ହେବେ । ଅକ୍ଷୟ କୀର୍ତ୍ତି ଅର୍ଜନ କରିବେ । | |
ସଙ୍ଗୀତ ନିପୁଣ, କର୍ମପଟୁ, ଯଥାର୍ଥବାଦୀ, କାବ୍ୟଚେତା, ଭୋକ୍ତା, ଦାତା, ଧନଯୁକ୍ତ, ଧୀର ଓ ସତ୍ଚରିତ୍ରଯୁକ୍ତ ହେବେ । ପ୍ରୀତିଭୋଜନରେ ଆପ୍ୟାୟିତ ହେବେ । ସୁସ୍ଥ ଓ ନିରାମୟ ରହିବେ । | |
ଶ୍ରେଷ୍ଠାସନରେ ଆସୀନ ହୋଇପାରନ୍ତି । ବହୁ ସମ୍ମାନର ଅଧିକାରୀ ହେବେ । ଧର୍ମ ଅର୍ଜନ ପାଇଁ ଅକୁଣ୍ଠିତ ଚିତ୍ତରେ ଧନ ବ୍ୟୟ କରିପାରନ୍ତି । ଆଚରଣ ଓ ଉଚ୍ଚାରଣରେ ଲୋକାଦୃତ ହେବେ । | |
କରତ୍କର୍ମା ହେବେ । ପ୍ରତ୍ୟେକ କାର୍ଯ୍ୟ ସହଜ ସୁଲଭ ହେବ । ବ୍ୟବସାୟାଦିରୁ ବହୁ ଲାଭ ପ୍ରାପ୍ତ ହେବେ । ସୁକର୍ମା ହେବେ । ସତ୍ସଙ୍ଗରୁ ଶାନ୍ତି ଓ ତୃପ୍ତିର ସୂତ୍ର ମିଳିବ । ବହୁଜନ ପୋଷକ ହୋଇପାରନ୍ତି । | |
ସେବାକାରୀ ହେବେ । ପରୋପକାରୀ ହୋଇପାରନ୍ତି । ଅନ୍ନଦାତା ହେବେ । ସରକାରଙ୍କ ପ୍ରିୟପାତ୍ର ହେବେ । ଯଶସ୍ୱୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଦୟାର୍ଦ୍ର ଚିତ୍ତ ହୋଇପାରନ୍ତି । | |
ନିଜ ପରିବାର ଓ ସପକ୍ଷବାଦୀଙ୍କର ହିତକାରୀ ହେବେ । ବିଡ଼ମ୍ବନାଯୁକ୍ତ ହେବେ । ଧର୍ମଅର୍ଜନ ପାଇଁ ଧନ ବ୍ୟୟ କରିପାରନ୍ତି । କ୍ଷମତାଧାରୀ ହେବେ । ବିବାଦୀୟ କାର୍ଯ୍ୟରେ ବିଜୟୀ ହେବେ । | |
ଭାଷା ଓ ରଚନାବଳୀ ସାବଲୀଳ ହେବ । ପାଣ୍ଡିତ୍ୟର ପ୍ରତିଭା ପରିସ୍ଫୁଟ କରାଇ ପାରନ୍ତି । ଅସୁସ୍ଥ ଥାଇ ବି କାର୍ଯ୍ୟ ସମ୍ପାଦନରେ ଅଗ୍ରଣୀ ଭୂମିକା ଗ୍ରହଣ କରିବେ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ । | |
ପତ୍ନୀ, ସୁଦେହୀ, ସୁମତି , ସଧର୍ମଶୀଳଯୁକ୍ତା ହେବେ । କର୍ମଫଳ ଆନନ୍ଦଦାୟକ ହେବ । ରୁଚିକର ଭୋଜନ ମିଳିବ । ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ କାର୍ଯ୍ୟ ସମ୍ପାଦନ କରିବେ । ଦିନଟି ମଙ୍ଗଳମୟ ହେବ । |
Odia Calendar 2022
Comments
comments