OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Monday 23th Dec 2019

Odia Rashiphala

Odia Rashiphala

ନିଜ ଇଚ୍ଛା ଅନୁସାରେ ଫଳପ୍ରାପ୍ତ ହେବେ । ଆଶ୍ୱସ୍ତି ମିଳିବ । ସୁଖ, ଧନ, ପୁତ୍ର, କଳତ୍ର ଓ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ମାନସିକ ଓ ଶାରୀରିକ ସ୍ତରରେ ସାମାନ୍ୟ କଷ୍ଟ ଅନୁଭବ କରିପାରନ୍ତି । ଅଯଥା ଖର୍ଚ୍ଚାନ୍ତ ହେବେ । ସୁଖ ମିଳିବା କଷ୍ଟକର ।
ଦୁଃସାହସିକ ପଦକ୍ଷେପ ନେଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ହାତ ଦେବେ ଓ ସଫଳତା ପାଇବେ । ପରିବାର ପ୍ରତି ସ୍ନେହ, ଶ୍ରଦ୍ଧା ବୃଦ୍ଧି ହୋଇପାରେ । କଳ୍ପନା ବିଳାସୀ ହୋଇପାରନ୍ତି । ଶାସ୍ତ୍ରାଭାସୀ ହେବେ । ବିନୀତ ସ୍ୱଭାବ ସମ୍ପନ୍ନ ହୋଇପାରନ୍ତି ।
ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । କେତେକ କ୍ଷେତ୍ରରେ ନିରବ ଦ୍ରଷ୍ଟା ହୋଇପାରନ୍ତି । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । କର୍ମକ୍ଷେତ୍ରରେ ସଫଳତା ମିଳିବ । ଦେବ, ଦ୍ୱିଜମାନଙ୍କର ଆଶୀର୍ବାଦ ମିଳିବ । ବହୁ ସୁଖର ଅଧିକାରୀ ହୋଇପାରନ୍ତି ।
ଉପୁଜିଥିବା ବିବାଦର ନିର୍ବିଘ୍ନରେ ଆଶୁ ସମାଧାନ ହେବ । ଚିନ୍ତାଗ୍ରସ୍ତ ହୋଇପାରନ୍ତି । ବହୁଧନ, ପୁତ୍ର ଓ ଉତ୍ତମ ବଂଶରୁ କନ୍ୟା ଆଣିପାରନ୍ତି । ରୂପବନ୍ତ ଓ ସୁଖୀ ହେବେ । ସତ୍‌ପୁତ୍ର ଲାଭର ସୂଚନା ମିଳୁଛି । ଶତ୍ରୁନାଶ କରି ଆଶ୍ୱସ୍ତ ହେବେ । ଦିନଟି ମଧ୍ୟମ ଧରଣର ।
ଭାବି-ଚିନ୍ତି କାର୍ଯ୍ୟ କଲେ ସଫଳତାରେ ଉପନୀତ ହୋଇପାରନ୍ତି । ମନୋବଳ ଦୃଢ଼ ରହିବ । ଯାତ୍ରା ଶୁଭଦାୟକ ହେବ । ବ୍ୟବସାୟରେ ଲାଭବାନ୍ ହେବେ । ସମ୍ମାନିତ ହେବେ । କୃଷିକାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିପାରନ୍ତି । ପତ୍ନୀଙ୍କ କଥାରେ ଚଳିବେ ।
ଦାୟିତ୍ୱରେ ପରିବର୍ତ୍ତନ ଘଟିପାରେ । ଲୋଭଗ୍ରସ୍ତ ହୋଇପାରନ୍ତି । ନିଜେ କଷ୍ଟ ସ୍ୱୀକାର କରି ଶତ୍ରୁନାଶ କରିବେ । ଗୋଷ୍ଠୀ, ନଗର, ଗ୍ରାମର ଅଧିପତି ହୋଇପାରନ୍ତି । ମନ୍ତ୍ରଣାଦାତା ହେବେ । ଶୁଭଚିନ୍ତକ ହେବାର ସୂଚନା ମିଳୁଛି । କୀର୍ତ୍ତିମାନ୍ ହେବେ ।
