OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Monday 23th Sep 2019

Odia Rashiphala

Odia Rashiphala

ଅନ୍ୟ ଉପରେ ନିର୍ଭରଶୀଳ ହୋଇପାରନ୍ତି । ଉଚ୍ଚଆଶା ଫଳବତୀ ହୋଇପାରେ । ସୁଖୀ ହେବେ । ଆନନ୍ଦ ଉଲ୍ଲାସରେ ଦିନ ବିତାଇପାରନ୍ତି । ସକଳ ଗୁଣର ଆଧାର ହେବେ । କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ବିବାଦରେ ବିଜୟୀ ହେବେ ।
ଠାକୁରଙ୍କ ଦର୍ଶନ ଲାଭ କରି ଶାନ୍ତି ପାଇବେ । ଯେକୌଣସି ସୂତ୍ରରୁ ଧନ ମିଳିବ । ଶାସ୍ତ୍ରାଭ୍ୟାସୀ ହେବେ । ବିନୀତ ସ୍ୱଭାବର ହୋଇପାରନ୍ତି । ସ୍ତ୍ରୀ ଧନହେତୁ ସୁଖଭୋଗ କରିବେ । ଉପଯୁକ୍ତ ମନ୍ତ୍ରଣାଦାତା ହେବେ । କାବ୍ୟକର୍ତ୍ତା ହୋଇପାରନ୍ତି ।
ଘରକୁ ବିଳାସ ଦ୍ରବ୍ୟ ଆଣି ପାରନ୍ତି । ସୁଖୀ ହେବେ । ସମ୍ମାନିତ ହୋଇପାରନ୍ତି । ବିଭିନ୍ନ ସ୍ତରରୁ ସାହାଯ୍ୟ ପ୍ରାପ୍ତ ହେବେ । ଦୀର୍ଘଦିନର ଆଶାପୂରଣ ହେବ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ପାରିବାରିକ ସୁଖ ଅବ୍ୟାହତ ରହିବ ।
ପେଟରେ ବ୍ୟଥା ଅନୁଭବ କରିପାରନ୍ତି । କାର୍ଯ୍ୟକ୍ଷେତ୍ର କଷ୍ଟସାଧ୍ୟ ହୋଇପାରେ । ଆୟବୃଦ୍ଧିର ସୂଚନା ମିଳୁଥିବାବେଳେ ବ୍ୟୟ ବୃଦ୍ଧିକୁ ରୋକି ହେବ ନାହିଁ । ଆକସ୍ମିକ ଭାବେ ଲାଭବାନ୍ ହେବେ । ସ୍ନେହବୋଳା କଥା କହି ପରକୁ ଆପଣାର କରିବେ ।
ମାଲିମୋକଦ୍ଦମାରେ ଜିତାପଟ୍ ନେବେ । ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ଚଞ୍ଚଳ ଚେଷ୍ଟିତ ହେବେ । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ବିଳାସ ବ୍ୟସନ କରିପାରନ୍ତି । ବସ୍ତ୍ର-ଭୂଷଣ ଲାଭ ହୋଇପାରେ । ସରକାରଙ୍କ କୃପାପାତ୍ର ହେବେ ।
ଅର୍ଥାଗମ ଅତି ସହଜରେ ହେବ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ । ବିଭାଗୀୟ ଅର୍ଥ ପାଇବାର ସୂଚନା ମିଳୁଛି । ଗୃହ ପରିବେଶ ପ୍ରଦୂଷଣମୁକ୍ତ ହେବ । କୀର୍ତ୍ତିମାନ୍ ହେବେ । ବହୁବିଧ ଧନର ଅଧିକାରୀ ହେବେ । ଗୁଣଜ୍ଞ ହେବେ ।
ସତର୍କତା ଆପଣଙ୍କ ପାଇଁ ଉପାଦେୟ ହେବ । ସେବାକ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । ପୂଜ୍ୟ-ପୂଜା ପାଇଁ ତତ୍ପରତା ପ୍ରକାଶ କରିବେ । ଉପୁଜିଥିବା ସମସ୍ୟା ଦୂର ହେବ । ପ୍ରତିଦ୍ୱନ୍ଦ୍ୱିତାରେ ସଫଳ ହେବେ । ଦାମ୍ପତ୍ୟ ସୁଖ ମିଳିବ । ବିଳାସ ବ୍ୟସନ କରିପାରନ୍ତି ।
ନୂତନ ନିଯକ୍ତିର ସୁଯୋଗ ଅଛି । ସାମାନ୍ୟ ଅସୁସ୍ଥତା ଦେଖାଦେଇ ପାରେ । ସ୍ୱାଭିମାନୀ ହେବେ । ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଶାସ୍ତ୍ରପଟୁ ହୋଇପାରନ୍ତି ।
ଆତ୍ମବିଶ୍ୱାସ ବଢ଼ାଇ ପାରନ୍ତି । ବନ୍ଧୁ ମିଳନ ଆପଣଙ୍କ ପାଇଁ କଲ୍ୟାଣମୂଳକ ହେବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଆର୍ଥିକସ୍ଥିତିରେ ଉନ୍ନତି ଘଟିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ପତ୍ନୀଙ୍କ ଉପଦେଶକୁ ମାନିବାକୁ ବାଧ୍ୟ ହୋଇପାରନ୍ତି ।
ଯେତେ ସାବଧାନ୍ ରହିଲେ ମଧ୍ୟ ଆପଣଙ୍କ ଗୋପନ ତଥ୍ୟ ପ୍ରକାଶ ପାଇଯାଇପାରେ । ହର୍ଷ-ଉଲ୍ଲାସ ମଧ୍ୟରେ ସମୟ ବିତାଇପାରନ୍ତି । ସର୍ବତ୍ର ଶୁଭ ଆଶା କରାଯାଏ । ଶତ୍ରୁ ଦମନ କରି, ଆତ୍ମସନ୍ତୋଷ ଲାଭ କରିବେ । ବିନୀତ ସ୍ୱଭାବର ହେବେ ।
ଅଧିକ ଦାୟିତ୍ୱ ବହନ କରିପାରନ୍ତି । ଦିନଟି ସମସ୍ୟା ବହୁଳ ହେଲେ ବି, ତା’ର ଆଶୁ ସମାଧାନ କରିବାରେ ସକ୍ଷମ ହେବେ । ଚଞ୍ଚଳ ପ୍ରକୃତିର ହେବେ । କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ ।
ଚିନ୍ତା ଦୂରେଇ ଯିବ । ଚିନ୍ତାଧାରା ଉନ୍ନତମାନର ହେବ । ବିବାଦରେ ବିଜୟୀ ହେବେ । ବିଳାସୀ ହୋଇପାରନ୍ତି । କୃଷିକାର୍ଯ୍ୟରେ ମନଦେବେ । ଧର୍ମ-ଧାରଣାରେ ଉତ୍ସର୍ଗୀକୃତ ମନୋଭାବ ପ୍ରକାଶ ପାଇବ । ମଧୁରଭାଷୀ ହେବେ । ନିନ୍ଦୁକମାନଙ୍କ ମୁଖ ବନ୍ଦ କରିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments