![]() |
ବିଭିନ୍ନ ଦିଗରୁ ସହାୟତା ପାଇବେ । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । କର୍ମଚଞ୍ଚଳ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ଜ୍ୟେତିଷ ଶାସ୍ତ୍ରରେ ରୁଚି ରହିବ । ଯାନବାହନ ସୁଖ ମିଳିବ । |
![]() |
ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ । କୁଳ ପ୍ରଦୀପ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । କୁଟୁମ୍ବ ସୁଖ ମିଳିବ । |
![]() |
ଈଶ୍ୱର ନିଷ୍ଠା ଆପଣଙ୍କୁ ମହାନ୍ କରି ଗଢ଼ି ତୋଳିବ । ଭାଗ୍ୟଶାଳୀ ହେବେ । ଭୋଗ ବିଳାସ କରିପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । |
![]() |
ସ୍ୱାଭିମାନୀ ହୋଇପାରନ୍ତି । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ଈର୍ଷା ପରାୟଣ ହେବାକୁ ବାଧ୍ୟ ହେବେ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ । |
![]() |
ପ୍ରିୟା ପ୍ରୀତି ତୋଷଣ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସମାଜସେବୀ ହେବେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି । ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ । ଅବିବାହିତମାନଙ୍କର ମନୋରମା କନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ । |
![]() |
ଦୁଃସାହସିକ ପଦକ୍ଷେପ ନେଇ ଶତ୍ରୁ ଉପରେ ଆକ୍ରମଣ କରିବେ ଓ ବିଜୟୀ ହେବେ । ମାନସିକ ଶାନ୍ତି ଫେରି ପାଇବେ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରିୟ ଭାଜନ ହୋଇପାରନ୍ତି । |
![]() |
ପରାମର୍ଶ ନେଇ କାର୍ଯ୍ୟ କଲେ ଆୟର ମାର୍ଗ ସରଳ, ସୁଗମ ହୋଇପାରେ । କର୍ମଚଞ୍ଚଳ ରହିବେ । ଆକସ୍ମିକ ଧନଲାଭ ହୋଇପାରେ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସି ପାରେ । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । |
![]() |
କଳହଠାରୁ ନିଜକୁ ଦୂରେଇ ରଖି ପାରନ୍ତି । ଉଦାର ପ୍ରକୃତିର ହେବେ । ଦାନଶୀଳ ହୋଇପାରନ୍ତି । ସୁଖୀ ହେବେ । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ସ୍ୱାସ୍ଥ୍ୟ ଅତୁଟ ରହିବ । କୃଷିକର୍ମକାରୀ ହୋଇପାରନ୍ତି । ପ୍ରେମୀ ଓ ବୁଦ୍ଧିମାନ୍ ହେବେ । |
![]() |
ସମ୍ମାନାସ୍ପଦ ବ୍ୟକ୍ତିଭାବେ ପରିଗଣିତ ହେବେ । ମନ ପ୍ରସନ୍ନ ରହିବ । ଆସ୍ତିକ ହେବେ । ମଧୁରଭାଷୀ ହୋଇପାରନ୍ତି । ମେଳାପୀ ପ୍ରକୃତିର ହେବେ । ପ୍ରେମୀ ଓ ସାହସୀ ହେବେ । ଭାଇମାନଙ୍କଠାରୁ ଆଦର, ସମ୍ମାନ ମିଳିବ । କୃତୀ ପ୍ରତିଯୋଗୀ ହେବେ । |
![]() |
ବିନା ପରାମର୍ଶରେ ସ୍ୱାଧୀନ ଭାବେ କିଛି କରିବା କଷ୍ଟଦାୟକ ହୋଇପାରେ । ତଥାପି ଭାଗ୍ୟଶାଳୀ ହେବେ । ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି । ବିଭିନ୍ନ ସ୍ତରରୁ ଧନାଗମ ହେବ । ଦାମ୍ପତ୍ୟ ସୁଖ ମିଳିବ । |
![]() |
ସୁଖ-ସମ୍ମାନ ଲାଭ କରିପାରନ୍ତି । ଐଶ୍ୱର୍ଯ୍ୟଯୁକ୍ ହେବେ । ମାଲି ମୋକଦ୍ଦମାରେ ବିଜୟୀ ହେବେ । ଧନ, ସମ୍ପଦ ଭରପୂର ରହିବ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ବିଦ୍ୱାନ୍ ଓ ଶାସ୍ତ୍ରଜ୍ଞ ହେବେ । ଚିନ୍ତାଧାରା ଉନ୍ନତମାନର ହେବ । |
![]() |
କାର୍ଯ୍ୟ ଶାନ୍ତିଦାୟକ ହେବ । କର୍ମଚଞ୍ଚଳ ରହିବେ । ମଧୁରଭାଷା ବ୍ୟବହାର କରି ପରକୁ ଆପଣାର କରିବାରେ ପାରଙ୍ଗମ ହେବେ । ସାହସୀ ଓ ଜ୍ଞାନୀ ହେବେ । ଚକ୍ଷୁରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି । ନିର୍ଜନରେ ଏକାନ୍ତ ବାସକୁ ପସନ୍ଦ କରିବେ । |