ଋଣମୁକ୍ତ ହେବା ପାଇଁ ପ୍ରୟାସ ଜାରି ରଖିବେ । ଆଶାବାଦୀ ହୋଇପାରନ୍ତି । ସଂଘର୍ଷର ସମ୍ମୁଖୀନ ହେବେ । ଅର୍ଥାଭାବ ଦେଖାଦେଇ ପାରେ । ସତ୍ୟବାଦୀ ହେବେ । ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ପ୍ରବାସୀ ଓ ପିତୃ ଭକ୍ତିଯୁକ୍ତ ହେବେ । ଭାଗ୍ୟବାନ୍ ହେବେ ।
ପରିବେଶ ଆପଣଙ୍କୁ ସୁହାଇ ନ ପାରେ । ପ୍ରତାରିତ ହୋଇପାରନ୍ତି । ଉପୁଜିଥିବା ସମସ୍ୟାର ସୁସମାଧାନ ହେବ । ଚିନ୍ତାଧାରା ଉନ୍ନତମାନର ହୋଇପାରେ । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହୋଇପାରନ୍ତି । ସୁଖ ଭୋଗର ସୂଚନା ମିଳୁଛି ।
ସରକାରୀ ସହାୟତା ମିଳିପାରେ । ମୂଲ୍ୟବାନ୍ ଦ୍ରବ୍ୟ କିଣିପାରନ୍ତି । କର୍ମ ତତ୍ପରତା ପ୍ରକାଶ ପାଇବ । ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । ଦୀର୍ଘ ଦିନର ଆଶାପୂରଣ ହୋଇପାରେ । ପ୍ରିୟ ଲୋକଙ୍କ ସାନ୍ନିଧ୍ୟ ମିଳିବ । ବାକ୍ ପଟୁତା ବୃଦ୍ଧି ପାଇବ ।
ବନ୍ଧୁଙ୍କ ସହ ମତ-ଭେଦ ଘଟିପାରେ । ପରିଶ୍ରମର ମୂଲ୍ୟ ମିଳିବ । ଭୋଜନରେ ଆପ୍ୟାୟିତ ହେବେ । ଚେଷ୍ଟାରେ ସଫଳତା ଲାଭ କରିବେ । କର୍ତ୍ତବ୍ୟନିଷ୍ଠ ହେବେ । ସର୍ବ ସୁଖ ମିଳିପାରେ । ଭୋଗ-ବିଳାସ କରିପାରନ୍ତି । ବିନୀତ ସ୍ୱଭାବର ହେବେ ।
ଶ୍ରମ ସାର୍ଥକ ହେବ । କାର୍ଯ୍ୟ ସିଦ୍ଧି ହେବ; ମାତ୍ର ବିଳମ୍ବରେ । ସୁତୀର୍ଥ ଲାଭ ଯୋଗ ଅଛି । ବିଦ୍ୟା ରୂପକ ମହାଧନ ପ୍ରାପ୍ତିର ସୂଚନା ମିଳୁଛି । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଅର୍ଥ ପ୍ରାପ୍ତିରେ ଭଣ୍ଡାର ପରିପୂର୍ଣ୍ଣ ହେବ ।
ପରୋପକାରୀ ହେବେ । ବିଦ୍ୱାନ୍ ହୋଇପାରନ୍ତି । ଆଦରଣୀୟ ହେବେ । ଧନ ଓ ପୁତ୍ରାଦିଯୁକ୍ତ ହୋଇପାରନ୍ତି । ହର୍ଷଯୁକ୍ତ ଓ ଦାନୀ ହୋଇପାରନ୍ତି । ରୀତି, ନୀତି ପାଳନରେ ଦକ୍ଷ ହୋଇପାରନ୍ତି । ବହୁ ପ୍ରତାପୀ ହୋଇପାରନ୍ତି । ଜନବଲ୍ଲଭ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments